ନୂଆଦିଲ୍ଲୀ ୧୪/୦୫: ଫ୍ରାନ୍ସରେ ଚାଲିଥିବା ୭୯ତମ କାନ୍ ଫିଲ୍ମ ମହୋତ୍ସବରେ ଭାରତୀୟ କଳାକାରଙ୍କ ପହଞ୍ଚିବା ଜାରି ରହିଛି । ମେ ୧୨ରୁ ଆରମ୍ଭ ହୋଇଥିବା ଏହି ସମାରୋହ ୨୩ ତାରିଖ ଯାଏ ଚାଲିବ । ପ୍ରଥମ ଦିନରେ ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ବ୍ୟତୀତ ଉର୍ବଶୀ ରୌତେଲା ମଧ୍ୟ ରେଡ୍ କାର୍ପେଟରେ ଚାଲିଥିଲେ । ସେଠାରେ ନିଜର ଗ୍ଲାମରସ୍ ଅନ୍ଦାଜରେ ପ୍ରଶଂସକମାନଙ୍କର ହୃଦୟ ଜିତିଛନ୍ତି ଉର୍ବଶୀ । ସିଲଭର ରଙ୍ଗର ହେଭି ଏମ୍ବ୍ରୟଡୋରୀ ହୋଇଥିବା ଗାଉନ୍ରେ ତାଙ୍କର ଲୁକ୍ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲା । ଭିଏତନାମର ଏକ ଫ୍ୟାଶନ ହାଉସ୍ ଜୋଲିପୋଲି କାଉଚର ତାଙ୍କ ଲାଗି ଏହି ଗାଉନ୍କୁ ପ୍ରସ୍ତୁତ କରିଥିଲା । ସେହି ଫ୍ୟାଶନ ହାଉସ୍ ମୁଖ୍ୟତଃ ନିଜର କଳ୍ପନା ଶୈଳୀ, କ୍ରିଷ୍ଟାଲ କାମ ଏବଂ ରେଡ୍ କାର୍ପେଟରେ ଫ୍ୟାଶନ୍ ପ୍ରେଜେଣ୍ଟସ ଲାଗି ପ୍ରସିଦ୍ଧ ।
ଉର୍ବଶୀଙ୍କ ପୋଷାକରେ ହଜାର ହଜାର କ୍ରିଷ୍ଟାଲ, ମାଳି ଲାଗିଥିଲା । ସେଗୁଡିକୁ ଏଭଳି ଡିଜାଇନ୍ କରାଯାଇଥିଲା ଯେପରିକି ଆଲୋକ ପଡ଼ିବା ମାତ୍ରେ ତାହା ହୀରା ଭଳି ଚମକିବ । ଉର୍ବଶୀ ଏହି ଗାଉନ୍ ସହିତ ଏକ କ୍ରାଉନ୍ (ମୁକୁଟ) ମଧ୍ୟ ପିନ୍ଧିଥିଲେ । ତାହା ତାଙ୍କୁ ରାଜକୀୟ ଲୁକ୍ ଦେଇଥିଲା । କାନ୍ ମହୋତ୍ସବରେ ଏହାକୁ ମିଶାଇ ଉର୍ବଶୀ ୫ ଥର ଯୋଗ ଦେଇଛନ୍ତି । ତାଙ୍କୁ ୨୦୨୫ରେ ଶେଷ ଥର ଲାଗି ‘ଡାକୁ ମହାରାଜ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ସେଥିରେ ସେ ନନ୍ଦମୁରୀ ବାଲକ୍ରିଷ୍ଣା ଏବଂ ବବି ଦେଓଲଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ।
ଆହୁରି ପଢ଼ନ୍ତୁ...କାନ୍ରେ ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ‘ପ୍ରିନ୍ସେସ ଲୁକ୍’, ଫ୍ଲୋରାଲ୍ ପ୍ରିଣ୍ଟ ଗାଉନରେ ଆସିଲେ ନଜର