ବେଜିଂ,୧୩/୦୧: ଚୀନ୍‌ର ଉତ୍ତରାଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଭାଇରସ୍‌ ଏଚ୍‌ଏମ୍‌ପିଭି  (ହ୍ୟୁମାନ ମେଟାନ୍ୟୁମୋଭାଇରସ୍‌) ସଂକ୍ରମଣ ହ୍ରାସ  ପାଉଛି । ଚାଇନିଜ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ବିଶିଷ୍ଟ ଗବେଷିକା ୱାଙ୍ଗ ଲିପିଙ୍ଗ  ଏହି  ସୂଚନା ଦେଇଛନ୍ତି । 

ସେ କହିଛନ୍ତି ବର୍ତ୍ତମାନ ସଂକ୍ରମଣ ହାର, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହା ଯଥେଷ୍ଟ  ହ୍ରାସ ପାଇବାରେ ଲାଗିଛି । ଏଚ୍‌ଏମ୍‌ଭିଭି ଭାଇରସ୍‌ କୌଣସି ନୂଆ ନୁହେଁ । ୨୦୦୧ରେ ଦେଶରେ ଏହି ଭାଇରସ ଚିହ୍ନଟ ହୋଇଥିଲା । ସେବେଠାରୁ ତାହା ରହିଆସିଛି । ବିଶେଷକରି ଶୀତଋତୁରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳେ ।  ୧୪ ବର୍ଷରୁ କମ୍‌ ବୟସର ପିଲାମାନେ ଏଥିରେ ଅଧିକ  ଆକ୍ରାନ୍ତ ହୋଇଥାନ୍ତି । ଜ୍ୱର, କାଶ, କଫ, ଥଣ୍ଡା ଓ ନାକବନ୍ଦ  ଭଳି ସାଧାରଣତଃ ଫ୍ଲୁ ରୋଗର ଲକ୍ଷଣ ଭଳି ଏହାର  ଲକ୍ଷଣ ମଧ୍ୟ ସମାନ ।

ଗତମାସରେ ଏହି ଭାଇରସ୍‌ରେ  ଚୀନ୍‌ରେ ବହୁସଂଖ୍ୟାରେ ପିଲା ସଂକ୍ରମିତ ହେବା ଖବର  ସାମ୍‌ନାକୁ ଆସିଥିଲା । ଏପରିକି ହସ୍ପିଟାଲରେ ବହୁ  ସଂଖ୍ୟକ ସଂକ୍ରମିତଙ୍କ ଭର୍ତ୍ତି ହେବା ପରେ ତାକୁ ନେଇ  ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା ।