ବେଜିଂ,୧୯/୧୨: ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ସ୍ଥିତି ସ୍ୱାଭାବିକ ହେବା ପରେ ଏବେ ଚୀନ୍‌ର କିଛି ନକାରାତ୍ମକ କାର୍ଯ୍ୟ ଲୋକଲୋଚନକୁ ଆସିଛି । ଚୀନ୍‌ ଭୁଟାନର ୨% ଜମି କବ୍‌ଜା କରିନେଇଛି ।  ଗତ ୮ ବର୍ଷ ମଧ୍ୟରେ ଭୁଟାନ୍‌ର ସୀମା ନିକଟରେ ୨୨ଟି ଗ୍ରାମ ନିର୍ମାଣ କରିଛି ।  ବଡ଼ କଥା ହେଉଛି ଏଥିରୁ ୮ଟି ଗ୍ରାମ ଭାରତୀୟ ସୀମା ନିକଟରେ ରହିଛି ।  ଭାରତ ଉପରେ ନଜର ରଖିବା ପାଇଁ ଚୀନ୍‌ ଏଭଳି ହରକତ କରିଥାଇପାରେ ବୋଲି ଅନୁମାନ କରାଯାଉଛି । 

ଏ ନେଇ ପ୍ରକାଶିତ ଏକ ରିପୋର୍ଟ ମୁତାବକ,  ଚୀନ୍‌ ଯେଉଁ ୨୨ ଗ୍ରାମ ଗଢ଼ିଛି, ସେଥିରୁ ୮ଟି ଭୁଟାନ୍‌ର ପଶ୍ଚିମ ଭାଗ ଡୋକଲାମ  ସୀମା ନିକଟରେ ରହିଛି । ଏଗୁଡ଼ିକୁ ୨୦୨୦ ପରେ ନିର୍ମାଣ କରାଯାଇଥିଲା,  ଯେବେ କି ଭାରତ ସହ ଚୀନ୍‌ର ବିବାଦ ସୃଷ୍ଟି ହୋଇଥିଲା । ଏହି ଗ୍ରାମଗୁଡ଼ିକ  ଏଭଳି ଘାଟି ଉପରେ ନିର୍ମାଣ ହୋଇଛି, ଯାହାକୁ ଚୀନ୍‌ ସବୁବେଳେ ନିଜର  ବୋଲି ଦାବି କରିଆସୁଛି । ଗ୍ରାମଗୁଡ଼ିକ ନିକଟରେ ଚୀନ୍‌ର ସେନା ପୋଷ୍ଟ ବି  ରହିଛି । ୨୨ ଗ୍ରାମ ମଧ୍ୟରୁ ସବୁଠୁ ବଡ଼ ହେଉଛି ଜୀବୁ । ଭାରତ ସରକାର  ଏହି ମାମଲାରେ ଏ ପର୍ଯ୍ୟନ୍ତ କୌଣସି ବୟାନ ଦେଇନାହାନ୍ତି । ଅନ୍ୟପକ୍ଷରେ  ଚୀନ୍‌ର ସମ୍ପୃକ୍ତ କାର୍ଯ୍ୟକଳାପ ସଂକ୍ରାନ୍ତ ଖବରକୁ ଭୁଟାନ ଖଣ୍ଡନ କରିଛି।