ଭୁବନେଶ୍ବର, ୨୭।୧୧ : ଓଡ଼ିଶା ବିଧାନସଭାରେ ରାଷ୍ଟପତିଙ୍କ ଐତିହାସିକ ତଥା ମୂଲ୍ୟବାନ ସମ୍ବୋଧନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ଜଣାଇଛନ୍ତି। ଦୀର୍ଘ ସାଢ଼େ ସାତ ଦଶନ୍ଧିର ଗଣତାନ୍ତ୍ରିକ ପରମ୍ପରାରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଦେଶର ପ୍ରଥମ ନାଗରିକଙ୍କ ଆଗମନ ଓ ଉଦବୋଧନ କରିବାର ଏହି ସୌଭାଗ୍ୟ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ଓଡ଼ିଶା ମାଟିର ଗର୍ବ ଭାବରେ ଆପଣଙ୍କର ଏହି ପବିତ୍ର ଗୃହରୁ ରାଜନୈତିକ ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବା ସମଗ୍ର ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧ ଏବଂ ଶକ୍ତିକୁ ପ୍ରତିପାଦିତ କରୁଛି। ଜଣେ ଜନଜାତି ମହିଳା ଭାବରେ ଆପଣଙ୍କର ଏହି ସଫଳତା ସମାଜର ପ୍ରତ୍ୟେକ ବର୍ଗ ବିଶେଷକରି ସାଧାରଣ ଓ ଗରିବ ଲୋକଙ୍କ ପାଇଁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଓ ଅସୀମ ପ୍ରେରଣା ସଦୃଶ। ଆପଣଙ୍କର ନୀତିନିଷ୍ଠ କାର୍ଯ୍ୟଶୈଳୀ ଏବଂ ରାଷ୍ଟ୍ର ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ।
<
ସମ୍ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା,
— Mohan Charan Majhi (@MohanMOdisha) November 27, 2025
ଓଡ଼ିଶା ବିଧାନସଭାକୁ ଆପଣଙ୍କର ଆଜିର ଐତିହାସିକ ତଥା ମୂଲ୍ୟବାନ ସମ୍ବୋଧନ ନିମନ୍ତେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଦୀର୍ଘ ସାଢ଼େ ସାତ ଦଶନ୍ଧିର ଗଣତାନ୍ତ୍ରିକ ପରମ୍ପରାରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଦେଶର ପ୍ରଥମ ନାଗରିକଙ୍କ ଆଗମନ ଓ ଉଦ୍ବୋଧନ କରିବାର ଏହି… pic.twitter.com/gqooA2KWz0
p style="font-family: Arial, sans-serif !important; font-size: 20px !important;">
ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଆମ ସରକାରର 'ସବ୍କା ସାଥ୍, ସବ୍କା ବିକାଶ' ସଂକଳ୍ପକୁ ଆହୁରି ଅଧିକ ଶକ୍ତିଶାଳୀ କରିଛି। ଆମ ସରକାର ଓଡ଼ିଶାବାସୀଙ୍କୁ ଏକ ସ୍ୱଚ୍ଛ, ଦକ୍ଷ ଓ ପ୍ରଗତିଶୀଳ ପ୍ରଶାସନିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଅଙ୍ଗୀକାରବଦ୍ଧ । ଏହି ମହତ୍ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଆମକୁ ସର୍ବଦା ପଥ ପ୍ରଦର୍ଶନ କରିବ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ସାକାର କରିବା ଦିଗରେ ଆମର ଯୋଗଦାନକୁ ଆମେ ସୁନିଶ୍ଚିତ କରିବୁ। ଆପଣଙ୍କର ଅବିସ୍ମରଣୀୟ ଉପସ୍ଥିତି ଓ ମାର୍ଗଦର୍ଶନ ପାଇଁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି ବୋଲି ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି।