ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଚୀନ୍‌ର ଏଆଇ ମଡେଲ୍‌ ‘ଡିପ୍‌ସିକ୍‌’କୁ ନେଇ ବିଶ୍ୱ ବଜାରରେ କମ୍ପନ, ଆମେରିକା ସହ ଦୋହଲିଲା ବିଶ୍ୱବ୍ୟାପୀ ଷ୍ଟକ୍‌ ବଜାର

Published By : Prameya | January 28, 2025 11:24 AM

ନୂଆଦିଲ୍ଲୀ,୨୮/୦୧: ଚୀନ୍‌ର ନୂଆ ଏଆଇ ମଡେଲ୍‌ ‘ଡିପ୍‌ସିକ୍‌’ ବର୍ତ୍ତମାନ ବିଶ୍ୱ ବଜାରରେ ଚହଳ ପକାଇଛି । ଆମେରିକା ସମେତ ବିଶ୍ୱବ୍ୟାପୀ ଷ୍ଟକ୍‌  ବଜାର ଦୋହଲି ଯାଇଛି । ସୋମବାର ଆମେରିକୀୟ  ବଜାର ଖୋଲିବା କ୍ଷଣି ଏନ୍‌ଭିଡିଆ କର୍ପୋରେସନର  ସେୟାରରେ ମୋଟା ଅଙ୍କର ହ୍ରାସ ଦେଖିବାକୁ ମିଳିଥିଲା ।  ଏହାର ସେୟାର ମୂଲ୍ୟ ୧୩% ପର୍ଯ୍ୟନ୍ତ ଖସିଥିଲା ଏବଂ  ବଜାର ପୁଞ୍ଜି ପ୍ରାୟ ୪୬୫ ବିଲିୟନ ଡଲାର କମିଥିଲା ।  

ଉଲ୍ଲେଖଯୋଗ୍ୟ, ଚୀନ୍‌ର ଷ୍ଟାର୍ଟଅପ୍‌ ‘ଡିପ୍‌ସିକ୍‌’ ଏକ ମାଗଣା ଏଆଇ ଆସିଷ୍ଟାଣ୍ଟ ଆଣିଛି । ଏହା ସବୁଠୁ ଶସ୍ତା  ଚିପ୍‌ସ ଓ କମ୍‌ ଡାଟା ବ୍ୟବହାର କରୁଛି । ଡିପ୍‌ସିକ୍‌-ଭି୩ ମଡେଲକୁ କେବଳ ୫୬ ଲକ୍ଷ ଡଲାର ନିବେଶରେ  ବିକାଶ କରାଯାଇଥିଲା । ଆମେରିକାର ଓପନ୍‌ଏଆଇ,  ଗୁଗୁଲ୍‌, ମେଟା ଭଳି ଟେକ୍‌ କମ୍ପାନି ଦ୍ୱାରା ଏଆଇ  ବାବଦରେ ହେଉଥିବା ଖର୍ଚ୍ଚ ତୁଳନାରେ ଏହା ନଗଣ୍ୟ ।  ଡିପ୍‌ସିକ୍‌ର ଏଆଇ ଆସିଷ୍ଟାଣ୍ଟ ଆମେରିକାରେ ଆପଲ୍‌ର  ଆପ୍‌ ଷ୍ଟୋରରେ ଚାଟ୍‌ଜିପିଟିକୁ ପଛରେ ପକାଇ ପ୍ରଥମ  ସ୍ଥାନ ହାସଲ କରିଛି । ଡିପ୍‌ସିକ୍‌ ଯୋଗୁ ବିଶ୍ୱବ୍ୟାପୀ  ଏଆଇ ଶିଳ୍ପ ଉପରେ କି ପ୍ରଭାବ ପଡ଼ିବ, ତାହାକୁ ନେଇ  ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । କୁହାଯାଉଛି  ଯେ ଚାଟ୍‌ ଜିପିଟି, ଜେମିନି ଓ କ୍ଲାଉଡ୍‌ ଏଆଇକୁ  ଏହା ପଛରେ ପକାଇ ଦେଇଛି । ଏଆଇ ଆପ୍‌ ପାଇଁ  ଅଗ୍ରଣୀ ଚିପ୍‌ ନିର୍ମାତା ଏନ୍‌ଭିଡିଆର ସେୟାର ମୂଲ୍ୟ  ୧୩% ହ୍ରାସ ପାଇଛି । 

ସେହିଭଳି ସେମିକଣ୍ଡକ୍ଟର  ସୂଚକାଙ୍କରେ ୬.୫% ହ୍ରାସ ଘଟିଛି । ଚୀନ୍‌ର ଡିପ୍‌ସିକ୍‌କୁ  ଏଭଳି ଏକ ଏଆଇ ମଡେଲ୍‌ କୁହାଯାଉଛି ଯାହା କେବଳ ପ୍ରଶ୍ନର ଜବାବ ଦେବନାହିଁ, ବରଂ ଲୋକଙ୍କ  ବିଭିନ୍ନ ଭଳି ସମସ୍ୟାର ସମାଧାନ କରିପାରିବ । ଏହି  ଡିପ୍‌ସିକ୍‌ ଚାଟ୍‌ଜିପିଟିର ଚିନ୍ତା ବଢ଼ାଇ ଦେଇଛି । ଉକ୍ତ  ଚାଇନା ଏଆଇ ଏକ ଷ୍ଟେଟ-ଅଫ୍‌-ଦି ଆର୍ଟ ରିଜନିଙ୍ଗ୍‌  ମଡେଲ । ଏଆଇ ସିଷ୍ଟମ୍‌ର ସମସ୍ୟା ସମାଧାନକାରୀ  ତଥା ବିଶ୍ଳେଷଣାତ୍ମକ ଦକ୍ଷତାକୁ ବଢ଼ାଇବା ସକାଶେ  ଏହାକୁ ଡିଜାଇନ୍‌ କରାଯାଇଛି । ଡିପ୍‌ସିକ୍‌ର ଦୁଇଟି  ଭର୍ସନ ରହିଛି । ପ୍ରଥମଟି ହେଉଛି ଡିପ୍‌ସିକ୍‌ ଆର୍‌୧୦  ଓ ଦ୍ୱିତୀୟଟି ହେଉଛି ଡିପ୍‌ସିକ୍‌ ଆର୍‌୧ । କିଛି ସମୟ  ପାଇଁ କମ୍ପାନି ଡିପ୍‌ସିକ୍‌ ଭି୩ ବି ଲଞ୍ଚ୍‌ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.