ପ୍ରମୂଖ ଖବର
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ

Published By : Rasmita Pradhan | June 12, 2025 9:14 AM

ବାଲିପାଟଣା, ୧୨/୬ : ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ବୋଧଖଣ୍ଡି ଗାଁରେ ଗୋଷ୍ଠୀ ସଙ୍ଘର୍ଷ। ଏକ ଚୋରି ଘଟଣାରେ ଅଭିଯୁକ୍ତକୁ କାବୁ କରି ଗଛରେ ବାନ୍ଧି ମାରପିଟ୍ କରିବା ଘଟଣାରେ ବୁଧବାର ଦିନ ଗୋଷ୍ଠୀ ସଙ୍ଘର୍ଷ ହୋଇଛି । ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ବୋଧ ଖଣ୍ଡିଗ୍ରାମର ଜୟରାମ ସାହୁଙ୍କ ଘରୁ ଗତ ଶନିବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଥିଲା। ଏନେଇ ବାଲିପାଟଣା ଥାନାରେ ଜୟରାମ ଅଭିଯୋଗ କରିଥିଲେ। ଗ୍ରାମର କିଛି ଯୁବକ ଭାଲୁ ଭୋଇଙ୍କୁ ସନ୍ଦେହ କରି ତାଙ୍କୁ ଗଛରେ ବାନ୍ଧି ମାରପିଟ୍ କରିଥିଲେ। ଖବର ପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳରୁ ଭାଲୁକୁ ଉଦ୍ଧାର କରିବା ସହ ଚୋରି ଅଭିଯୋଗରେ ଜେଲ ପଠାଇଥିଲା। ବୁଧବାର ଦିନ ଭାଲୁଙ୍କ ପରିବାର ଏବଂ ସମର୍ଥକ ଜୟରାମଙ୍କ ଘର ନିକଟକୁ ଆସି ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇ ୫ଜଣ ଆହାତ ହୋଇଛନ୍ତି । ଉଭୟ ପକ୍ଷ ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.