ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଚାଷ ଜମିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ହଳ କଲେ ତଳି ରୋଇଲେ...

Published By : Ankita S | July 5, 2025 11:22 AM

ଡେରାଡୁନ,୦୫/୦୭: ଚାଷ ଜମିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଖାତିମାରେ ଏକ ଚାଷ ଜମିରେ ହଳ କରିବା ସହିତ ତଳି ରୋଇଥିବା ଦେଖିବାକୁ ମିଳିଛି । ଏହା ସହିତ କୃଷକଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ତ୍ୟାଗକୁ ସମ୍ମାନ ଦେଇଛନ୍ତି ସିଏମ୍ ଧାମୀ । କ୍ଷେତରେ ପାଦ ଦେବା ପରେ ପୁରୁଣା ସ୍ମୃତି ଫେରି ଆସିଛି ବୋଲି କହିଛନ୍ତି ଧାମୀ ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ଚାଷ ଜମିକୁ ଆସିଲା ପରେ ପୁରୁଣା ସ୍ମୃତି ତାଜା ହୋଇଛି । ଅନ୍ନଦାତା କେବଳ ଆମ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ନୁହଁନ୍ତି ଆମ ସଂସ୍କୃତି ଏବଂ ପରମ୍ପରାର ବାହକ । ତାଙ୍କ କଠିନ ପରିଶ୍ରମ, ତ୍ୟାଗ ଓ ତ୍ୟାଗକୁ କୋଟି କୋଟି ପ୍ରଣାମ ।''

ଏହି ଅବସରରେ ସମୃଦ୍ଧ ସାଂସ୍କୃତିକ ଲୋକ ପରମ୍ପରା ହୁଡକିଆ ବେଲ ମାଧ୍ୟମରେ ମାଟି ମାଆ, ଇନ୍ଦ୍ର ଦେବାତାଙ୍କୁ ପ୍ରାର୍ଥନା କରିଥିଲେ । ଚାଷୀଙ୍କ ସହିତ ଏହି ସାଂସ୍କୃତିକ ସଂଯୋଗ ଏବଂ ଅଂଶଗ୍ରହଣ ସମ୍ପ୍ରଦାୟକୁ ଗଭୀର ଭାବରେ ଅନୁପ୍ରାଣିତ କରିଥିଲା । ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ଉତ୍ତରାଖଣ୍ଡ ଗ୍ରାମୀଣ ସଂସ୍କୃତିକୁ ସମ୍ମାନ ଦେବା, ଚାଷୀଙ୍କ ଗୁରୁତ୍ବ ଏବଂ ପାରମ୍ପରିକ ଲୋକକଳାକୁ ସଂରକ୍ଷଣ କରିବା ଦିଗରେ ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି କୁହାଯାଉଛି । ଏହା ଦ୍ୱାରା କୃଷକଙ୍କୁ ପ୍ରେରଣା ଓ ଶକ୍ତି ମିଳିବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.