ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୩ ଆହତ

Published By : Rasmita Pradhan | October 7, 2024 8:11 AM

ସମ୍ବଲପୁର, ୦୭/୦୯ : ବୁର୍ଲା ଭୀମସାରରେ ଗୋଷ୍ଠୀ ସଙ୍ଘର୍ଷ। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ନୂତନ ପ୍ରେକ୍ଷାଳୟ ପରିସରରେ ଚାଲିଥିବା ପ୍ରିସ୍‌ମସ୍-୨୦୨୪ ତଥା ୟୁଜି ଛାତ୍ର ସଙ୍ଘ ବାର୍ଷିକ ଉତ୍ସବରେ ଏହି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। କିଛି ପିଜି ଛାତ୍ର ସେଠାରେ ଉପସ୍ଥିତ ଇଣ୍ଟର୍ଣ୍ଣ ଛାତ୍ରମାନଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏଥିରେ ୩ ଜଣ ଇଣ୍ଟର୍ଣ୍ଣ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି। 

ସୂଚନାନୁଯାୟୀ, ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ହୋଇଛି। ତନ ପ୍ରେକ୍ଷାଳୟ ପରିସରରେ ଚାଲିଥିବା ପ୍ରିସ୍‌ମସ୍-୨୦୨୪ ତଥା ୟୁଜି ଛାତ୍ର ସଙ୍ଘ ବାର୍ଷିକ ଉତ୍ସବରେ କିଛି ପିଜି ଛାତ୍ର ସେଠାରେ ଉପସ୍ଥିତ ଇଣ୍ଟର୍ଣ୍ଣ ଛାତ୍ରମାନଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଏଥିରେ ୩ ଜଣ ଇଣ୍ଟର୍ଣ୍ଣ ଛାତ୍ର ଆହତ ହୋଇଛନ୍ତି। ଆହତ ହୋଇଥିବା ଛାତ୍ରମାନେ ହେଲେ ୟୁଜି ଛାତ୍ରସଙ୍ଘ ସଭାପତି ଡା. ପ୍ରଭାତ କୁମାର ଜେନା, ପୂର୍ବତନ ସାଧାରଣ ସମ୍ପାଦକ ଡା. ଏନ୍ .ବିଶ୍ୱରଞ୍ଜନ ଏବଂ ଡା. ଅମିତ ଶୁଭମ୍।

ଏହି ଘଟଣା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବତନ ୟୁଜି ଛାତ୍ରସଙ୍ଘ ସଭାପତି ଡା. ଜେନା, ପୂର୍ବତନ ସାଧାରଣ ସମ୍ପାଦକ ଏନ୍. ବିଶ୍ବରଞ୍ଜନଙ୍କ ସମେତ ୨୦ରୁ ଅଧିକ ଛାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଲା ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଭୀମସାର ନିର୍ଦ୍ଦେଶକ ଡା. ଭାବଗ୍ରାହୀ ରଥଙ୍କ ସମେତ ଏସ୍‌ଡିପିଓ ଅମିତ ମହାନ୍ତି ଥାନାଧିକାରୀ ଅନିଲ ପ୍ରଧାନଙ୍କ ଉପସ୍ଥିତିରେ ବିଳମ୍ବିତ ରାତି ଯାଏଁ ଥାନାରେ ବୁଝାମଣା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.