ବାଲେଶ୍ୱର, ୧୩/୧୨ : ୭ମ ଶ୍ରେଣୀ ଛାତ୍ରୀଙ୍କୁ ଗଣିତ ସାରଙ୍କ ଦୁର୍ବ୍ୟବହାର ଅଭିଯୋଗ। ସ୍କୁଲ ପରିସରରେ ଶିକ୍ଷକଙ୍କୁ ନିସ୍ତୁକ ମାଡ଼। ବାଲେଶ୍ବର ଜିଲ୍ଲା ଟାଉନ ଥାନା ଗୋଳାପୋଖରୀ ସ୍ଥିତ ହାଜି ନାସିରୁଦ୍ଧିନ ୟୁପି.ଏମ୍.ଇ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। 

ଅଭିଯୋଗ ଅନୁଯାୟୀ, ଗୋଳାପୋଖରୀ ସ୍ଥିତ ହାଜି ନାସିରୁଦ୍ଧିନ ୟୁପି.ଏମ୍.ଇ ବିଦ୍ୟାଳୟର ଗଣିତ ସାର୍ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ କିଛି ଦିନ ହେବ ଦୁର୍ବ୍ୟବହାର କରୁଥିଲେ। ଆଜି ସକାଳେ ଛାତ୍ରୀଙ୍କୁ ଡ୍ରେସ୍ ଖୋଲିବାକୁ ଶିକ୍ଷକ ଜଣଙ୍କ ବାଧ୍ୟ କରୁଥିଲେ। ଫଳରେ ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ଏନେଇ ଘର ଲୋକଙ୍କୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳିକାଙ୍କ ପରିବାର ଲୋକ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାରି ଭିତରେ ଶିକ୍ଷକ ଜଣଙ୍କ ସୁଯୋଗ ଦେଖି ଘଟଣାସ୍ଥଳରୁ ଖସି ଯାଇଥିଲେ। 

ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ପୀଡ଼ିତା ଛାତ୍ରୀଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଅଭୋଯୋଗ ରହିଛି। ସେ ବାରମ୍ବାର ଛାତ୍ରୀଙ୍କୁ ଅନେକ ଦିନରୁ ଦୁର୍ବ୍ୟବହାର କରି ଆସୁଥିଲେ। ସେଥିପାଇଁ ଉକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି।