ନୂଆଦିଲ୍ଲୀ, ୩୦।୫: ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚୁଛି ଡ୍ରାଗନ୍ । ପାକିସ୍ତାନ ସହ ମିଶି ଭାରତରେ ବିସ୍ତାର କରୁଛି RedNote । ଏକ ଗୁପ୍ତ ଅସ୍ତ୍ର ସହିତ କାମ କରୁଛି ଡ୍ରାଗନ୍ । RedNote ଆପ୍ରେ ଅପଲୋଡ୍ କରୁଛି ନକଲି ଭାରତୀୟ ସାମରିକ ଡକ୍ୟୁମେଣ୍ଟ । ଯେଉଁଥିରେ ଭାରତର ବିବାଦୀୟ ମାନଚିତ୍ର, ନକଲି ଖବର ଏବଂ AI ଜେନେରେଟର ଡକ୍ଟର୍ଡ ଭିଡିଓ ମାଧ୍ୟମରେ ୟୁଜର୍ସଙ୍କୁ ଭୁଲ୍ ସୂଚନା ଦେବାକୁ ଚେଷ୍ଟା କରୁଛି । RedNote ହେଉଛି ଚାଇନାର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ । ଏହି ଆପ୍ ଉତ୍ତର-ପୂର୍ବ ଭାରତରେ, ବିଶେଷକରି ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ ଏବଂ ଆସାମରେ ବହୁତ ସକ୍ରିୟ ଏବଂ ପ୍ରଭାବଶାଳୀ ହୋଇଛି । ଏହାକୁ ଚାଇନା ଏବଂ ପାକିସ୍ତାନର କଥିତ ଏଜେଣ୍ଟମାନେ ଏକ ନୂତନ ପ୍ରକାରର ‘ମନୋବିଜ୍ଞାନୀକ ଯୁଦ୍ଧ’ ପାଇଁ ବ୍ୟବହାର କରୁଛନ୍ତି ।
RedNote ଆପ୍ର ପ୍ରକୃତ ଉଦ୍ଦେଶ୍ୟ ହେଉଛି ନକଲି ଗୋପନୀୟ ଡକ୍ୟୁମେଣ୍ଟ ଅପଲୋଡ କରିବା । ଏଥିରେ ନକଲି ଭାରତୀୟ ସାମରିକ ଡକ୍ୟୁମେଣ୍ଟ ଅପଲୋଡ୍ କରାଯାଉଛି । RedNote ହେଉଛି ଏକ ରଣନୀତି ଯେଉଁଥିରେ ଶତ୍ରୁ ଦେଶର ଲୋକଙ୍କ ମନସ୍ତତ୍ତ୍ୱକୁ ପରିବର୍ତ୍ତନ କରିବା ପାଇଁ ସୂଚନାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଏ । RedNote ଏହି ନୀତିରେ କାମ କରେ । ଏହି ଆପ୍ ମାଧ୍ୟମରେ ଧାର୍ମିକ ଏବଂ ଜାତିଗତ ଉତ୍ତେଜନା ସୃଷ୍ଟି କରାଯାଏ । ଭାରତ ବିରୋଧୀ ଚିନ୍ତାଧାରା ସୃଷ୍ଟି କରାଏ ।ଉତ୍ତରପୂର୍ବ ଭାରତର ରଣନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି, ଏହା ସ୍ପଷ୍ଟ ଯେ ଏହି ଅଞ୍ଚଳ ଭାରତର ସୁରକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । RedNote ଭଳି ଆପ ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କୁ ମୌଳବାଦ ଆଡ଼କୁ ଠେଲି ଦିଆଯାଇପାରିବ । ଦେଶର ସେନା ବିରୋଧରେ ମାନସିକ ଅବିଶ୍ୱାସ ସୃଷ୍ଟି କରାଯାଇପାରିବ । ଏହି RedNote ଆପ୍ ପାଇଁ ଦେଶର ଏକତା ଏବଂ ଭାରତର ଅଖଣ୍ଡତା ପ୍ରତି ସିଧାସଳଖ ବିପଦ ରହିଛି ।