ହିନ୍ଦୋଳ,୯।୨ - ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଣ୍ଡତିରୀ ଗ୍ରାମରେ ଅଭାବନୀୟ ଘଟଣା। ଖେଳିବାକୁ ଯାଇଥିବାବେଳେ ପୋଖରୀରେ ପଡି ୮ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ ସାଇପ୍ରସାଦ ନାଏକ।

ସାଇ ପ୍ରସାଦଙ୍କ ଘର ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁସୁପଙ୍ଗା ଗ୍ରାମରେ। ସେ ପରିବାର ସହ ତାଙ୍କ ମାମୁ ଘର ଖଣ୍ଡତିରୀ ଗ୍ରାମରେ ରହୁଥିଲେ। ସୋମବାର ସକାଳେ ସାଇପ୍ରସାଦ ଖେଳିବାକୁ ଯାଇଥିବାବେଳେ ପୋଖରୀରେ ପଡି ଯାଇଥିଲେ। ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ସାଇପ୍ରସାଦ ପୋଖରୀରେ ବୁଡିଯାଇଥିବା ଦେଖିବାକୁ ପାଇଥିଲେ I ପରିବାର ଲୋକ ଓ ଗ୍ରାମବାସୀ ସାଇପ୍ରସାଦକୁ ଉଦ୍ଧାର କରି ତୁରନ୍ତ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।