ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଧୂମପାନ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଫୁସ୍‌ଫୁସ୍‌ ସହ ଏହି ୫ ଅଙ୍ଗ ହୋଇଯିବ ନଷ୍ଟ

Published By : Harapriya Sethi | March 15, 2025 8:14 AM

ଧୂମପାନ କରିବା କିମ୍ୱା ସିଗାରେଟ୍‌ ପିଇବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ କ୍ଷତିକାରକ । ଏହା ଆମେ ସମସ୍ତେ ଜାଣିଛେ। ହେଲେ କ'ଣ ଆପଣ ଜାଣିଛନ୍ତି ଯେ, ସିଗାରେଟ୍ ପିଇବା ଦ୍ୱାରା କେବଳ ଫୁସଫୁସର କ୍ଷତି ହୋଇନଥାଏ । ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ସିଗାରେଟ୍ ଧୂଆଁ ଧୀରେ ଧୀରେ ସମଗ୍ର ଶରୀରକୁ ବିଷ ପରି କ୍ଷତି ପହଞ୍ଚାଏ। ହୃତ୍‌ପିଣ୍ଡରୁ ମସ୍ତିଷ୍କ, ଚର୍ମରୁ ଆଖି ପର୍ଯ୍ୟନ୍ତ, କୌଣସି ଅଙ୍ଗ ଏହି ବିଷରୁ ରକ୍ଷା ପାଇପାରେ ନାହିଁ । ଏହା ଆପଣଙ୍କ ଜୀବନରୁ ଆୟୁ ମଧ୍ୟ ଚୋରି କରୁଛି । ଧୂମପାନ ହୃଦଘାତ, ବ୍ରେନ୍‌ ଷ୍ଟ୍ରୋକ୍‌, ଦୃଷ୍ଟି ଶକ୍ତି ହ୍ରାସ ଏବଂ ଦୃଶ୍ଟି ଶକ୍ତି ହରାଇବାର ଆଶଙ୍କା ବୃଦ୍ଧି କରେ। ଆସନ୍ତୁ ଜାଣିବା ସିଗାରେଟ୍ ଦ୍ୱାରା କେଉଁ ଅଙ୍ଗଗୁଡ଼ିକ ନଷ୍ଟ ହୋଇଥାଏ ଏବଂ କାହିଁକି ଏଥିରୁ ନିବୃତ ରହିବା ଉଚିତ୍‌ ।

ହୃତ୍‌ପିଣ୍ଡ:

ଧୂମପାନ କରୁଥିବା ବ୍ୟକ୍ତିଙ୍କ ହୃଦଘାତ ଏବଂ ବ୍ରେନ୍‌ ଷ୍ଟ୍ରୋକ୍‌ର ଆଶଙ୍କା ସାଧାରଣ ଲୋକଙ୍କ ଠାରୁ ୨ ରୁ ୪ ଗୁଣ ଅଧିକ ଥାଏ । ସିଗାରେଟରୁ ନିର୍ଗତ ନିକୋଟିନ୍ ଏବଂ ରକ୍ତବାହୀ ନଳୀକୁ ସଙ୍କୁଚିତ କରିଦିଏ । ଯାହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ ଏବଂ ହୃଦରୋଗର ଆଶଙ୍କା ବୃଦ୍ଧି କରେ । ଧୂଆଁରେ ଥିବା କାର୍ବନ ମନୋକ୍ସାଇଡ୍ ରକ୍ତରେ ଅମ୍ଳଜାନର ପରିମାଣକୁ ହ୍ରାସ କରେ, ଯାହା ହୃତ୍‌ପିଣ୍ଡ ଉପରେ ଅଧିକ ଚାପ ପକାଇଥାଏ। ରକ୍ତଚାପ ସବୁବେଳେ ଉଚ୍ଚ ରହିଥାଏ, ଯାହା ଧୀରେ ଧୀରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରେ।

ମସ୍ତିଷ୍କ:

ଆପଣ ଜାଣନ୍ତି କି, ସିଗାରେଟ୍ ପିଇବା ସ୍ମୃତି ଶକ୍ତିକୁ ଖରାପ କରିପାରେ ଏବଂ ଡିମେନ୍ସିଆର ଆଶଙ୍କା ବଢ଼ାଇପାରେ । ଧୂଆଁରେ ଥିବା ରାସାୟନିକ ପଦାର୍ଥ ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତି ପହଞ୍ଚାଏ। ଯାହା ଯୋଗୁଁ ଷ୍ଟ୍ରୋକର ଆଶଙ୍କା ବଢ଼ିଥାଏ। ଏହା ସ୍ନାୟୁ ପ୍ରଣାଳୀକୁ ଦୁର୍ବଳ କରିଦିଏ। ଯାହା ଦ୍ଵାରା ଏକାଗ୍ରତା ଏବଂ ଚିନ୍ତା କରିବାର କ୍ଷମତା ହ୍ରାସ ପାଏ।

ଚର୍ମ:

ସିଗାରେଟ୍ ଧୂଆଁ ଆପଣଙ୍କ ଚର୍ମରୁ ଆର୍ଦ୍ରତା ଏବଂ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଛଡ଼ାଇ ନେଇଯାଏ । ଯାହା ଫଳରେ ମୁହଁରେ କୁଞ୍ଚନ ଏବଂ ଦାଗ ଦେଖାଯିବା ଆରମ୍ଭ ହୁଏ ଏବଂ ଚର୍ମ ନିର୍ଜୀବ ହୋଇଯାଏ। କୋଲାଜେନ୍ ଉତ୍ପାଦନ ହ୍ରାସ ପାଏ। ଯାହା ଯୋଗୁଁ ଚର୍ମ ଢିଲା ହେବାକୁ ଲାଗିଥାଏ ଏବଂ ଆପଣ ସମୟ ପୂର୍ବରୁ ବୃଦ୍ଧ ଦେଖାଯିବା ଆରମ୍ଭ କରନ୍ତି । ଧୂମପାନ କରୁଥିବା ଲୋକଙ୍କ ଚର୍ମ ଶୀଘ୍ର ମଳିନ ଏବଂ କଳା ହୋଇଯାଏ । କାରଣ ଧୂମପାନ ଚର୍ମକୁ ଅମ୍ଳଜାନର ଯୋଗାଣକୁ ହ୍ରାସ କରେ।

କିଡ୍‌ନୀ:

ସିଗାରେଟ୍ ଟାଣିବା ଦ୍ଵାରା କିଡ୍‌ନୀରେ କର୍କଟ ରୋଗ ହେବାର ଆଶଙ୍କା ୫୦% ବୃଦ୍ଧି ପାଏ । ଧୂଆଁରେ ଥିବା ବିଷାକ୍ତ ପଦାର୍ଥ ବୃକକ୍ ଟିସୁକୁ କ୍ଷତି ପହଞ୍ଚାଏ, ଯାହାଦ୍ୱାରା ବୃକକ୍ ଧୀରେ ଧୀରେ ଖରାପ ହେବାକୁ ଲାଗେ। ଏହା ରକ୍ତଚାପକୁ ବୃଦ୍ଧି କରେ । ଯାହା କିଡନୀ ଫେଲ୍‌ ହେବାର ସବୁଠାରୁ ବଡ଼ କାରଣ ହୋଇପାରେ।

ଆଖି:

ସିଗାରେଟ୍ ଧୂଆଁ ଆଖିର ସୂକ୍ଷ୍ମ ରକ୍ତବାହୀ ନଳୀକୁ କ୍ଷତି ପହଞ୍ଚାଇଥାଏ । ରକ୍ତ ସଞ୍ଚାଳନକୁ ଧୀର କରିବା ସହ  ଦୃଷ୍ଟିଶକ୍ତିକୁ ମଧ୍ୟ କମାଇ ଥାଏ । ଦୀର୍ଘ ସମୟ ପାଇଁ ଧୂମପାନ କରିବା ଦ୍ୱାରା ମୋତିଆବିନ୍ଦୁ ମଧ୍ୟ ହୋଇପାରେ। ଏପରି ହେବା ପରେ ଧିରେ ଧିରେ ଆପଣ ନିଜର ଦୃଷ୍ଟି ଶକ୍ତି ହରାଇ ବସିବେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.