ନୂଆଦିଲ୍ଲୀ,୦୫/୦୬; ଦେଶରେ ରାଜନୀତିରେ ହଲଚଲ ସୃଷ୍ଟି କରିଥିବା କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଭାରତ ଅଭିମୁଖେ ବାହରିଛନ୍ତି । 'ଜୟଭୀମ' କହି ଆମେରିକାରୁ ଆସୁଛନ୍ତି ଅଭିଜିତ୍ । ସେ ଶନିବାର ଦିଲ୍ଲୀରେ ପହଞ୍ଚିବେ । ଯେଉଁଠାରେ ସେ ତାଙ୍କ ସମର୍ଥକଙ୍କ ସହ ବିଶାଳ ପ୍ରଦର୍ଶନ କରିବାର ଯୋଜନା କରିଛନ୍ତି । ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜୁନ୍ ୬ ତାରିଖରେ ଯନ୍ତରମନ୍ତରରେ ପ୍ରତିବାଦ କରିବାକୁ ଦୀପକେ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କୁ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସଠାରୁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ ।
ଅଭିଜିତ୍ ଦୀପକେ ସୋସିଆଲ ମିଡିଆ ପୋଷ୍ଟରେ ଭାରତ ଯିବାର ଘୋଷଣା କରିଛନ୍ତି । ସେ କହିଛନ୍ତୁ, ମୁଁ ଭାରତ ଆସୁଛି । ମୁଁ ମୋର ଭାଗ୍ୟ ସମ୍ବିଧାନ ହାତରେ ଛାଡି ଦେଇଛି । ଜୟ ଭୀମ । ଆଇଜିଆଇ ବିମାନବନ୍ଦରରେ ଅବତରଣ କରିବା ପରେ ସେ ପ୍ରଥମ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଷ୍ଟେସନକୁ ଯିବେ । ସେଠାରୁ ଯନ୍ତ୍ରରମନ୍ତରରେ ପ୍ରତିବାଦ କରିବାକୁ ଅନୁମତି ମାଗିବେ । ଡିପକେ ତାଙ୍କ ସମର୍ଥକ ଏବଂ ଦଳର ସଦସ୍ୟଙ୍କୁ ପ୍ରତିବାଦରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ।
ଏହା ବି ପଢନ୍ତୁ...Delhi Hotel Fire: ମୃତ୍ୟୁ ବି ଅଲଗା କରିପାରିଲାନି; ହୁତୁ ହୁତୁ ହୋଇ ଜଳୁଥିଲା ହୋଟେଲ, ପରସ୍ପର ବାହୁରେ ଆଖି ବୁଜିଲେ ଦମ୍ପତି
ଘର ଛାଡ଼ି ଅଜ୍ଞାତ ସ୍ଥାନରେ ବାପା ମା'- ଆମେରିକାର ବୋଷ୍ଟନରେ ରହୁଥିବା ୩୦ ବର୍ଷୀୟ ଅଭିଜିତ୍ ଦୀପକେ ଏବେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାରେ ରହିଛନ୍ତି । କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଜୁନ ୬ରେ ଭାରତ ଆସୁଛନ୍ତି । ଆମେରିକାକୁ ବାହାରି ସାରିଛନ୍ତି । ସେ ତାଙ୍କ ସମର୍ଥକଙ୍କୁ ବିମାନବନ୍ଦରରେ ଭେଟିବାକୁ ନିବେଦନ କରିଛନ୍ତି । ଦେଶର ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବେ । ଦୀପକେ ତାଙ୍କ ସମର୍ଥକଙ୍କ ସହିତ ଯନ୍ତ୍ରରମନ୍ତରଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଅଭିଜିତଙ୍କ ଏହି ପଦକ୍ଷେପ ମହାରାଷ୍ଟ୍ରରେ ତାଙ୍କ ବାପାମାଆଙ୍କ ଚିନ୍ତା ବଢାଇ ଦେଇଛି । ଅଭିଜିତଙ୍କ ପରିବାର ସୁରକ୍ଷା ଦୃଷ୍ଟିରୁ ବଡ଼ ପଦକ୍ଷେପ ନେଇଛନ୍ତି ।
ଛତ୍ରପତି ଶମ୍ଭାଜୀ ନଗରର ଏମଆଇଡିସି ବାଲୁଜ ଅଞ୍ଚଳ ସ୍ଥିତ ଅଭିଜିତଙ୍କ ଘର ଏବେ ଖାଲି ପଡିଛି । କିଛି ଦିନ ପୂର୍ବରୁ ପରିବାର ଲୋକ ଚୁପଚାପ କୌଣସି ଅଜ୍ଞାତ ସ୍ଥାନକୁ ଚାଲି ଯାଇଛନ୍ତି । ଘରେ ଏବେ କେହି ନାହାନ୍ତି । ତଥାପି ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ତାଙ୍କ ଘରକୁ ଜଗି ରହିଛି । ଅଭିଜିତଙ୍କ ବାପା ଭଗବାନରାଓ ଦୀପକେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମରୁ ଇଞ୍ଜିନିୟର ଭାବେ ଅବସର ନେଇଛନ୍ତି । ସେ ତାଙ୍କ ପୁଅର ଏହି ପଦକ୍ଷେପକୁ ନେଇ ଚିନ୍ତିତ ଅଛନ୍ତି । ତେବେ ଅଭିଜିତ୍ ଆଇନ୍ କାନୁନ ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି ଓ ସେ ଆଇନ୍ ବିରୋଧରେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଭରସା ଦେଇଥିବା ତାଙ୍କ ବାପା କହିଛନ୍ତି । ଓକିଲ ତଥା ମାନବଧିକାର କର୍ମୀ ଅସୀମ ସରୋଦେ କହିଛନ୍ତି, ବୁଧବାର ଅଭିଜିତଙ୍କୁ ଫୋନ୍ କରିଥିଲେ । ସେ ଗରିଫ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଅଭିଜିତ ତାଙ୍କର ଏହି ଆନ୍ଦୋଳନକୁ ବଳ ଯୋଗାଇବାକୁ ଶିକ୍ଷାବିତ୍ ସୋନମ୍ ୱାଙ୍ଗଚୁକ୍, ଅଭିନେତା ପ୍ରକାଶ ରାଜଙ୍କ ପରି ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛନ୍ତି ।