ନୂଆଦିଲ୍ଲୀ: ଚୀନ୍‌ ରାଷ୍ଟ୍ରପତି ଶି ଜିନପିଙ୍ଗ୍ ଗୁରୁବାର କାମ୍ୱୋଡିଆରେ ପହଞ୍ଚିଛନ୍ତି। ଚାଇନା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ବାଣିଜ୍ୟିକ ବିବାବ ମଧ୍ୟରେ କ୍ଷେତ୍ରୀୟ ସହଯୋଗିତା ସମ୍ୱନ୍ଧକୁ ମଜବୁତ୍‌ କରିବାକୁ ଚେଷ୍ଟା କରୁଛି। କାମ୍ୱୋଡିଆର ରାଜଧାନୀ ନୋମ୍‌ ପେନହରେ ପହଞ୍ଚିବା ପରେ ଜିନପିଙ୍ଗ୍‌ଙ୍କ ସ୍ୱାଗତ କରିଥିଲେ କାମ୍ୱୋଡିଆର ରାଜା ନୋରୋଡୋମ୍‌ ସିହାମୋନି। ଏୟାର ଚାଇନାର ବିମାନରୁ ଓହ୍ଲାଇବା କ୍ଷଣି ଶି ଜିନପିଙ୍ଗ୍‌ର ସ୍ୱାଗତ ଧୁମଧାମରେ କରାଗଲା, ଲୋକେ କାମ୍ୱୋଡିଆ ଓ ଚାଇନା ପତାକା ଉଡ଼ାଉ ଥିଲେ ଏବଂ ଉଭୟ ନେତାଙ୍କ ଫଟୋ ଧରି ଥିଲେ। କମ୍ୱୋଡିଆର ପ୍ରଧାନମନ୍ତ୍ରୀ ହୁନ୍‌ ମାନେଟ୍‌ଙ୍କ ଆଜି ଶି ଜିନପିଙ୍ଗଙ୍କ ସହ କଥାବାର୍ତ୍ତା କରିବାର ଆଶା କରାଯାଉଛି। ଉଭୟ ଦେଶ ନିଜ ନିଜର ରାଜନୀତିକ ସମ୍ୱନ୍ଧର ୬୭ ତମ ବାର୍ଷିକ ପୂର୍ତ୍ତୀ ପାଳନ କରିଛନ୍ତି।

ଉଲ୍ଲେଖନୀୟ ଯେ, କାମ୍ୱୋଡିଆ ଦକ୍ଷିଣ-ପୂର୍ବ ଏସିଆରେ ଚୀନ୍‌ର ଏକ ପ୍ରମୁଖ ସହଯୋଗୀ ଭାବେ ଜଣାଶୁଣା। ଉଭୟ ଦେଶ ମଧ୍ୟରେ ଘନିଷ୍ଠ ରାଜନୀତିକ ସଂପର୍କ ରହିଛି, ଚୀନ୍‌ କମ୍ୱୋଡିଆରେ ସଡ଼କ ଓ ବିମାନ ବନ୍ଦର ଭଳି ପ୍ରକଳ୍ପରେ ଅନେକ ବିଲିୟନ ଡଲାରର ନିବେଶ କରୁଛି।  

କାମ୍ୱୋଡିଆ ମିଡ଼ିଆ ଦ୍ୱାରା ପ୍ରକାଶିତ ଏକ ଆଲେଖ୍ୟ ଅନୁସାରେ, ଶି କାମ୍ୱୋଡିଆକୁ ଆଧିପତ୍ୟବାଦ ଓ ସଂରକ୍ଷଣବାଦକୁ ଅସ୍ୱୀକାର କରିବାକୁ ଅନୁରୋଧ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ପ୍ରମୁଖ ମାମଲା କାମ୍ୱୋଡିଆରେ ଚୀନ୍‌ ସହ ଜଡ଼ିତ ଏକ ଘୋଟାଲା କେନ୍ଦ୍ର ରହିଛି। ଠକେଇ କେନ୍ଦ୍ରରେ ସାମିଲ ଅନେକ ତାଇୱାନୀ ନାଗରିକଙ୍କୁ ଚୀନ୍‌ ପଠାଇବା ନେଇ ଚୀନ ଗୁରୁବାର କମ୍ୱୋଡିଆର ପ୍ରଶଂସା କରିଛି।

ଚାଇନା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଲିନ୍‌ ଜିୟାନ କହିଛନ୍ତି ବେଜିଂ ଏହି ପ୍ରସଙ୍ଗରୁ ବର୍ତ୍ତିବାରେ କମ୍ୱୋଡିଆର ଉପାୟକୁ ଖୁବ୍‌ ପ୍ରଶଂସା କରୁଛି , କାରଣ ସେ ଏକ୍‌-ଚୀନ୍‌ ସିଦ୍ଧାନ୍ତ ର ପାଳନ କରିଥାଏ। ଚୀନ୍‌ ତାଇୱାନକୁ ନିଜ ଅଞ୍ଚଳର ଅଂଶ ଭାବେ ମାନିଥାଏ , ହେଲେ ତାଇୱାନ ନିଜକୁ ମୁଖ୍ୟ ଭୂମି ଚୀନ୍‌ ଠାରୁ ଅଲଗା ଭାବେ ମନେକରି ଥାଏ। 

ଚୀନ୍‌ ଓ କାମ୍ୱୋଡିଆ ଉଭୟଙ୍କୁ ଆମେରିକା ସହ ଖୁବ୍‌ ବାଣିଜ୍ୟିକ ଉତ୍ତେଜନାର ସାମ୍ନା କରିବାକୁ ପଡ଼ୁଛି। ଟ୍ରମ୍ପ ଚାଇନା ସାମଗ୍ରୀ ଉପରେ ୧୪୫ ଟାରିଫ୍‌ ଲଗାଇଛନ୍ତି, ଯାହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ବେଜିଂ ଆମେରିକୀୟ ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଟାରିଫ୍‌ ଲଗାଇଛି। ଟାରିଫ୍‌ ଦୁନିଆର ଦୁଇଟି ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ମଧ୍ୟରେ ଏକ ବାଣିଜ୍ୟିକ ଅବରୋଧ ସୃଷ୍ଟି କରିଛି, ଯେଉଁଥି ପାଇଁ ଟ୍ରମ୍ପ ଚୀନ ସହ ଡିଲ୍‌ କରିବାକୁ ଅନୁରୋଧ କରିଛନ୍ତି।

ଆମେରିକୀୟ ରାଷ୍ଟ୍ରପତି କମ୍ୱୋଡିଆ ସାମଗ୍ରୀ ଉପରେ ମଧ୍ୟ ୪୯ ପ୍ରତିଶତ ଟାରିଫ୍‌ ଲାଗୁ କରିଥିଲା, ତଥା ଏହି ନୀତିକୁ ୯୦ଦିନ ପାଇଁ ନିଲମ୍ୱିତ କରି ଦେଇଥିଲା, ତଥା ଏହି ମଧ୍ୟରେ ଦେଶର ଉତ୍ପାଦ ଗୁଡ଼ିକ ଉପରେ ୧୦ ପ୍ରତିଶତ ବେସ୍‌ଲାଇନ୍‌ ଟାରିଫ୍‌ ଲଗାଇ ଥିଲେ। ସପ୍ତାହର ଆରମ୍ଭରେ ଜିନପିଙ୍ଗ୍‌ ମାଲେସିଆ ଓ ଭିଏତନାମ ମଧ୍ୟ ଗସ୍ତ କରିଥିଲେ, କାରଣ ଚୀନ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ ନିଜର ପ୍ରଭାବ ବଢାଇବାକୁ ଚାହୁଁଛି।