ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଭାରତ ଆକ୍ରମଣ କଲେ କଣ କରିବେ ... ଭୟରେ ସ୍କୁଲ୍‌ ପିଲାଙ୍କୁ ଟ୍ରେନିଂ ଦେଉଛି ପାକିସ୍ତାନ

Published By : Prameya | May 1, 2025 10:42 PM

ନୂଆଦିଲ୍ଲୀ : ଭାରତ ସହ ଯୁଦ୍ଧର ଆଶଙ୍କାକୁ ନେଇ ପାକିସ୍ତାନ ଏବେ ଥରହର। ଏହି ମଧ୍ୟରେ ବର୍ତ୍ତମାନ ପାକିସ୍ତାନ ସ୍କୁଲ୍‌ ପିଲାଙ୍କୁ ଯୁଦ୍ଧ ସ୍ଥିତିର ଟ୍ରେନିଂ ଦେବା ଆରମ୍ଭ କରି ଦେଇଛି। ରିପୋର୍ଟସ ମୁତାବିକ ପାକିସ୍ତାନ ଅଧିକୃତ ଥିବା କାଶ୍ମୀର ଅର୍ଥାତ୍‌ ପିଓକେରେ ସ୍କୁଲ୍‌ର ଖେଳର ମୈଦାନକୁ ପିଲାଙ୍କ ପାଇଁ ଫାର୍ଷ୍ଟ ଏଡ୍‌ ଶିବିରରେ ପରିଣତ କରି ଦେଇଛି। ଏଠାରେ ତାଙ୍କୁ ଏହା କୁହାଯାଉଛି କି , ଯୁଦ୍ଧ ସ୍ଥିତିରେ ଯଦି ଭାରତ ହମଲା କରି ଦିଏ ତ ତାଙ୍କୁ କଣ କରିବାକୁ ହେବ। 

ସ୍ଥାନୀୟ ଲୋକଙ୍କ ମୁତାବିକ , ଏହି ସପ୍ତାହରେ ପିଲାଙ୍କୁ ପ୍ରାଥମିକ ଚିକିତ୍ସା(ଫାର୍ଷ୍ଟ ଏଡ୍‌) ର ପ୍ରଶିକ୍ଷଣ ଦିଆଯାଉଛି। ଏହି ଅନୁସାରେ ଛାତ୍ରଙ୍କୁ ଝରକାରେ ବାହାରକୁ ଡ଼େଇଁବା , ଇନଫ୍ଲେଟେବଲ ଏଗଜିଟ୍‌ ସ୍ଲାଇଡ୍‌ର ବ୍ୟବହାର କରିବା ଓ ଆହତ ବ୍ୟକ୍ତିଙ୍କୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ମଧ୍ୟ ଶିକ୍ଷା ଦିଆ ଯାଉଛି। ପାକିସ୍ତାନର ଜରୁରିକାଳୀନ କର୍ମଚାରୀଙ୍କ ମୁତାବିକ, ପିଓକେ ସବୁଠୁ ବଡ଼ ସହର ମୁଜଫରାବାଦରେ ୧୩ଟି ସ୍କୁଲରେ ପ୍ରଶିକ୍ଷଣ ପର୍ଯ୍ୟାୟ ପୂର୍ବରୁ ହିଁ ହୋଇ ସାରିଛି। ଜଣେ ଅଧିକାରୀ ଏଏଫପିକୁ କହିଛନ୍ତି ଯେ, ଜରୁରୀକାଳୀନ ସ୍ଥିତିରେ ସର୍ବ ପ୍ରଥମେ ସ୍କୁଲ ପ୍ରଭାବିତ ହୋଇଥାଏ, ଏହି କାରଣରୁ ସ୍କୁଲ ପିଲାଙ୍କ ସହ ପ୍ରଶିକ୍ଷଣ ଆରମ୍ଭ କରୁଛୁ। ସେ କହିଛନ୍ତି ଯେ , ସେ ଆଗାମୀ ଦିନରେ ନିୟନ୍ତ୍ରଣ ରେଖାର ନିକଟରେ ଥିବା ସ୍କୁଲ ଗୁଡ଼ିକରେ ସୈନିକଙ୍କୁ ମଧ୍ୟ ମୁତୟନ କରିବେ।

ଟ୍ରେନିଂ ବେଳେ କିଛି ଛାତ୍ର କହିଛନ୍ତି ଯେ , ଆମେ ନିଆଁ ଲିଭାଇବା ଓ ଆହତଙ୍କୁ ସାହାଯ୍ୟ କରିବା ଶିଖୁଛୁ। ୧୨ ବର୍ଷିୟ ଜଣେ ଛାତ୍ର ଫୈଜାନ ଅହମ୍ମଦ କହିଛନ୍ତି , ଆମେ ନିଜର ବନ୍ଧୁଙ୍କୁ ସାହାଯ୍ୟ କରିବା ଓ ଭାରତ ଯଦି ହମଲା କରି ଦିଏ ପ୍ରାଥମିକ ଚିକିତ୍ସା କରିବା ଶିଖୁଛୁ। ଆଉ ଜଣେ ଛାତ୍ର କହିଛନ୍ତି , ଆମେ ଶିଖୁଛୁ , ଆହତ ବ୍ୟକ୍ତିଙ୍କୁ କେମିତି ପୋଷାକ ପିନ୍ଧାଯାଏ , କାହାକୁ ଷ୍ଟ୍ରେଚରରେ କେମିତି ନିଆ ଯାଏ ଏବଂ କେମିତି ନିଆଁ ଲିଭା ଯାଏ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.