ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଚିଲିକା ଫ୍ରେସ୍‌ ଭାଗ୍ୟ ଅନ୍ଧାର-୨: ତରବରିଆ ଭାବେ ଶିରିପୁର ଆଉଟଲେଟକୁ ଟେକିଦେଲେ, ସନ୍ଦେହରେ କର୍ତ୍ତୃପକ୍ଷଙ୍କ ଭୂମିକା

Published By : Prameya | June 14, 2025 1:31 PM

ଭୁବନେଶ୍ୱର,୧୪/୦୬:  ଚିଲିକା ଫ୍ରେସ୍‌ ଟେଣ୍ଡରରେ ଫିକ୍ସିଂ! ଆଉଟଲେଟ୍‌  ଟେଣ୍ଡରରେ ପ୍ରିୟାପ୍ରୀତି ତୋଷଣକୁ  ଗୁରୁତ୍ୱ ଦିଆଯାଇଛି । ଜଣେ ଅଧିକାରୀଙ୍କ ସମ୍ପର୍କୀୟ ଟେଣ୍ଡର ହାତେଇଛନ୍ତି ।  ଏବେ ତାଙ୍କୁ ଶିରିପୁର ଆଉଟେଲଟ୍‌ ପରିଚାଳନା କରିବାକୁ ଦାୟିତ୍ୱ ମିଳିଥିବା  ଜଣାପଡ଼ିଛି । ତେବେ ସହିଦନଗର ଓ ସିଆରପି ଆଉଟଲେଟ୍‌ ପାଇଁ ଟେଣ୍ଡର ଡକାଯାଇଥିବା ବେଳେ ଏହାକୁ ନେବା  ପାଇଁ କେହି ନଥିବାରୁ ଏହି ଦୁଇ ଆଉଟଲେଟ୍‌ ଘରୋଇକରଣ ହେବାରୁ ବର୍ତ୍ତିଯାଇଛି । ଏଠିପ୍ରଶ୍ନ ଉଠୁଛି, ଯଦି ପାରିବାରିକ ସମ୍ପର୍କକୁ ଦେଖି ଚିଲିକା ଫ୍ରେସ୍‌ ଆଉଟଲେଟ୍‌ ଦିଆଗଲା ତେବେ ଟେଣ୍ଡର ଡକାଗଲା କ’ଣ ପାଇଁ? 

ସରକାରୀ ଅଧିନରେ ଚାଲୁଥିବା  ଚିଲିକା ଫ୍ରେସ୍‌ ଭାଗ୍ୟ ଏବେ ଅନ୍ଧାର । ଯେବେଠୁ ଶେଷ ୩ଟି ଆଉଟଲେଟ୍‌କୁ  ଘରୋଇକରଣ କରିବା ପାଇଁ ଟେଣ୍ଡର  ଡକାଯାଇଛି ସେବେଠୁ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସରକାର ଏହି ଆଉଟଲେଟ୍‌ଗୁଡ଼ିକର ଉନ୍ନତି  କରିବା ପରିବର୍ତ୍ତେ ଏହାକୁ ଘରୋଇ ସଂସ୍ଥା ହାତକୁ ଟେକିଦେବାକୁ ମସୁଧା  କରୁଥିବା ଅଭିଯୋଗ ହୋଇଥିଲା । ସିଆରପି, ସହିଦନଗର ଓ ଶିରିପୁରରେ  ଥିବା ଆଉଟଲେଟ୍‌ ପାଇଁ ଗତ ୨୨  ତାରିଖରେ ଟେଣ୍ଡର ଖୋଲାଯାଇଥିବା  ବେଳେ ଗୁରୁବାର ବନ୍ଦ ହୋଇଥିଲା ।  ଗତକାଲି ହିଁ ତରବରିଆ ଭାବରେ  ଟେକ୍ନିକାଲ ଓ ଫାଇନାନ୍ସିଆଲ ଟେଣ୍ଡର  ଡକାଯାଇଥିଲା । ହେଲେ ସିଆରପି ଓ  ସହିଦନଗର ଆଉଟ୍‌ଲେଟ୍‌ ପାଇଁ କେହି ଟେଣ୍ଡରରେ ଭାଗ ନେଇନଥିଲେ । ତେଣୁ ଏହି ଦୁଇଟି ଆଉଟଲେଟ୍‌  ଟେଣ୍ଡରକୁ ବାତିଲ କରାଯାଇଥିଲା ।  ତେବେ ଶିରିପୁର ଆଉଟଲେଟ୍‌ ପାଇଁ  ଗୋଟିଏ ସଂସ୍ଥା ଟେଣ୍ଡର ପକାଇଥିଲା ।  ଯେଉଁ ବ୍ୟକ୍ତି ଟେଣ୍ଡର ପକାଇଥିଲେ ସେ  କୁଆଡେ ବିଭାଗରେ କାର୍ଯ୍ୟରତ ଜଣେ  ବରିଷ୍ଠ ଅଧିକାରୀଙ୍କ ସମ୍ପର୍କୀୟ । ହେଲେ  ନିୟମାନୁସାରେ, ତିନିଜଣ ଅପସନର୍‌  ଭାଗ ନେବା କଥା । ଅନ୍ୟଥା ଟେଣ୍ଡର  ବାତିଲ କରାଯିବ । ମାତ୍ର ଏ କ୍ଷେତ୍ରରେ  ସିଙ୍ଗଲ ଟେଣ୍ଡର ପଡ଼ିଥିଲା । ଶେଷରେ  ସଂପୃକ୍ତ ଅଧିକାରୀଙ୍କ ମୁହଁକୁ ଚାହିଁ ତାଙ୍କର  ସମ୍ପର୍କୀୟଙ୍କ ହାତରେ ଆଉଟଲେଟ୍‌କୁ  ଟେକିଦିଆଯାଇଛି । ଟେଣ୍ଡରରେ ଫିକ୍ସିଂ  ହୋଇଥିବା ଜଳଜଳ ଦେଖାଯାଉଛି ।  

ଅପରପକ୍ଷେ, ଏସମସ୍ତ ଘଟଣାରେ  ପରିଚାଳନା ନିର୍ଦ୍ଦେଶକଙ୍କ ଭୂମିକା  ସନ୍ଦେହଘେରକୁ ଆସିଛି । ତାଙ୍କ ଜାଣତରେ  ହିଁ ଏସବୁ ଘଟୁଛି ବୋଲି କର୍ମଚାରୀମାନେ  ଅଭିଯୋଗ କରିଛନ୍ତି । ୩ଟି ଆଉଟଲେଟ୍‌  ପାଇଁ ଟେଣ୍ଡର ଡକାଯାଇଥିଲା ହେଲେ  ମିଳିଲା ଗୋଟିଏକୁ । କେଉଁ ଆଧାରରେ  ଟେଣ୍ଡର ବଣ୍ଟାଗଲା, ସମ୍ପର୍କୀୟଙ୍କୁ କେମିତି  ଦାୟିତ୍ୱ ମିଳିଲା, ଏସବୁର ବିଭାଗୀୟ ତଦନ୍ତ  ହେବା ଦରକାର ବୋଲି ଦାବି ହୋଇଛି।  ଏସଂକ୍ରାନ୍ତରେ ପରିଚାଳନା ନିର୍ଦ୍ଦେଶକ  ମୁରଲିଧର ଜେନାଙ୍କ ପ୍ରତିକ୍ରିୟା ମିଳିପାରିନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.