ନୂଆଦିଲ୍ଲୀ : ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ନେଇ ବୁଝାମଣାର ରାସ୍ତା ଖୋଲି ଦେଇଛି। ତେହରାନ କହିଛି , ୟୁଏସ୍ ସହ ଚୁକ୍ତି ନେଇ ଆଗକୁ ବଢିବାକୁ ସେ ପ୍ରସ୍ତୁତ, ହେଲେ ସେ ଏଥିପାଇଁ ସର୍ତ୍ତ ମଧ୍ୟ ରଖିଛି। ତାର କହିବାନୁସାରେ, ବୁଝାମଣା କେବଳ ସେତେବେଳେ ହେବ ,ଯେବେ ୱାଂଶିଟନ ପ୍ରତିବନ୍ଧକ ହଟେଇବା ପାଇଁ ପ୍ରସ୍ତୁତ ହେବ। ବିବିସି ସହ କଥା ହୋଇ ଇରାନର ଉପ-ବୈଦେଶିକ ମନ୍ତ୍ରୀ ମାଜିଦ ତଖତ୍-ରଭାଞ୍ଚି କହିଛନ୍ତି ଯେ, ଚୁକ୍ତିନାମାର ଇଚ୍ଛା ସାବ୍ୟସ୍ତ କରିବାର ଦାୟିତ୍ୱ ଆମେରିକା ଉପରେ। ସେ ଆହୁରି କହିଛନ୍ତି ଯେ, ଯଦି ପ୍ରତିବନ୍ଧକରେ ଆଶ୍ୱସ୍ତିର ପ୍ରସ୍ତାବ ରଖାଯାଏ , ତ ତେହରାନ ନିଜର ପରମାଣୁ କାର୍ଯ୍ୟକ୍ରମରେ ସୀମା ଲଗାଇବା ନେଇ ଆଲୋଚନା କରିବାକୁ ପ୍ରସ୍ତୁତ।

ଆହୁରି ମଧ୍ୟ ପଢନ୍ତୁ : ଭାଲେଣ୍ଟାଇନ ୱିକ୍‌ରେ ଖୋଲିଲା ନିଆରା କାଫେ , ଏଆଇ ପ୍ରେମୀ କରୁଛନ୍ତି ଡେଟିଂ... ମଣିଷର ଆବଶ୍ୟକତା ନାହିଁ

ଉଲ୍ଲେଖନୀୟ ଯେ, ୟୁରେନିୟମ ସମ୍ୱର୍ଧନ ଏକ ପ୍ରମୁଖ ବିବାଦାସ୍ପଦ ପ୍ରସଙ୍ଗ ହୋଇଛି। ୱାଶିଂଟନ ପ୍ରଥମେ ଇରାନ ସହ ସମ୍ୱର୍ଧନ ସଂପୂର୍ଣ୍ଣ ବନ୍ଦ କରିବାର ଦାବି କରିଥିଲା। ଏହା ଉପରେ ତଖତ୍ ରଭାଞ୍ଚି କହିଛନ୍ତି ଯେ, ଶୂନ୍ୟ ସମ୍ୱର୍ଧନ ଏବେ କୌଣସି ପ୍ରସଙଗ୍ ନୁହେଁ ଏବଂ ଇରାନର ନଜରରେ ଏହା ଏକ ଏବେ ଆଲୋଚନାର ବିଷୟ ନୁହେଁ। ଏହା ଟ୍ରମ୍ପଙ୍କ ବର୍ତ୍ତମାନର ବିବୃତ୍ତିର ବିପରୀତ , ଯେଉଁଥିରେ ସେ କହିଥିଲେ ଯେ, ଆମେ କୌଣସି ବି ପ୍ରକାରର ସମ୍ୱର୍ଧନ ଚାହିଁ ନାହିଁ। ଅନ୍ୟପଟେ ଇରାନ ପରମାଣୁ ଅପ୍ରସାର ଚୁକ୍ତିନାମା (ଏନପିଟି) ଅନୁସାରେ ନିଜର ଅଧିକାର ଗୁଡ଼ିକର ଉଲ୍ଲଂଘନ ଭାବେ ସଂପୂର୍ଣ୍ଣ ରୋକକୁ ଦେଖିଥାଏ। ତେହରାନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହାର ବାଲିଷ୍ଟିକ୍ ମିସାଇଲ କାର୍ଯ୍ୟକ୍ରମ ଆଲୋଚନାର ଅଂଶ ବିଶେଷ ନୁହେଁ, ଯଦିଓ ଇସ୍ରାଏଲ ପକ୍ଷରୁ ଚାପ ପଡ଼ି ଥାଉ ଏବଂ ରୁବିଓଙ୍କ ସହ ୟୁଏସ୍ ଅଧିକାରୀଙ୍କ ଦ୍ୱାରା ଚୁକ୍ତିର ପରିସରକୁ ବ୍ୟାପକ କରିବାକୁ ଦାବି କରାଯାଇ ଥାଉ।

ତଖତ୍-ରଭାଞ୍ଚି କହିଛନ୍ତି ଯେ, ଯେବେ ଇସ୍ରାଏଲୀୟ ଓ ଆମେରିକୀୟମାନେ ଆମ ଉପରେ ଆକ୍ରମଣ କରିଥିଲେ , ତ ଆମର ମିସାଇଲ ଆମକୁ ସୁରକ୍ଷା ଦେଇ ଥିଲା, ତ ଆମେ ନିଜର ସୁରକ୍ଷାତ୍ମକ କ୍ଷମତା ଗୁଡ଼ିକରେ ନିଜକୁ ବଞ୍ଚିତ କେମିତି କରି ପାରିବୁ ?

ଆମେରିକା ଓ ଇରାନ ଫେବ୍ରୁଆରୀର ଆରମ୍ଭରେ ଓମାନରେ ଅପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ତଖତ-ରଭାଞ୍ଚି ସ୍ପଷ୍ଟ କରିଛନ୍ତି ଯେ, ଆଲୋଚନାର ଦ୍ୱିତୀୟ ରାଉଣ୍ଡ ମଙ୍ଗଳବାର ଜେନିଭାରେ ହେବ। ସେ କହିଥିଲେ ଯେ, ପ୍ରାରମ୍ଭିକ କଥାବାର୍ତ୍ତା ସକାରାତ୍ମକ ଦିଗରେ ଥିଲା , କିନ୍ତୁ ଏବେ କିଛି ବି କହିବା ରିସ୍କ ହେବ। ଟ୍ରମ୍ପ ମଧ୍ୟ ଓମାନ ବାର୍ତ୍ତାକୁ ସକାରାତ୍ମକ କହିଛନ୍ତି। ତେହରାନ ନିଜର ୬୦ ପ୍ରତିଶତ ସମ୍ୱର୍ଧିତ ୟୁରେନିୟମ ଭଣ୍ଡାରକୁ ହ୍ରାସ କରିବାର ପ୍ରସ୍ତାବକୁ ନମନୀୟର ପ୍ରମାଣ ଭାବେ ପ୍ରଦାନ କରିଛି। ଏହି ସ୍ତରରେ ସମ୍ୱର୍ଧିତ ୟୁରେନିୟମ ଅସ୍ତ୍ର-ଗ୍ରେଡ୍‌ର ନିକଟତର,ଯେଉଁଥିରୁ ଅନ୍ତର୍ଜାତୀୟ ସନ୍ଦେହ ବଢିଛି ଯେ, ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବା ଦିଗରେ ଆଗକୁ ବଢୁଛି। ହେଲେ ଇରାନ ଏହାକୁ ବାରମ୍ୱାର ଏଡ଼େଇ ଚାଲିଛି।

ପ୍ରଥମ ଆଲୋଚନା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନକୁ ଚେତାବନୀ ଦେଇଥିଲା ଯେ, ଯଦି କୌଣସି ଚୁକ୍ତି ନହୁଏ ତ , ଫଳାଫଳ ଖୁବ୍ ଗୁରୁତର ଓ ଭୟଙ୍କର ହେବ। ଟ୍ରମ୍ପ ଅନେକ ଥର ଧମକ ଦେଇଛନ୍ତି ଯେ, ଯଦି ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ରାଜି ନହୁଏ ତ ବଳ ପ୍ରୟୋଗ କରାଯିବ। ଇରାନ ମଧ୍ୟ ଜବାବୀ ଆକ୍ରମଣର ଚେତାବନୀ ଦେଇଛି।