ସିଡନୀ – ଅଷ୍ଟ୍ରେଲିଆନ୍‌ ସରକାର ନଭେମ୍ୱର ମାସରେ ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ପ୍ରତିବନ୍ଧକ ନେଇ, ଏକ ଐତିହାସିକ ବିଧେୟକ ପାରିତ କରିଥିଲା। ଅଷ୍ଟ୍ରେଲିଆରେ ସୋସିଆଲ ମିଡ଼ିଆରେ ଅଙ୍କୁଶରେ ବର୍ତ୍ତମାନ ଭିଡ଼ିଓ ଗେମ୍‌ ଓ ଅନଲାଇନ୍‌ ଗେମ୍ ପ୍ଲାଟଫର୍ମକୁ ସାମିଲ କରାଯାଇ ନାହିଁ। ଏବେ ଚୀନର୍‌ ଶି ଜିନିପିଙ୍ଗ ସରକାର ପିଲାଙ୍କୁ ଭିଡିଓ ଗେମ୍ ଖେଳିବା ଉପରେ ଅଙ୍କୁଶ ଲଗାଇଛନ୍ତି। ଚୀନରେ ଦୃଢ ନିୟମ ଯେ , ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ କେବଳ ଏକ ଘଣ୍ଟା ଅନଲାଇନ୍‌ ଗେମିଂର ଅନୁମତି ହେବ। ତେବେ ଚୀନ ସରକାରଙ୍କୁ ଏହି ନିଷ୍ପତ୍ତି କାହିଁକି ନେବାକୁ ପଡ଼ିଲା। 

ଚୀନରେ ଭିଡ଼ିଓ ଗେମ୍‌ ଉଦ୍ୟୋଗର ପରିସର ବହୁତ ବଡ଼। ଟେନସେଣ୍ଟ ଭଳି ଟେକ୍ନୋଲଜି ଜିଆଣ୍ଟ ଚାଇନା କମ୍ପାନୀ ଗୁଡ଼ିକ ବୈଶ୍ୱିକ ଗେମିଂ ପରିଦୃଶ୍ୟକୁ ଖୁବ୍‌ ଜୋରରେ ବ୍ୟାପକ କରୁଛନ୍ତି। ହେଲେ ପିଲାଙ୍କ ଦ୍ୱାରା ଭିଡ଼ିଓ ଗେମ୍‌ର ବ୍ୟବହାରର ପ୍ରଶ୍ନ ଚୀନରେ ଏକ ବଡ଼ ମାମଲା ପାଲଟିଛି। ଦେଶରେ ଭିଡିଓ ଗେମ୍ ଅଭ୍ୟାସ ଓ ଏଥିରେ କ୍ଷତିକୁ ନେଇ ଏକ ଗଭୀର ସାଂସ୍କୃତିକ  ଓ ସାମାଜିକ ଇତିହାସ ରହିଛି। ଯାହାକୁ ଆଧ୍ୟାତ୍ମକି ଅଫିମ ଭାବେ ଦର୍ଶାଯାଇ ଥାଏ। ଏହି ଗେମିଂକୁ ଯୁବବର୍ଗଙ୍କର ଶାରୀରିକ ,ମାନସିକ ଓ ସାମାଜିକ ଉନ୍ନତି ପାଇଁ ସମ୍ଭାବିତ ବିପଦ ଭାବେ ଉପସ୍ଥାପିତ କରିଥାଏ।

ଚୀନରେ ମାତା-ପିତାଙ୍କ ଚିନ୍ତା ପିଲାଙ୍କ ଅନଲାଇନ୍‌ ଗେମ୍‌ ଖେଳିବା ଉପରେ ଦୃଢ ନିୟମ ଲାଗୁ କରିବାର ମାର୍ଗ ପ୍ରଶସ୍ତ କରିଛି। ଏହି ଦୃଷ୍ଟିକୋଣକୁ ବ୍ୟାପକ ଭାବେ ମାତା-ପିତାଙ୍କ ସମର୍ଥନ ମିଳିଛି। ୨୦୧୯ ମସିହାରେ, ଚୀନ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଗେମିଂର ସମୟ ୱିକ୍‌ ଡେଜ୍‌ (ସୋମବାରରୁ ଶୁକ୍ରବାର)ର ଦିନରେ ପ୍ରତିଦିନ ୯୦ ମିନିଟ, ସପ୍ତାହାନ୍ତ (ଶନିବାର ଓ ରବିବାର)ରେ ୩ଘଣ୍ଟା ଯାଏ ସୀମିତ କରିବା ପାଇଁ ଏକ ଆଇନ୍‌ ପ୍ରସ୍ତାବିତ କରିଥିଲା। କରୋନା କର୍ଫ୍ୟୁ ବେଳେ ରାତି ୧୦ଟାରୁ ସକାଳ ୮ଟା ଯାଏ ଅନଲାଇନ୍‌ ଗେମ୍‌ରେ ପ୍ରତିବନ୍ଧକର ପ୍ରାବଧାନ ଥିଲା। 

୨୦୨୧ ମସିହାରେ କରାଯାଇ ଥିବା ସଂଶଧନ ଶୁକ୍ରବାର , ଶନିବାର , ରବିବାର ଓ ସାର୍ବଜନିକ ଛୁଟି ଗୁଡ଼ିକରେ ଅନଲାଇନ ଗେମ୍‌ ଖେଳିବା ସମୟରେ କେବଳ ରାତି ୮ଟା ସମୟରୁ ୯ଟା ଯାଏ ସୀମିତ କରି ଦିଆ ଯାଇଛି। ଚୀନ୍‌ ୨୦୨୩ରେ ଅନଲାଇନ୍‌ ଗେମିଂ ବ୍ୟତୀତ ଏହି ଢାଞ୍ଚାକୁ ବିସ୍ତାର କରି ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମ , ଭିଡ଼ିଓ-ସେୟାରିଂ ସାଇଟ୍ସ ଓ ସୋସିଆଲ ମିଡ଼ିଆକୁ ମଧ୍ୟ ଏଥିରେ ସାମିଲ କରିଛି। 

ଚୀନର ପ୍ରମୁଖ ଗେମ୍ କମ୍ପାନୀଗୁଡ଼ିକ ଏହି ନିୟମର ପାଳନକୁ ସୁନିଶ୍ଚିତ କରିବାକୁ ବିଭିନ୍ନ ପ୍ରକ୍ରିୟା ଲାଗୁ କରୁଛନ୍ତି। କିଛି ଗେମ୍‌ରେ ବୟସ-ସତ୍ୟାପନ ପ୍ରଣାଳୀକୁ ସାମିଲ କରାଯାଇଛି, ଏଥିରେ ଗେମ୍‌ ଖେଳିଥିବା ଲୋକର ବୟସ ସ୍ପଷ୍ଟ ପାଇଁ ନିଜର ବାସ୍ତବିକ ନାଁ ଓ ଆଇଡି ମଗାଯାଇ ଥାଏ। କିଛି ଗେମ୍‌ ଖେଳୁଥିବା ଆଇଡି ସୁନିଶ୍ଚିତ କରିବା ପାଇଁ ଚେହେରାର ପରିଚୟ ମଧ୍ୟ ଆରମ୍ଭ କରାଯାଇଛି।