ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଭାରତକୁ ଆଶ୍ୱସ୍ତି : ସାର ଓ ରେୟାର୍‌ ଆର୍ଥ ଯୋଗାଇବ ଚୀନ, ସହଯୋଗର ବାର୍ତ୍ତା ଦେଲେ ଚୀନ୍‌ ବୈଦେଶିକ ମନ୍ତ୍ରୀ

Published By : Rasmita Pradhan | August 20, 2025 7:59 AM

ନୂଆଦିଲ୍ଲୀ, ୨୦/୦୮ : ରପ୍ତାନି ପ୍ରତିବନ୍ଧକ ହଟାଇଛି ଚୀନ୍‌ । ଭାରତକୁ ଏହା ଏବେ ସାର, ରେୟାର୍‌ ଆର୍ଥ ମାଗ୍‌ନେଟ୍‌ ଏବଂ ଟନେଲ୍‌ ବୋରିଙ୍ଗ୍‌ ମେସିନ୍‌ ଯୋଗାଇବ । ଭାରତ ଗସ୍ତରେ ଥିବା ଚୀନ୍‌ର ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୟି ଭାରତର ବିଦେଶ ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କରଙ୍କୁ ଭେଟିବା ଅବସରରେ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ୧୮ରୁ ୱାଙ୍ଗ୍‌ ଦୁଇଦିନିଆ ଭାରତ ଗସ୍ତରେ ଥିଲେ । ସୋମବାର ସେ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ଅବସରରେ ଉଭୟ ଦେଶ ପାରସ୍ପରିକ ସମ୍ପର୍କକୁ ଆଗକୁ ବଢ଼ାଇବା ସହିତ ସହଯୋଗ ଜାରି ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି । 

ଏହି ୩ଟି ଉତ୍ପାଦର ରପ୍ତାନି ଉପରେ କଟକଣାକୁ ହଟାଇବା ପାଇଁ ଭାରତର ଅନୁରୋଧକୁ ଚୀନ୍‌ ରକ୍ଷା କରିଥିବା ୱାଙ୍ଗ ସୂଚନା ଦେଇଛନ୍ତି । ଏହି ସାମଗ୍ରୀଗୁଡ଼ିକର ଯୋଗାଣ ପୁନଃ ଆରମ୍ଭ ହୋଇଥିବା ଭାରତୀୟ ସୂତ୍ରରୁ ଜଣାପଡ଼ିଛି । ୱାଙ୍ଗ୍‌ କହିଛନ୍ତି, ବିଶ୍ୱର ସ୍ଥିତି ଦ୍ରୁତ ବେଗରେ ବଦଳୁଛି । ମୁକ୍ତ ବାଣିଜ୍ୟ ଏବଂ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାଗୁଡ଼ିକୁ ଆହ୍ୱାନର ସାମ୍ନା କରିବାକୁ ପଡୁଛି । ଭାରତ ଏବଂ ଚୀନ୍‌ ବିଶ୍ୱର ସର୍ବବୃହତ୍‌ ବିକାଶଶୀଳ ଦେଶ ଏବଂ ଉଭୟଙ୍କ ମିଳିତ ଜନସଂଖ୍ୟା ୨୮୦ କୋଟିରୁ ଅଧିକ । ତେଣୁ ଉଭୟ ଦେଶ ଦାୟିତ୍ୱସମ୍ପନ୍ନ ଭାବେ ପରସ୍ପରକୁ ସହଯୋଗ କରିବା ଉଚିତ । 

ପ୍ରକାଶଯୋଗ୍ୟ, ୨୦୨୫ ଜୁଲାଇରେ ଚୀନ୍‌ ଭାରତକୁ ଜରୁରୀ ମେଶିନ୍‌ ଏବଂ ପାର୍ଟସ ଯୋଗାଣ ବନ୍ଦ କରିଥିଲା । ଏହି ମେଶିନ୍‌ ଏବଂ ପାର୍ଟସ ଇଲେକ୍ଟ୍ରୋନିକ୍ସ ଓ ଅଟୋମୋବାଇଲ ଭଳି ଶିଳ୍ପ ପାଇଁ ଅତ୍ୟନ୍ତ ଜରୁରୀ । ହଠାତ୍‌ ଚୀନ୍‌ ପକ୍ଷରୁ ସାର ରପ୍ତାନି ଉପରେ କଟକଣା ଲଗାଯିବା ଦ୍ୱାରା ରବି ଋତୁରେ ଡି- ଆମୋନିୟମ୍‌ ଫସ୍‌ଫେଟ୍‌ସର ଉପଲବ୍ଧତା ପ୍ରଭାବିତ ହୋଇଥିଲା । ଭାରତର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ବ୍ୟବହାର ହେଉଥିବା ଟନେଲ୍‌ ବୋରିଂ ମେଶିନ୍‌ର ରପ୍ତାନି ଉପରେ ବି ଚୀନ୍‌ ରୋକ୍‌ ଲଗାଇଥିଲା । ଏହାବ୍ୟତୀତ ଭାରତରେ ଆଇଫୋନ୍‌ ପ୍ରସ୍ତୁତିକାରୀ କମ୍ପାନି ଫକ୍ସକନ୍‌ ଏହାର ୩୦୦ରୁ ଊର୍ଦ୍ଧ୍ୱ ଚୀନ ଇଞ୍ଜିନିୟର ଏବଂ ଟେକ୍ନିସିଆନ୍‌ଙ୍କୁ ଭାରତରୁ ଫେରାଇ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ରିପୋର୍ଟ ଅନୁସାରେ, ଭାରତର ବିନିର୍ମାଣ କ୍ଷେତ୍ରକୁ ପ୍ରଭାବିତ କରିବା ପାଇଁ ଚୀନ୍‌ ଏଭଳି କରିଥିଲା ।

ଏହାପୂର୍ବରୁ ଏପ୍ରିଲରେ ଚୀନ୍‌ ଏହାର ୭ଟି ରେୟାର୍‌ ଆର୍ଥ ଉପାଦାନର ରପ୍ତାନି ଉପରେ ରୋକ୍‌ ଲଗାଇଥିଲା । ଏହାର ଆମଦାନି ପାଇଁ ସ୍ୱତନ୍ତ୍ର ଲାଇସେନ୍ସକୁ ବାଧ୍ୟତାମୂଳକ କରିଥିଲା । ଏହି କାରଣରୁ ଭାରତକୁ ହେବାକୁ ଥିବା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଏହି କଟକଣାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଦେଶର ଅଟୋମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପ । ଏହାଦ୍ୱାରା କମ୍ପାନିଗୁଡ଼ିକର ଉତ୍ପାଦନ ବ୍ୟାହତ ହୋଇଥିଲା । ଏବେ ଉଭୟ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ଦୂର ହେଉଛି । ଏଥିସହିତ ଅର୍ଥନୈତିକ ବିବାଦ ମଧ୍ୟ କମୁଛି । ଆମେରିକା ସହିତ ବାଣିଜ୍ୟିକ ତିକ୍ତତା ମଧ୍ୟରେ ଚୀନ୍‌ ଏବଂ ଭାରତ ମଧ୍ୟରେ ସହଯୋଗ ଭାରତ ପାଇଁ ଏକ ସକାରାତ୍ମକ ସ୍ଥିତି ଆଣିଛି । 

ଅନ୍ୟପକ୍ଷରେ ଚୀନ୍‌ ବିଦେଶ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ୭ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସାକ୍ଷାତ କରିଛନ୍ତି । ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ, ସୀମା ସମସ୍ୟା ଓ ବାଣିଜ୍ୟ କାରକାର ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏବଂ ସୀମା ସମସ୍ୟାର ଗଠନମୂଳକ ସମାଧାନ ପନ୍ଥା ଅବଲମ୍ବନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଚୀନ୍‌ ବିଦେଶ ମନ୍ତ୍ରୀ ତିଆନଜିନରେ ଆସନ୍ତା ୩୧ରେ ହେବାକୁ ଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ବୈଠକରେ ଯୋଗଦେବା ଲାଗି ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ମୋଦି ମଧ୍ୟ ନିମନ୍ତ୍ରଣ ଗ୍ରହଣ କରିବା ସହ ଏଥିପାଇଁ ଚୀନ୍‌ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ ଗତବର୍ଷ କାଜାନ ଠାରେ ସେ ଜିନପିଙ୍ଗଙ୍କୁ ସାକ୍ଷାତ କରିଥିଲେ । ଏହା ପରଠାରୁ ୧ ବର୍ଷ ଭିତରେ ଦୁଇଦେଶ ମଧ୍ୟରେ ସମ୍ପର୍କରେ ଯଥେଷ୍ଟ ପ୍ରଗତି ହୋଇଛି । ତିଆନଜିନ୍‌ରେ ହେବାକୁ ଥିବା ଏସ୍‌ସିଓ ବୈଠକରେ ସେ ପୁଣି ଜିନପିଙ୍ଗଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି । ଭାରତ ଓ ଚୀନ ମଧ୍ୟରେ ସ୍ଥିର, ପୂର୍ବାନୁମେୟ ଓ ଗଠନମୂଳକ ସହଯୋଗ ଆଞ୍ଚଳିକ ତଥା ବୈଶ୍ୱିକ ଶାନ୍ତି ଓ ସମୃଦ୍ଧି ଦିଗରେ ସହାୟକ ହୋଇପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.