ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଘର ଆଗରେ ଖେଳୁଥିବା ବେଳେ ଧକ୍କା ଦେଲା ବୋଲେରୋ, ଚାଲିଗଲା ଶିଶୁପୁତ୍ରର ଜୀବନ

Published By : Suraj Kumar | April 26, 2025 8:28 PM

ଜି.ଉଦୟଗିରି,୨୬/୪ : ଜି ଉଦୟଗିରି ଥାନା ଅନ୍ତର୍ଗତ ଆଡାସିକୁପାଠାରେ ଶନିବାର ଅପରାହ୍ନରେ ଏକ ବୋଲେରୋ ଧକ୍କାରେ ଜଣେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ ଜଣକ ଆଡାସକୂପା ନୁଆସାହି ଗ୍ରାମର ଆନନ୍ଦେଶ୍ବର ପ୍ରଧାନଙ୍କ ୨ ବର୍ଷ ୪ ମାସର ପୁଅ ଅମ୍ଲାନ ।

ଅମ୍ଳାନ ନିଜ ଘର ବାରଣ୍ଡାରେ ଖେଳୁଥିବା ବେଳେ ପାବୁରିଆ ଠାରୁ ଜି.ଉଦୟଗିରି ଅଭିମୁଖେ ଆସୁଥିବା ଏକ ବୋଲେରୋ ପିକଅପ ( ନଂ ଓଡି ୦୨ ସିଏଫ ୬୧୫୫) ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା। ଗ୍ରାମବାସୀଙ୍କ ସହାୟତାରେ ଅମ୍ଲାନଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ଜି.ଉଦୟଗିରି ଥାନା  ଏସଆଇ ଅନନ୍ତ କୁମାର ପ୍ରଧାନ ପହଞ୍ଚି ଘଟଣାର ତଦନ୍ତ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.