ପୃଥିବୀର ବଢୁଥିବା ତାପମାତ୍ରା ଏବଂ ଋତୁ ପରିବର୍ତ୍ତନ ହେଉଛି ଜଳବାୟୁ ପରିବର୍ତ୍ତନର ପରିଣାମ । ଏହାର ଗଭୀର ନକାରାତ୍ମକ ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ । ଚାଲନ୍ତୁ ଜାଣିବା ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ।
ଜଳବାୟୁ ପରିବର୍ତ୍ତନ ସାରା ଦୁନିଆ ପାଇଁ ସଙ୍କଟ ନେଇ ଆସୁଛି । ସେଥିପାଇଁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ବଢିବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ କେବଳ ପୃଥିବୀର ତାପମାତ୍ରାକୁ ବଢାଏ ନାହିଁ, ବରଂ ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ।
୧. ଗରମ ସମସ୍ୟା ଓ ସ୍ୱାସ୍ଥ୍ୟ
ଗରମ ସମ୍ବନ୍ଧୀୟ ରୋଗ ଯେପରିକି ହିଟ୍ ଷ୍ଟ୍ରେକ୍, ଜଳାଭାବ ଓ ଅନ୍ୟାନ୍ୟ ଗରମଜନିତ ରୋଗ ହେବାର ଆଶଙ୍କା କ୍ରମଶଃ ବଢୁଛି ।
ହୃଦୟ ସମ୍ବନ୍ଧୀୟ ରୋଗ
ମାତ୍ରାଧିକ ଗରମ ଯୋଗୁ ହୃଦୟ ଉପରେ ଅଧିକ ଚାପ ପଡିଥାଏ, ଯାହାଦ୍ୱାରା ହୃଦ୍ଘାତ ଓ ଷ୍ଟ୍ରେକ୍ ହେବାର ଆଶଙ୍କା ବଢିପାରେ ।
କିଡ୍ନୀ ରୋଗ
ଜଳାଭାବ ଯୋଗୁ କିଡ୍ନୀ ଉପରେ ଖରାପ ପ୍ରଭାବ ପଡିବା ସହ କିଡ୍ନୀ ରୋଗର ଆଶଙ୍କା ବଢିଥାଏ ।
୨. ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ଶ୍ୱାସ ସମ୍ବନ୍ଧୀୟ ରୋଗ
ବଢୁଥିବା ତାପମାତ୍ରା ଓ ପ୍ରଦୂଷଣ ଯୋଗୁ ଆସ୍ଥାମା, ବ୍ରୋକାଇଟିସ୍ ଏବଂ ଅନ୍ୟାନ୍ୟ ଶ୍ୱାସ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢିପାରେ ।
କର୍କଟ
ବାୟୁ ପ୍ରଦୂଷଣ ଫୁସ୍ଫୁସ୍ରେ କର୍କଟ ପରି ସମସ୍ୟାର କାରଣ ସାଜିପାରେ ।
ଅନ୍ୟାନ୍ୟ ସମସ୍ୟା
ବାୟୁ ପ୍ରଦୂଷଣ- ଆଖି, ତ୍ୱଚା ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ ।
୩. ସଂକ୍ରମିତ ରୋଗ ବଢାଏ ମଶାରୁ ରୋଗ
ବଢୁଥିବା ତାପମାତ୍ରା ଏବଂ ବର୍ଷ ଯୋଗୁ ମଶାମାନଙ୍କର ପ୍ରଜନନ କ୍ଷମତା ବଢିଥାଏ । ଫଳରେ ଡେଙ୍ଗୁ, ମେଲେରିଆ ଓ ଜିକା ମଶାରୁ ବ୍ୟାପୁଥିବା ରୋଗର ପ୍ରସାର ହୋଇଥାଏ ।
ଖାଦ୍ୟ ଓ ପାନୀୟରୁ ହେଉଥିବା ରୋଗ
ଜଳବାୟୁ ଯୋଗୁ ଖାଦ୍ୟ ଓ ପାନୀୟ ଦୂଷିତ ହେବାର ଆଶଙ୍କା ବଢିଥାଏ । ଫଳରେ ଟାଇଫଏଡ୍ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗର ଆଶଙ୍କା ବଢିଥାଏ ।
୪. ଋତୁ ଓ ସ୍ୱାସ୍ଥ୍ୟ
ବନ୍ୟା ଯୋଗୁ ଡାଇରିଆ, ଚର୍ମ ସମସ୍ୟା, ପାଣିରେ ବଢୁଥିବା ସମସ୍ୟାର ଆଶଙ୍କା ବଢିଥାଏ ।
ମରୁଡି
ମରୁଡ଼ି ଯୋଗୁ କୁପୋଷଣ ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।
ତୁଫାନ
ତୁଫାନ ଯୋଗୁ ଆଘାତ ଲାଗିବା, ଘର ନଷ୍ଟ ହେବା ଓ ମାନସିକ ଚିନ୍ତାରେ ରହିବା ପରି ସମସ୍ୟା ହୋଇପାରେ ।
୫. ଗର୍ଭାବସ୍ଥା ଓ ପିଲା ଉପରେ ପ୍ରଭାବ
ଜନ୍ମଗତ ରୋଗ
ଗର୍ଭାବସ୍ଥା ସମୟରେ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ୱାରା ପିଲାଠାରେ ଜନ୍ମଗତ ରୋଗ ହେବାର ଆଶଙ୍କା ବଢିଥାଏ ।
ପିଲାର ବିକାଶ
ପ୍ରଦୂଷଣ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶକୁ ପ୍ରଭାବିତ କରିଥାଏ ।
ଆସ୍ଥାମା
ପିଲାଙ୍କଠାରେ ଆସ୍ଥାମା ହେବାର ଆଶଙ୍କା ବଢିଥାଏ ।
୬. ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଚିନ୍ତା ଓ ଚାପ
ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ପ୍ରାକୃତିକ ଦୁର୍ବିପାକ ଓ ଅନ୍ୟାନ୍ୟ ଘଟଣା ମନରେ ଚିନ୍ତା ଓ ଚାପ ସୃଷ୍ଟି କରିଥାଏ ।
ଅବସାଦ
ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା କ୍ଷତି ଲୋକଙ୍କ ମନରେ ଅବସାଦର ଭାବନା ଆଣିଥାଏ ।
ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜ୍ଅର୍ଡର୍
ପ୍ରାକୃତିକ ବିପଦ ପରେ ଲୋକଙ୍କ ଭିତରେ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜ୍ଅର୍ଡର ବା ବିପଦ ପରରର ଚିନ୍ତା ବା ଭୟ ଆସିବାର ଆଶଙ୍କା ଅଧିକ ରହିଥାଏ ।