ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଏଆଇକୁ ନେଇ ଯେମିତି ଏକ ବଡ଼ ପରିବର୍ତ୍ତନ ଚାଲିଛି। ସାରାବିଶ୍ୱର ହଜାର ହଜାର କମ୍ପାନୀ ,ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଭବିଷ୍ୟତର ସବୁଠୁ ବଡ଼ ଓ ଆବଶ୍ୟକୀୟ ଟୁଲ୍ ଭାବେ ମନେକରୁଛନ୍ତି। ହେଲେ , ଏଆଇ ସହ ଜଡ଼ିତ ପରିବର୍ତ୍ତନ କେବଳ ସକରାତ୍ମକ ରହି ନାହିଁ ଏବଂ ଏହାର କିଛି ଦିଗକୁ ଅଣଦେଖା ମଧ୍ୟ କରାଯାଇ ପାରିବ ନାହିଁ। ନିକଟରେ ସାମ୍ନାକୁ ଆସିଥିବା ଏକ ଘଟଣା ଟେକ୍ ଇଣ୍ଡଷ୍ଟ୍ରୀରେ ଆତଙ୍କ ଖେଳାଇ ଦେଇଛି। ଏକ ବଡ଼ ଏଣ୍ଟରପ୍ରାଇଜ କମ୍ପାନୀ ଆନ୍ଥ୍ରୋପିକର କ୍ଲାଉଡ୍ ଏଆଇ ପ୍ଲାଟଫର୍ମରେ କେବଳ ଗୋଟିଏ ମାସରେ ପ୍ରାୟ ୫୦୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଦେଇଛି। କାରଣ କେବଳ ଏହା ଥିଲା ଯେ, କମ୍ପାନୀ ନିଜର କର୍ମଚାରୀଙ୍କ ପାଇଁ କୌଣସି ଲିମିଟ କିମ୍ୱା ୟୁଜେସ୍ କଣ୍ଟ୍ରୋଲ ଫିକ୍ସ କରି ନଥିଲା।
ଘଟଣା ଏବେ ଇତିହାସର ସବୁଠୁ ବଡ଼ ଆଇଟି ଗଭର୍ଣ୍ଣାନ୍ସ ଫେଲିୟର୍ସ ମଧ୍ୟରୁ ଗୋଟିଏ ମନେକରାଯାଉଛି। ଆକ୍ସିଅସ୍ର ରିପୋର୍ଟ ମୁତାବିକ କମ୍ପାନୀ କର୍ମଚାରୀଙ୍କୁ କ୍ଲାଉଡ୍ ଏଆଇର ଓପେନ ଆକ୍ସେସ ଦେଇ ଥିଲା। ତାଙ୍କ ପାଇଁ ନା କୌଣସି ବଜେଟ କ୍ୟାପ୍ ଥିଲା , ନା ରିୟଲ ଟାଇମ୍ ମନିଟରିଂ କିମ୍ୱା ଥିଲା କୌଣସି ଆଲର୍ଟ ସିଷ୍ଟମ। ଏହାପରେ ହଜାର ହଜାର କର୍ମଚାରୀମାନେ ଉଚ୍ଚମାନର କମ୍ପ୍ୟୁଟିଂ ଯୁକ୍ତ ଏଆଇ ଟୁଲ୍ସର ବ୍ୟବହାର ଆରମ୍ଭ କରି ଦେଇ ଥିଲେ। ଏଥିରେ ଏଆଇ କୋଡିଂ ଏଜେଣ୍ଟସ, ଅଟୋମେଟେଡ ଏଜେଣ୍ଟିକ ପାଇପଲାଇନ୍ସ ଓ ଦୀର୍ଘ ଟେକ୍ସଟ ପ୍ରୋସେସ୍ କରୁଥିବା ହାଇ-କାଷ୍ଟ ମଡେଲ ଅନ୍ତର୍ଭୁକ୍ତ ଥିଲା।
କୋଟି କୋଟି ଟଙ୍କାର ଆସିଲା ବିଲ୍ –
ସମସ୍ୟା ଏହା ଥିଲା ଯେ, ଏଆଇ ମଡେଲ ଯେତେ ବଡ଼ ଓ ମୁସ୍କିଲ କାମ କରିଥାଏ, ସେତିକି ହିଁ ଦ୍ରୁତ ଗତିରେ ‘ଟୋକନ’ ଖର୍ଚ୍ଚ ହୋଇଥାଏ। ଏହିପରି ସିଙ୍ଗଲ ପେମେଣ୍ଟ ପରିବର୍ତ୍ତେ ଏହି ପ୍ଲାଟଫର୍ମରେ ପ୍ରତି ପ୍ରଶ୍ନର, ପ୍ରତି କୋଡ୍ ଓ ପ୍ରତି ପ୍ରୋସେସିଂର ଟଙ୍କା ଲାଗି ଥାଏ। ଯେବେ ହଜାର ହଜାର କର୍ମଚାରୀ ନିରନ୍ତର ଭାବେ ବିନା ବାଧାରେ ଏଆଇ ୟୁଜ କରୁଛନ୍ତି , ତ ବିଲ୍ କିଛି ହିଁ ଦିନରେ ସବୁ ରେକର୍ଡ ଭାଙ୍ଗି ପାରେ ଏବଂ ଏହା ଏହି କମ୍ପାନୀ ସହ ହୋଇଛି।
ଆହୁରି ମଧ୍ୟ ପଢନ୍ତୁ : ବିଧବାଙ୍କ କଟାଯାଇ ଥିବା ପେନସନ ରାଶି ଫେରସ୍ତ କରୁ SBI : ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
କହି ରଖୁଛୁ କି, ଏହି ଘଟଣା କେବଳ ଗୋଟିଏ କମ୍ପାନୀରେ ଘଟି ନାହିଁ , ବଡ଼ ବଡ଼ ଟେକ୍ କମ୍ପାନୀ ଗୁଡ଼ିକ ମଧ୍ୟ ଏଆଇ ଖର୍ଚ୍ଚକୁ ନେଇ ଚାପ ଅନୁଭବ କରୁଛନ୍ତି। ରିପୋର୍ଟ ଅନୁସାରେ, ମାଇକ୍ରୋସଫ୍ଟ ନିଜର ଅନେକ କର୍ମଚାରୀଙ୍କ କ୍ଲାଉଡ୍ କୋଡ୍ ଲାଇସେନ୍ସ ବାତିଲ କରି ଦେଇଛି, କାରଣ ପ୍ରତି ଇଞ୍ଜିନିୟର ପ୍ରତି ମାସରେ ୫୦୦ରୁ ୨୦୦୦ ଡଲାର ଯାଏ ଖର୍ଚ୍ଚ କରୁଥିଲେ। ଅନ୍ୟପଟେ ଉବେରର ସିଓଓ କୁହନ୍ତି ଯେ, କମ୍ପାନୀ ଅପ୍ରେଲ ସୁଦ୍ଧା ନିଜର ପୂରା ୨୦୨୬ ଏଆଇ ବଜେଟ୍ ଶେଷ କରି ସାରିଥିଲା। ଏହାର କାରଣ କମ୍ପାନୀରେ ବଡ଼ ସ୍ତରରେ ଏଆଇ କୋଡିଂ ଟୁଲ୍ସର ବ୍ୟବହାର ଥିଲା।
କେବଳ ରାକିଂ ବୃଦ୍ଧି ପାଇଁ ଏଆଇର ବ୍ୟବହାର –
ଆମାଜନରେ ସ୍ଥିତି ତ ଆହୁରି ଅଜବ ପାଲଟି ଯାଇଛି। କମ୍ପାନୀ କିରୋରାଙ୍କ୍ ନାମକ ଏକ ଇଣ୍ଟରନାଲ ଏଆଇ ଲିଜରବୋର୍ଡ ଆରମ୍ଭ କରିଥିଲା, ଯେଉଁଥିରେ କର୍ମଚାରୀଙ୍କ ଏଆଇ ଆକ୍ଟିଭିଟିକୁ ଟ୍ରାକ୍ କରାଯାଉ ଥିଲା , କିନ୍ତୁ ଅନେକ କର୍ମଚାରୀ କେବଳ ରାଙ୍କିଂ ବୃଦ୍ଧି କରାଇବା ପାଇଁ ଏଆଇ ଏଜେଣ୍ଟରେ ଅନାବଶ୍ୟକ କାମ କରିବାକୁ ଲାଗିଲେ। ଏଥିରେ କମ୍ପ୍ୟୁଟିଂ ଉପରେ ଖର୍ଚ୍ଚ ଖୁବ୍ ବଢିବାରେ ଲାଗିଲା ଏବଂ ଶେଷରେ ଆମାଜନକୁ ଏହି ସିଷ୍ଟମ ବନ୍ଦ କରିବାକୁ ପଡ଼ିଲା।
ଟେକ୍ ୱାର୍ଲ୍ଡରେ ଏହି ଟ୍ରେଣ୍ଡକୁ ଏବେ ‘Tokenmaxxing’ କୁହାଯାଉଛି , ଯେଉଁଠି କର୍ମଚାରୀ ଆବଶ୍ୟକତା ଠାରୁ ଅଧିକ ଏଆଇ ଟୋକନ ଖର୍ଚ୍ଚ କରନ୍ତି , ଯେଉଁଥିରେ ସେ ଅଧିକ ଆକ୍ଟିଭ୍ ଥିବା ନଜର ଆସିବେ।
କମ୍ପାନୀ ମାନେ ଏଆଇ ସଂପର୍କିତ ଭୁଲ କରୁଛନ୍ତି –
ଏଆଇ ଇଣ୍ଡଷ୍ଟ୍ରୀର ଅନେକ ଏକ୍ସପର୍ଟଙ୍କ କହିବାନୁସାରେ , କମ୍ପାନୀ ମାନେ ଏବେ ମଧ୍ୟ ଏଆଇକୁ ନେଇ ବଡ଼ ଭୁଲ କରୁଛନ୍ତି। ଲାଇମଷ୍ଟୋନ୍ ଡିଜିଟାଲର ପ୍ରତିଷ୍ଠାତା ମାର୍କ ଅଜେନଷ୍ଟାଡ କହିଛନ୍ତି ଯେ, କମ୍ପାନୀମାନେ ଏବେ ଏଆଇ ବିଲ୍ ଭରିବା ପାଇଁ ଲୋକଙ୍କ ଚାକିରି ବନ୍ଦ କରୁଛନ୍ତି। ଏଆଇ କେବଳ କାମ ଛଡ଼ାଉ ନାହିଁ ବରଂ ଏଆଇର ବିଲ୍ ଅନେକ ଲୋକଙ୍କ ଚାକିରି ଖାଇ ଯାଇଛି।
ଦେଖନ୍ତୁ ଏହି ଭିଡିଓ - ଇରାନ୍ ଉପରେ ଆଖିବୁଜା ଆକ୍ରମଣ ପରେବି କମୁନି ଟ୍ରମ୍ପଙ୍କ ରାଗ,ଏବେ ଟାର୍ଗେଟରେ ଓମାନ ଓ କ୍ୟୁବା ..