ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍ର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ଏବେ ଅଷ୍ଟେ୍ରଲିଆ ଗସ୍ତରେ ଅଛନ୍ତି। ଗୁରୁବାର ଭାରତୀୟ ଟିମ୍ ବ୍ରିସବେନ୍ରୁ ମେଲବର୍ଣ୍ଣ ଅଭିମୁଖେ ଗସ୍ତ କରିଛନ୍ତି। ଏହି ସମୟରେ କୋହଲି ଏୟାରପୋର୍ଟରେ ଖୁବ୍ ରାଗିଯାଇଥିବାର ଦେଖିବାକୁ ମିଳିଥିଲେ। କାରଣ ସେଠାରେ ଥିବା କ୍ୟାମେରାମ୍ୟାନ୍ କୋହଲି ଓ ତାଙ୍କ ପରିବାରର ଫଟୋ ନେବାକୁ ଚେଷ୍ଟା କରୁଥିଲେ। ଯେଉଁ କାରଣରୁ କୋହଲି ରାଗିଯାଇଥିଲେ ଓ ତାଙ୍କୁ ଫଟୋ ନଉଠାଇବାକୁ କହିଥିଲେ। ଏହା ଭିତରେ ବିରାଟଙ୍କ ପିଲାବେଳର କୋଚ୍ ରାଜକୁମାର ଶର୍ମା ଏକ ଆଶ୍ଚର୍ଯ୍ୟକର ବୟାନ ସାମନାକୁ ଆସିଛି। ସେ କହିଛନ୍ତି କୋହଲି ଖୁବ୍ ଶୀଘ୍ର ନିଜ ପରବାର ସହ ଲଣ୍ଡନ ସିଫ୍ଟ ହୋଇପାରନ୍ତି।
ରାଜକୁମାର ଶର୍ମାଙ୍କ କହିବା ଅନୁସାରେ, କୋହଲି ଅବସର ନେବାପରେ ଲଣ୍ଡନରେ ରହିବାର ଯୋଜନା କରିଛନ୍ତି। ଗତ କିଛି ବର୍ଷ ହେବ କୋହଲି ଲଣ୍ଡନରେ ଖୁବ୍ ଦେଖିବାକୁ ମିଳୁଛନ୍ତି। ସେଠାରେ ଫେବୃଆରୀରେ ତାଙ୍କ ପୁଅର ଜନ୍ମ ହୋଇଛି। କୋହଲି-ଅନୁଷ୍କାଙ୍କ ପାଖରେ ଲଣ୍ଡନରେ ମଧ୍ୟ ପ୍ରପଟି ରହିଛି। ତେଣୁ ସେମାନେ ସେଠାରେ ରହିବାକୁ ଯୋଜନା କୁଛନ୍ତି।
ଏକ ସାକ୍ଷାତକାରରେ ରାଜକୁମାର କହିଛନ୍ତି, ବିରାଟ ତାଙ୍କ ପତ୍ନୀ ଅନୁଷ୍କାର ଓ ସନ୍ତାନଙ୍କ ସହ ଲଣ୍ଡନ ସିପ୍ଟ ହେବାକୁ ପ୍ଳାନ କରୁଛନ୍ତି। ସେ ଭାରତ ଛାଡି ଖୁବ୍ ଶୀଘ୍ର ଯାଇପାରନ୍ତି। ତେବେ କୋହଲି କ୍ରିକେଟ ବ୍ୟତୀତ ନିଜର ଅଧିକାଂଶ ସମୟ ପରିବାର ସହ ବିତାଉଛନ୍ତି। ବିରାଟ ଏବେ ବି ଖୁବ୍ ଫିଟ୍ ଅଛନ୍ତି। ତାଙ୍କର ଏବେ ଅବସର ନେବାର ବୟସ ନୁହେଁ। ମୋର ବିଶ୍ବାସ ଅଛି ସେ ୫ ବର୍ଷ ଆହୁରି ଖେଳିବେ। କୋହଲି ୨୦୨୭ ବିଶ୍ବକପ୍ ଖେଳୁଥିବାର ଦେଖିବାକୁ ମିଳିବେ। ବିରାଟ ଓ ତାଙ୍କ ପୁରା ପରିବାର ଚଳିତ ବର୍ଷ ଅଧିକାଂଶ ସମୟ ଲଣ୍ଡନରେ ରହୁଛନ୍ତି। ସନ୍ତାନ ଜନ୍ମ ପରେ ଜୁନ୍ରେ ଭାରତର ଟି-୨୦ ବିଶ୍ବକପ୍ ଜିତିବା ପରେ ଫେରିଥିଲେ। ତେବେ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ଓ୍ବାନଡେ୍ ସିରିଜ୍ରେ ଫେରିଥିଲେ। ଏହାପରେ ସେ ଅଗଷ୍ଟ ପର୍ଯ୍ୟନ୍ତ ପରିବାର ସହ ରହିଥିଲେ। ଏହାପରେ ଭାରତ ଆସିଥିଲେ ଓ ବାଂଲାଦେଶ-ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍