ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆମେରିକାକୁ ଡ୍ରାଗନ୍‌ର ଯୁଦ୍ଧ ଧମକ, ପ୍ରତିକ୍ରିୟାରେ ଆମେରିକା କହିଲା ଆମେ ପ୍ରସ୍ତୁତ...

Published By : Swapna Ray | March 6, 2025 3:23 PM

ନୂଆଦିଲ୍ଲୀ, ୬।୩: ଚୀନ୍ ଉପରେ ଆମେରିକା ଶୁଳ୍କ ଲଗାଇବା ପରେ ଚିହିଁକି ଉଠିଛି ଡ୍ରାଗନ୍ । ଆମେରିକାକୁ ଦେଲା ଯୁଦ୍ଧ ଧମକ । ପ୍ରତିକ୍ରିୟାରେ ଆମେରିକା କହିଲା ଶୁଳ୍କ ଏବଂ ବାଣିଜ୍ୟ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆମେରିକା ଶାନ୍ତି ଏବଂ ସହଯୋଗ ଦିଗରେ ଆଗକୁ ବଢ଼ିବାକୁ ଚାହୁଁଛି, କିନ୍ତୁ ଆବଶ୍ୟକ ହେଲେ, ଆମେରିକା ତା'ର ସ୍ୱାର୍ଥକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ରହିବ । ଏକପ୍ରକାର ଟାରିଫ୍ ୱାରର ଧମକ ଦେଇଛି ଚୀନ୍ । ଯାହାର ପ୍ରତିକ୍ରିୟାରେ ଆମେରିକା କହିଛି ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ଅଛୁ । ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏକ ବିବୃତ୍ତିରେ କହିଛନ୍ତି, ଆମେରିକା ଚୀନ୍ ସହିତ ଶୁଳ୍କ ଏବଂ ବାଣିଜ୍ୟ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତାଙ୍କର ଏହି ବୟାନ ଦୁଇ ଦେଶ ମଧ୍ୟରେ କିଛି ଦିନ ଧରି ଚାଲିଥିବା ବାଣିଜ୍ୟିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି  ।

ହେଗସେଥ୍ ସ୍ପଷ୍ଟ ଭାବରେ କହିଛନ୍ତି, ଯେଉଁମାନେ ଶାନ୍ତି ଚାହାଁନ୍ତି ସେମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ବାଣିଜ୍ୟ ବିବାଦ ମଧ୍ୟରେ ଏହି ବିବୃତ୍ତି ଆସିଛି । ଯେଉଁଠାରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଟାରିଫ୍ ଧମକ ଏବଂ ବାଣିଜ୍ୟ ପ୍ରତିବନ୍ଧକକୁ ନେଇ ବିବାଦ ଜାରି ରହିଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ହେଗସେଥ୍ କହିଛନ୍ତି, ଆମେରିକା ଶାନ୍ତି ଏବଂ ସହଯୋଗ ଦିଗରେ ଆଗକୁ ବଢ଼ିବାକୁ ଚାହୁଁଛି, କିନ୍ତୁ ଆବଶ୍ୟକ ହେଲେ, ଆମେରିକା ତା'ର ସ୍ୱାର୍ଥକୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ରହିବ ।

ଅନ୍ୟପଟେ ଟ୍ରମ୍ପ ପ୍ରଶାସନ ଚୀନରୁ ଆସୁଥିବା ସାମଗ୍ରୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେବା ପରେ ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ବିବାଦ ଆହୁରି ତୀବ୍ର ହୋଇଥିଲା । ଏହାର ଜବାବରେ, ଚୀନ୍ ମଧ୍ୟ ଆମେରିକାରୁ ରପ୍ତାନି ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଥିଲା, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବିବାଦକୁ ଆହୁରି ତୀବ୍ର କରିଛି । ଫେଣ୍ଟାନିଲ୍ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ଉପରେ ଆମେରିକାରେ ଚୀନ୍ ଦୂତାବାସ ପ୍ରତିକ୍ରିୟା ପ୍ରକାଶ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.