ନୂଆଦିଲ୍ଲୀ : ଆଇପିଏଲର ୧୯ତମ ମ୍ୟାଚ୍ । ଗୁଜୁରାଟକୁ ୧୬୫ ରନର ଲକ୍ଷ୍ୟ ଦେଲା ଲକ୍ଷ୍ନୌ ସୁପରଜାଏଣ୍ଟ୍ସ । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରିଥିବାବେଳେ ୮ ଓ୍ବିକେଟ୍ ବିନିମୟରେ ୧୬୪ ରନ କରିବାରେ ସକ୍ଷମ ହୋଇଛି । ଦଳର ଜଣେ ମଧ୍ୟ ଖେଳାଳି ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି । ଲକ୍ଷ୍ନୌର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଛନ୍ତି ପ୍ରସିଦ୍ଧ କ୍ରିଷ୍ଣା । ସେ ୪ ଓ୍ବିକେଟ୍ ନେଇ ଦଳର ବୋଲିଂକୁ ସୁଦୃଢ଼ କରିଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଗୁଜୁରାଟ । ମାକ୍ରମ ଏବଂ ମାର୍ସ ଭଲ ଆରମ୍ଭ କରିଥିଲେ ମାତ୍ର ସେମାନେ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ । ମାକ୍ରମ ୪ ବଲରେ ୧୧ ରନ କରିଥିବାବେଳେ ମାକ୍ରମ ୨୧ ବଲରୁ ୩୦ ରନ୍ କରିଥିଲେ । ଏହା ବ୍ୟତିତ ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପନ୍ତ ୧୮, ବଦୋନି ୯, ପୁରନ ୧୯,ଅବଦୁଲ୍ଲ ସମାଦ ୧୮, ମୁକୁଲ ଚୌଧୁରୀ ୧୮ କରିଛନ୍ତି ।
ଶେଷ ଓଭର ଗୁଡ଼ିକରେ ମହମ୍ମଦ ସାମି ଏବଂ ଜର୍ଜ ଲିଣ୍ଡେ ବଡ଼ ସଟ୍ ଖେଳିଥିଲେ । ଲିଣ୍ଡେ ୯ ବଲରୁ ୧୬ ରନ୍ କରିଥିବାବେଳେ ସାମି ୫ ବଲରୁ ରନ କରିଛନ୍ତି । ସେପଟେ ଗୁଜୁରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୪ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଅଶୋକ ଶର୍ମା ୨, ସିରାଜ ଏବଂ ରାବାଡ଼ା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ୧୯ ବର୍ଷ ବୟସରେ ବାହାଘର, ୨୨ ବର୍ଷ ପରେ ଛାଡ଼ପତ୍ର : ବେଶ ରୋଚକ ଶୁଭାଙ୍ଗୀଙ୍କ ଜୀବନ କାହାଣୀ