ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମକର ସଂକ୍ରାନ୍ତିରେ ଅଘଟଣ, ଚାଇନିଜ୍ ମାଞ୍ଜା ସୂତା ବାଜି ଦୁଇ ବାଇକ୍ ଆରୋହୀଙ୍କ କଟିଗଲା ବେକ, ମୁହଁ

Published By : Prameya | January 14, 2025 2:07 PM

କଟକ ୧୪/୦୧: ସିଲ୍‌ଭର ସିଟିରେ ଘାତକ ସାଜିଲା ଚାଇନିଜ୍ ମାଞ୍ଜା ସୂତା। ରାଣୀହାଟ ଓ ଶିଖରପୁରରେ ବାଇକ୍‌ରେ ଯାଉଥିବା ବେଳେ ବେକ ହାତରେ ଲାଗିଲା ଗୁଡ଼ି ସୂତା। ଫଳ‌ରେ ଦୁଇ ଜଣ ବାଇକ୍ ଆରୋହୀ ଆହତ ହୋଇଛନ୍ତି।  ଜଣଙ୍କର ବେକ, ହାତ କଟିଥିବା ବେଳେ ଅନ୍ୟ ଜଣଙ୍କର ମୁହଁ କଟିଛି । ଦୁଇ ଜଣ ଯୁବକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଭୟ ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡ଼ିକାଲକୁ ପଠାଯାଇଛି । 

ଓଡ଼ିଆ ଘରର ଏ ପବିତ୍ର ପର୍ବ ମକର ସଂକ୍ରାନ୍ତି ।  ଆଉ ଏହି ମକର ସଂକ୍ରାନ୍ତିରେ କଟକରେ ଗୁଡ଼ି ଉଡା ପରମ୍ପରା ଏକ ନିଆରା । କଟକ ଆକାଶରେ ଦେଖିବାକୁ ମିଳେ ରଙ୍ଗବେରଙ୍ଗର ରଙ୍ଗୀନ ଗୁଡ଼ି । ତେବେ ଏହି ଗୁଡ଼ି ଉଡାରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ  ଚାଇନିଜ ମାଞ୍ଜା ସୂତା ସୃଷ୍ଟି କରୁଛି ବିପଦ । ପୁଲିସର କଟକଣା  ସତ୍ତେ୍ୱ କଟକରେ ମାଞ୍ଜା ଓ ଚାଇନିଜ୍‌ ମାଞ୍ଜା ସୂତା  ବ୍ୟବହାର ଓ ବିକ୍ରି ଉପରେ କଟକଣା ଲାଗିପାରୁନି ।  ଲୁଚାଛପାରେ କାରବାର ହେଉଥିବାରୁ ମାଳମାଳ ଚାଇନା  ସୂତାର ଗୁଡ଼ି ଉଡ଼ୁଛି। ଫଳରେ ପ୍ରତିଦିନ ଛୋଟବଡ଼  ଅଘଟଣ ହେଉଛି । ଆଜିକୁ ମିିଶାଇ ୫ ଦିନରେ କଟକ ସହର ଓ  ଉପକଣ୍ଠରେ ସୂତାରେ କଟି ୭ ଜଣ ଆହତ ହେଲେଣି ।

ମକର ପୂର୍ବରୁ ସୋମବାର ପୁରୀଘାଟ ଥାନା ପକ୍ଷରୁ ନନ୍ଦୀ ସାହି, ଚୌଧୁରୀ ବଜାର ଓ  କାଠଗଡା ସାହିରେ ଗୁଡ଼ି ସୂତା ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଦୋକାନରେ ଯାଞ୍ଚ କରାଯିବା ସହ ଗୁଡ଼ି ଉଡାରେ ବ୍ୟବହୃତ ବିପଦପୂର୍ଣ୍ଣ ସୂତା ସବୁକୁ ମଧ୍ୟ ଜବତ କରାଯାଇଥିଲା । ଏଥିସହ ଗୁଡ଼ି ଉଡାରେ ଯେଉଁମାନେ ପ୍ଲାଷ୍ଟିକ ମଞ୍ଜ ସୂତା ବ୍ୟବହାର କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.