ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଚୀନ ତିଆରି କଲା 'ମ୍ୟାଜିକ୍‌ବଟ୍' : ଏବେ ଗରିବ ଖଟିଖିଆଙ୍କ ଚାକିରି ଖାଇବ ବାହୁବଳୀ ରୋବଟ୍, ଫ୍ୟାକ୍ଟ୍ରିରେ କରିବ କାମ

Published By : Rasmita Pradhan | August 16, 2025 12:11 PM

ନୂଆଦିଲ୍ଲୀ, ୧୬/୦୮ : ବଡ଼ ବଡ଼ କମ୍ପାନୀ ଠାରୁ ନେଇ ଛୋଟ ଫ୍ୟାକ୍ଟ୍ରି ଯାଏଁ ବଢିଛି ରୋବଟ୍‌ଙ୍କ ଆଧିପତ୍ୟ। ଏବେ ଗରିବ ଖଟିଖିଆଙ୍କ ଚାକିରି ଖାଇବ ରୋବଟ୍। ବାହୁବଳୀ ରୋବଟ୍ ତିଆରି କଲା ଚୀନ। ୨୫୦ କିଲୋ ଓଜନର ଉଠାଉଛି ଜିନିଷ। ଚୀନର ମ୍ୟାଜିକଲ୍ୟାବ କମ୍ପାନୀ ଏହାକୁ ତିଆରି କରିଛି। ଏହାର ନାମ 'ମ୍ୟାଜିକ୍‌ବଟ୍' ରଖାଯାଇଛି। ଅଧିକ ଓଜନର ଜିନିଷ ଉଠାଇବାକୁ ଏବେ ଏହାକୁ ଚୀନର ଫ୍ୟାକ୍ଟ୍ରିରେ ବ୍ୟବହାର କରାଯାଉଛି। ଏହି ରୋବଟ୍‌ର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। 

ରୋବୋଟିକ୍ସ ଦୁନିଆରେ ଚୀନ ଶିଖର ଛୁଇଁଛି। ନିଜ ଦେଶରେ ରୋବଟ୍ ମଲ୍ ତିଆରି କରିଛି। ଏବେ ଚୀନର ଏକ ଷ୍ଟାର୍ଟଅପ୍ କମ୍ପାନୀ ମ୍ୟାଜିକଲ୍ୟାବ୍ 'ମ୍ୟାଜିକବଟ୍' ନାମରେ ଏକ ରୋବଟ୍ ତିଆରି କରିଛି। ଏହି ରୋବଟ୍ ୨୫୦ କିଲୋ ଓଜନର ଜିନିଷ ଉଠାଇ ପାରିବ। ହାଲୁକା ଓଜନ ସହିତ ଏହାର ଗତି ପ୍ରତି ସେକେଣ୍ଡ୍ ପିଛା ୦.୭ ମିଟର ଥିଲା। ଏବେ ଅଧିକ ଓଜନ ସହ ରୋବଟ୍‌ର ଗତି ୦.୩ ମିଟର ରହିଛି। ଏହି ରୋବଟ୍ ଜିନିଷ ଉଠାଇବା ସହ ଅନେକ ପ୍ରକାରର କାମ କରିବାରେ ମାହିର। 

ମ୍ୟୁଜିକବଟ୍ ତୃତୀୟ ପୀଢିର ଏଆଇ ରୋବଟ୍। ଏହା ଫ୍ୟାକ୍ଟ୍ରିରେ କାମ କରିବା ସହ ଜିନିଷ ଉଠାଇବା, ପ୍ରଡକ୍ଟର ଯାଞ୍ଚ କରିବା, ସ୍କାନିଂ କରିବା ସହ ଗୋଦାମରେ କାମ କରିପାରିବ। ଏହା ଘରୋଇ କାମ ଯେପରିକି, କପଡ଼ା ଭାଙ୍ଗି ରଖିବା, ଗଛରେ ପାଣି ଦେବା, ଓ ଯାଦୁ ଦେଖାଇ ପାରିବ। ଏହା ମଣିଷଙ୍କ ଭଳି ହଲିଝୁଲି ପାରିବ। ଏଥିରେ RGBD କ୍ୟାମେରା, ଫିସ୍‌ଆଇ କ୍ୟାମେରା ଓ ଅଲ୍ଟ୍ରାସୋନିକ ସେନ୍ସର ଲାଗିଛି। ଯାହାକି ଏହାକୁ ଚତୁର୍ଦ୍ଦିଗକୁ ଦେଖି ଅନୁଭବ କରିପାରିବ। ନିଜେ ନିଜେ ରାସ୍ତା ପାର୍ କରିପାରିବ। ଏହାର ବ୍ୟାଟେରୀ ୫ ଘଣ୍ଟା ଯାଏଁ ଚାର୍ଜ ରଖିବ। ଏଆଇ ସାହାଯ୍ୟରେ ଏହାକୁ ସଂଚାଳନ କରାଯାଇ ପାରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.