ନୂଆଦିଲ୍ଲୀ ୦୨/୦୩; ଆମେରିକା ଓ ଇସ୍ରାଏଲ ପକ୍ଷରୁ ହେଉଥିବା ଏୟାରଷ୍ଟ୍ରାଇକକୁ ରୋକିବା ପାଇଁ ଚୀନ୍ ଦେଇଥିବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ କରିଥିଲା ଇରାନ୍ । କିନ୍ତୁ ଏହା ଫେଲ୍ ମାରିଥିବା ଜଣାପଡ଼ିଛି । ତନ୍ମଧ୍ୟରୁ ଗୋଟିଏ ହେଉଛି ଚୀନ୍ ‘ଏଚ୍କ୍ୟୁ -୯ବି’ ଏୟାର ଡିଫେନ୍ସ ସିଷ୍ଟମ ।
ଇରାନ ନିଜ ବାୟୁ ପ୍ରତିରକ୍ଷାକୁ ଶକ୍ତିଶାଳୀ କରିବା ନିମନ୍ତେ କିଛିଦିନ ତଳେ ଏହାକୁ ଚୀନ୍ ଠାରୁ କ୍ରୟ କରିଥିଲା । ନିଜ ସ୍ୱଳ୍ପ ସମ୍ବଳ ସତ୍ତେ୍ୱ ଚୀନ୍କୁ ବିପୁଳି ଅର୍ଥ ଦେଇ ଇରାନ ଏହି ରଣନୀତି ଆପଣାଇଥିଲା । କିନ୍ତୁ ଆମେରିକା ଓ ଇସ୍ରାଏଲର ସାଙ୍ଘାତିକ ହମଲାକୁ ଏହା ରୋକିପାରି ନାହିଁ । ଏହା ସେହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଯାହାକୁ ପାକିସ୍ତାନ ଭାରତର ‘ଅପେରସନ ସିନ୍ଦୂର’ ବେଳେ ବ୍ୟବହାର କରିଥିଲା । କିନ୍ତୁ ତାହା ଫେଲ୍ ମାରିଥିଲା ।
ଆହୁରି ପଢ଼ନ୍ତୁ :- ଇରାନର ଜବାବୀ ହମ୍ଲାରେ ରାଗି ନିଆଁ ଡୋନାଲ୍ଡ ଟ୍ରମ୍ପ, ଚେତାବନୀ ଦେଇ କହିଲେ ଅସ୍ତ୍ର ଛାଡ ନଚେତ୍ ମୃତ୍ୟୁ ନିଶ୍ଚିତ
ଏଚ୍କ୍ୟୁ -୯ବି ଏୟାର ଡିଫେନ୍ସ ସିଷ୍ଟମ୍କୁ ଚୀନ୍ର ଏରୋସ୍ପେସ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ ବିକଶିତ କରିଛି । ଚୀନ୍ ଏହାକୁ ସ୍ୱଦେଶୀ ଏୟାର ଡିଫେନ୍ସ ଦର୍ଶାଉଛି । ଏହାର ପ୍ରଥମ ପରୀକ୍ଷଣ ୨୦୦୬ରେ ହୋଇଥିଲା । ଏହା ଗତ ୧୦ ବର୍ଷ ହେଲା ବ୍ୟବହୃତ ହୋଇଆସୁଛି । ଏହାର ରେଞ୍ଜ ୨୬୦ କିଲୋମିଟର । ଏହା ଅଧିକ ଉଚ୍ଚତାରେ ପ୍ରୋଜେକ୍ଟାଇଲକୁ ମାରି ଖସାଇବା ପାଇଁ ୫୦ କିମି ପର୍ଯ୍ୟନ୍ତ ଉଚ୍ଚତାରେ ଉଡ଼ାଣ କରିପାରିବ । ଏଚ୍କ୍ୟୁ -୯ବିରେ ସକ୍ରିୟ ରାଡାର ହୋମିଙ୍ଗ ଏବଂ ପ୍ୟାସିଭ ଇନ୍ଫ୍ରାରେଡ ସୀକର ଭଳି ବୈଶିଷ୍ଟ୍ୟ ରହିଛି । ଯାହା ଏହାକୁ ଷ୍ଟିଲ୍ଦ ବିମାନ ବିରୋଧରେ ପ୍ରଭାବୀ ବନାଉଛି । ଏଚ୍କ୍ୟୁ -୯୧ ଏକସଙ୍ଗେ ୬-୮ଟି ଟାର୍ଗେଟ୍କୁ ଖସାଇ ପାରିବ । ୧୦୦ କିମି ପର୍ଯ୍ୟନ୍ତ ଏହା ମିସାଇଲକୁ ଟ୍ରାକ୍ କରିପାରିବ ।