ପ୍ରମୂଖ ଖବର
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଚୀନ୍ ଭୂ-ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟଜନକ ଦାବି; ପୃଥିବୀ ଗର୍ଭର ଗଭୀର ଅନ୍ଧକାରରେ ବଢ଼ୁଛି ଜୀବନ

Published By : Swapna Ray | August 8, 2025 12:40 PM

ନୂଆଦିଲ୍ଲୀ, ୮।୮: ବର୍ଷ ବର୍ଷ ଧରି ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଜାରି ରଖିଛନ୍ତି ବୈଜ୍ଞାନିକ । ମହାକାଶରେ ଏଲିଏନ ଥିବା ନେଇ ମଧ୍ୟ ଅନେକ ଦାବି କରାଯାଉଛି । ପୃଥିବୀ ବାହାରେ ଅର୍ଥାତ୍ ମହାକାଶରେ ଜୀବନର ସମ୍ଭାବନା ଅଛି ବୋଲି ବିଭିନ୍ନ ସମୟରେ ମହାକାଶବିଜ୍ଞାନୀମାନେ ଦାବି କରିଆସିଛନ୍ତି । ବିଶ୍ୱର ଅନେକ ମହାକାଶ ସଂସ୍ଥା ଏ ସନ୍ଧାନରେ ନିୟୋଜିତ ଅଛନ୍ତି, କିନ୍ତୁ ଚୀନ୍ ଏହି ସମସ୍ତ ଆକଳନ ଏବଂ ସମ୍ଭାବନା ବାହାରେ ଏପରି ଏକ ଆବିଷ୍କାର କରିଛି ଯାହା ଆଶ୍ଚର୍ଯ୍ୟଜନକ । ଚୀନ୍ ବୈଜ୍ଞାନିକମାନେ କାନାଡ଼ିଆନ୍ ବୈଜ୍ଞାନିକମାନଙ୍କ ସହ ମିଳିତ ଭାବେ ଭୂ-ଗର୍ଭର ଗଭୀର ଅନ୍ଧାରରେ ଜୀବନ ଆବିଷ୍କାର କରିଛନ୍ତି । ଏହା ସେହି ସ୍ଥାନ ଯେଉଁଠାରେ ଆଜି ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ପହଞ୍ଚିନାହିଁ । ଗବେଷଣାରେ ଦାବି କରାଯାଇଛି ଯେ, ପୃଥିବୀର ଗଭୀରତାରେ ବଢ଼ୁଥିବା ଏହି ଜୀବନ ପୃଥିବୀରେ ଅନୁଭୂତ ହେଉଥିବା ଭୂମିକମ୍ପରୁ ଶକ୍ତି ନେଇଥାଏ । 

ଏହି ଆବିଷ୍କାର ପାରମ୍ପରିକ ବିଜ୍ଞାନ ବାହାରେ ଏକ ଆଲୋଚନାର ବିଷୟ ପାଲଟିଛି । ଏପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ, ପୃଥିବୀ ପୃଷ୍ଠରୁ କିଛି କିଲୋମିଟର ତଳେ ଜୀବସତ୍ତା ଅସମ୍ଭବ । କିନ୍ତୁ, ନିକଟରେ ହୋଇଥିବା ଗବେଷଣାରେ ଦାବି କରାଯାଇଛି ଯେ, ପୃଥିବୀ ଗର୍ଭରେ ପ୍ରୋକାରିଓଟ୍ସ ଜୀବ ଅଛନ୍ତି । ପ୍ରୋକାରିଓଟ୍ ହେଉଛି ଏକକୋଷୀୟ ଜୀବ ଯାହାର ଝିଲ୍ଲୀ-ବନ୍ଧିତ କୋଷର ଅଭାବ ଥାଏ । 

ପୃଥିବୀ ଗର୍ଭରେ କିପରି ବଞ୍ଚି ରହନ୍ତି ଏହି ସୂକ୍ଷ୍ମଜୀବ ? 

ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସର ଗ୍ୱାଙ୍ଗଝୁ ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓକେମିଷ୍ଟ୍ରିର ପ୍ରଫେସର ଝୁ ଜିଆନକ୍ସି ଏବଂ ହେ ହୋଙ୍ଗପିଙ୍ଗ୍ ଏବଂ ଅଲବର୍ଟା ବିବିର ପ୍ରଫେସର କର୍ଟ କୋନହାଉସର ଏହା ଭୂଗର୍ଭରେ ଥିବା ଏହି ସୂକ୍ଷ୍ମଜୀବ ଉପରେ ଗବେଷଣା ଜାରି ରଖିଛନ୍ତି । ଏହି ଗବେଷଣା ସାଇନ୍ସ ଆଡଭାନ୍ସସ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । କୁହାଯାଇଛି ଯେ, ପୃଥିବୀରେ ଭୂକମ୍ପ କାର୍ଯ୍ୟକଳାପ ଏହି ଜୀବମାନଙ୍କ ପାଇଁ ଜେନେରେଟର ଭଳି କାମ କରେ, ଯାହା ଫଳରେ ଜୀବମାନଙ୍କର ଜୀବନଚକ୍ର ଜାରି ରହେ ।  

ଜେନେରେଟରରେ କିପରି ପରିଣତ ହୁଏ ଭୂମିକମ୍ପ ?

ଭୂ-ବୈଜ୍ଞାନିକଙ୍କ ମତରେ, ପୃଥିବୀ ଭିତରେ ଗଭୀର ଅନ୍ଧକାରରେ ଯେଉଁଠାରେ ସୂର୍ଯ୍ୟକିରଣ ବି ପହଞ୍ଚିପାରେ ନାହିଁ, ସେଠାରେ ପଥର ଏବଂ ପାଣି ମଧ୍ୟରେ ରସାୟନିକ ପ୍ରକ୍ରିୟା ଯୋଗୁଁ ଶକ୍ତି ଉତ୍ପାଦନ ହୁଏ, ଏହି ଶକ୍ତି ଏକ ବ୍ୟାଟେରୀ ପରି କାମ କରେ । ଏହା ଇଲେକ୍ଟ୍ରନର ପ୍ରବାହ, ଯାହା ଜୀବନ ଗଠନର ପ୍ରକ୍ରିୟା । ରିସର୍ଚ୍ଚ ଟିମ୍ ପରୀକ୍ଷାଗାରରେ ପୃଥିବୀର ସବୁଠାରୁ ସାଧାରଣ ସିଲିକେଟ୍ ଖଣିଜ, କ୍ୱାର୍ଟଜକୁ ସିମୁଲେଟ୍ କରିଥିଲେ । ଯେଉଁଥିରୁ ଜଣାପଡ଼ିଥିଲା ଯେ ଭୂକମ୍ପ ଯୋଗୁଁ ଯେତେବେଳେ ଭୂମି ହଠାତ୍ ଫାଟିବାକୁ ଲାଗେ, ଯାହା ପରେ ଜଳ ସଂସ୍ପର୍ଶରେ ଆସେ ଓ ଏକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରେ । ଏହି ପାଣି ଅଣୁଗୁଡ଼ିକୁ ବିଭାଜିତ କରେ, ଏହା ହାଇଡ୍ରୋଜେନ୍ ଗ୍ୟାସ୍ ଏବଂ ପ୍ରତିକ୍ରିୟାଶୀଳ ଅମ୍ଳଜାନ ସୃଷ୍ଟି କରେ । ବୈଜ୍ଞାନିକଙ୍କ ମତରେ, ଯେଉଁଠାରେ ଜୀବନ ଅଛି ତାହା ପୃଥିବୀର ବହୁତ ଗଭୀରରେ ଅବସ୍ଥିତ । ତେଣୁ ତୀବ୍ର ଅଲ୍ଟ୍ରାଭାଓଲେଟ୍ ବିକିରଣ ଏବଂ ଗ୍ରହାଣୁ ଧ୍ୱଂସର ପ୍ରଭାବ ପରି ଘଟଣା ସେମାନଙ୍କୁ ପ୍ରଭାବିତ କରିପାରିବ ନାହିଁ । ଏପରି ପରିସ୍ଥିତିରେ ଏହି ସ୍ଥାନ ଜୀବନର ଉତ୍ପତ୍ତି ଏବଂ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶ ପ୍ରଦାନ କରିପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.