ନୂଆଦିଲ୍ଲୀ, ୧୬/୦୨ : ପାହାଡ଼ ଖୋଳି ପରମାଣୁ ଠିକଣା ତିଆରି କରିଛି ଚୀନ। ସାଟେଲାଇଟ୍ ଫଟୋରୁ ଭାରତର ବଢିଲା ଟେନସନ୍। ଚୀନ ସିଚୁଆନ ପ୍ରାନ୍ତରେ ଗୁପ୍ତ ପରମାଣୁ ଅସ୍ତ୍ର ଠିକଣା ତିଆରି କରିଥିବା ନ୍ୟୁୟର୍କ ଟାଇମ୍ସ ଦାବି କରିଛି। ଜିୟୋସ୍ପେଶାଲ ଇଣ୍ଟେଲିଜେନ୍ସ ଏକ୍ସପର୍ଟସ୍ ମୁତାବକ ୨୦୧୯ ପରଠାରୁ ଚୀନ ପରମାଣୁ ଅସ୍ତ୍ର ତିଆରି ଜୋରଦାର୍ କରିଛି। ସିଚୁଆନରେ ଜିଟାଙ୍ଗ ଘାଟୀରେ ପାହାଡ଼ ଖୋଳି ପରମାଣୁ ଆଡ୍ଡା ତିଆରି କରିଛି। ଏଠାରେ ବଡ଼ ବଡ଼ ବଙ୍କର ତିଆରି କରାଯାଇଛି। ପାଇପ୍ ଗୁଡ଼ିକୁ ଜାଲ ଭଳି ବିଛା ଯାଇଛି।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୀନ ତାର ଷ୍ଟ୍ରାଟେଜିକ୍ ପୋଜିସନ ଲଗାତର ମଜବୁତ କରୁଛି। ୨୦୨୪ ସୁଦ୍ଧା ଚୀନ ପାଖରେ ୫୦୦ ରୁ ଅଧିକ ପରମାଣୁ ଅସ୍ତ୍ର ଥିଲା। ୨୦୩୦ ସୁଦ୍ଧା ଡ୍ରାଗନ୍ ଏକ ହଜାର ନ୍ୟୁକ୍ଲିଆର୍ ୱିପନ୍ ଲକ୍ଷ୍ୟ ରଖିଛି। ଏବେ ଚୀନ ଆମେରିକା ଏବଂ ଋଷ ତୁଳନାରେ ବହୁ ପଛରେ ଅଛି। ଆସନ୍ତା ୧୦ ବର୍ଷରେ ବି ଚୀନ ଋଷର ବରାବର ହୋଇପାରିବ ନାହିଁ।
ପରମାଣୁ ଯୁଦ୍ଧ ଆଡ଼କୁ ଏବେ ବିଶ୍ଵ ଅଗ୍ରସର ହେଉଛି। ଆମେରିକା ଏବଂ ଇରାନ ଯୁଦ୍ଧର ଦ୍ଵାରଦେଶରେ ଠିଆ ହୋଇଛନ୍ତି। ଇରାନ ଯଦି ଡିଲ୍ କରିବାକୁ ରାଜି ନହୁଏ ତେବେ ଆମେରିକା ପରମାଣୁ ଆଟାକ୍ କରିବ ବୋଲି ଧମକ ଦେଇଛି। ଖାଲି ସେତିକି ନୁହେଁ ଏହାର ପରିଣାମ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟକୁ ଭୋଗିବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ- ପରମାଣୁ ଚୁକ୍ତି କରିବାକୁ ପ୍ରସ୍ତୁତ , କିନ୍ତୁ ... ଇରାନ ଆମେରିକାକୁ ଦେଲା ଅଫର ; ମାନିବେ ତ ଟ୍ରମ୍ପ ?