ନୂଆଦିଲ୍ଲୀ,୨୪/୧୧: ବିଷ ବଳୟରେ ରହିଛି ଜାତୀୟ ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ବଢୁଛି ବାୟୁ ପ୍ରଦୂଷଣ । ପ୍ରତିଦିନ ଖସୁଛି ଏକ୍ୟୁଆଇ । ବିଭିନ୍ନ ସ୍ଥାନରେ ୪୦୦ ପାର କରିଛି ବାୟୁ ଗୁଣବତ୍ତା । ଜନଜୀବନକୁ କଲବଲ କରିଛି ପ୍ରଦୂଷଣ । ବାୟୁ ପ୍ରଦୂଷଣ ବିରୋଧରେ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପୁଲିସ୍ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ମୁତୟନ ପୁଲିସ୍ ଉପରକୁ ଲଙ୍କାଗୁଣ୍ଡ ପିଙ୍ଗିଛନ୍ତି ଆନ୍ଦୋଳନକାରୀ । ଘଟଣାରେ ୧୫ ଜଣ ଗିରଫ ହୋଇଛନ୍ତି । ଆନ୍ଦୋଳନ ବେଳେ ନିହତ ମାଓବାଦୀ ହିଡ୍ମା ସମର୍ଥନରେ ବି ନାରାବାଜୀ ଦେଇଛନ୍ତି ବିକ୍ଷୋଭକାରୀ । ଏହା ସହିତ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସହ ହିଡ୍ମାକୁ ତୁଳନା କରି କେତେ ହିଡମାକୁ ମାରିବ ପ୍ରତି ଘରେ ହିଡମା ଜନ୍ମ ନେବେ ବୋଲି କହିଛନ୍ତି ।

​​​​​​​ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣକୁ ବିରୋଧ କରି ଇଣ୍ଡିଆ ଗେଟ୍‌ରେ ଆନ୍ଦୋଳନ କରୁଥିବା କିଛି ଆନ୍ଦୋଳନକାରୀଙ୍କୁ ହଟାଇବା ସମୟରେ ପୁଲିସ୍‌ ଏବଂ ବିକ୍ଷୋଭକାରୀଙ୍କୁ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ମୁତୟନ ପୁଲିସ୍‌ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ ବିକ୍ଷୋଭକାରୀ । ପୁଲିସ୍ କର୍ମଚାରୀଙ୍କ ଆଖି ଓ ମୁହଁରେ ଲଙ୍କାଗୁଣ୍ଡ ଫିଙ୍ଗିଛନ୍ତି ଆନ୍ଦୋଳନକାରୀ । କିଛି ଅସୁସ୍ଥ ପୁଲିସ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାରେ ୧୫ ଜଣ ଗିରଫ ହୋଇଛନ୍ତି ।  ପୁଲିସ୍ ଉପରକୁ ଆକ୍ରମଣ, ସରକାରୀ କାମରେ ବାଧା ସୃଷ୍ଟି କରିବା ସହ ରାସ୍ତା ଜାମ କରିବା ଧାରାରେ ସେମାନଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ହୋଇଛି ।ସେମାନଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି । ଖାଲି ସେତିକି ନୁହେଁ ଆନ୍ଦୋଳନ ବେଳେ ନିହତ ନକ୍ସଲ ହିଡ୍‌ମା ସମର୍ଥନରେ ବି ନାରାବାଜୀ ହେଇଥିଲେ ଆନ୍ଦୋଳନକାରୀ । କେତେ ହିଡ୍‌ମା ମାରିବ ? ପ୍ରତି ଘରୁ ହିଡ୍‌ମା ବାହାରିବେ ବୋଲି ନାରା ଦେଇଥିଲେ ବିକ୍ଷୋଭବକାରୀ । ପୁଲିସ ଅଧିକାରୀ କହିଛନ୍ତି, ପ୍ରଥମ ଥର ପୁଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗା ଯାଇଥିବା ଦେଖିଛୁ । କିଛି ଅଧିକାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଚାଲିଯାଇଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ପୁଲିସ ଅଧିକାରୀ କହିଛନ୍ତି, ପ୍ରଥମ ଥର ପୁଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗା ଯାଇଥିବା ଦେଖିଛୁ । କିଛି ଅଧିକାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଚାଲିଯାଇଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।​​​​​​​

ସେପଟେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାକିତ ସ୍ଥିତିରେ ପହଞ୍ଚିଛି । ବିଷ ପାଲଟିଛି ଦିଲ୍ଲୀ ବାୟୁ । ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ୪୫୦ ପାର କରିଛି । ଅତି ନିମ୍ନ, ଅତି ଖରାପ  ହୋଇଛି । ଜନଜୀବନଙ୍କୁ କଲବଲ କରିଛି ଦିଲ୍ଲୀ ପ୍ରଦୂଷଣ । ଘରୋଇ ଅଫିସରେ ୫୦ ପ୍ରତିଶତ ୱାର୍କଫ୍ରର୍ମ ହୋମ ପାଇଁ ଆଡଭାଇଜରୀ ଜାରି ହୋଇଛି ।