ନୂଆଦିଲ୍ଲୀ: ଆଜିକାଲି ବେଶରେ ଚର୍ଚ୍ଚାରେ ରହୁଛନ୍ତି ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ । ନିଜର ପ୍ରତିଶୃତି ପୂରଣ ହେଉ ବା ବଡ଼ ଘୋଷଣା ଗଣମାଧ୍ୟମରେ ପାଲଟୁଛନ୍ତି ହେଡଲାଇନ୍ । ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ହେଉଥିବାବେଳେ ଫିଲ୍ମ ରିଲିଜ୍ ପାଇଁ ଏକ ସ୍ବତନ୍ତ୍ର ପରମିଶନ ଦେଇଥିଲେ ବିଜୟ । ସୂରିୟାଙ୍କ ସହ ଆସିଥିବା ଫିଲ୍ମ କାରୁପ୍ପୁ ପାଇଁ ଏଭଳି ପରମିଶନ ମିଳିଛି ।

ଗୁରୁବାର ଏହି ଫିଲ୍ମର ସ୍ବତନ୍ତ୍ର ପ୍ରଦର୍ଶନ ପାଇଁ ଅନୁମତି ମିଳିଥିଲା । ମାତ୍ର ଅନେକ ସ୍ଥାନରେ ଏହି ଶୋ’ ଗୁଡ଼ିକ ବାତିଲ ହୋଇଥିବା ଜଣାପଡ଼ିଛି । ସକାଳ ୯ଟାରେ ସ୍ବତନ୍ତ୍ର ପରମିଶନ ମିଳିଥିଲା ପ୍ରଦର୍ଶନ ପାଇଁ ମାତ୍ର ଏହା ରିଲିଜ୍ ହୋଇପାରିନଥିବା ଫିଲ୍ମର ପ୍ରଯୋଜକ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି । ମାତ୍ର ସେ ଏହାର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । ସକାଳ ଶୋ’ ବାତିଲ୍ କରାଯାଇଥିବାବେଳେ ସେ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ତାମିଲନାଡ଼ୁରେ ଗତ ବର୍ଷଠାରୁ ସକାଳ ଶୋ’ ନିଷିଦ୍ଧ ରହିଛି । ମାତ୍ର ଏହି ଫିଲ୍ମ ପାଇଁ ସରକାରୀ ଅନୁମତି ମିଳିଥିଲା । ତଥାପି ଅନେକ ହଲରେ ଏହା ରିଲିଜ୍ ହୋଇପାରିନାହିଁ । ଫ୍ୟାନ୍ସମାନେ ଆଗୁଆ ଟିକେଟ ବୁକ୍ କରିଥିବାବେଳେ ନିରାଶ ହୋଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏନେଇ କ୍ଷମା ମଗାଯାଇଛି । ତେବେ ପରବର୍ତ୍ତୀ ଶୋ’ରେ କୌରସି ବିଚ୍ୟୁତି ଘଟିବ ନାହିଁ ବୋଲି କୁହାଯାଇଛି ।

ଏହାସହ ପଢ଼ନ୍ତୁ : ୭୯ତମ କାନ୍ ଫିଲ୍ମ ମହୋତ୍ସବ, ସିଲଭର୍ ଗାଉନ୍‌ରେ ଜଲୱା ଦେଖାଇଲେ ଉର୍ବଶୀ