ଚେନ୍ନାଇ,୧୨/୦୫; ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି । ପରସ୍ପରକୁ ଟାର୍ଗେଟ କରୁଥିବା ନେତାମାନେ ଏବେ ପରସ୍ପରର ଘରକୁ ଯିବା ଏବଂ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି । ଶାଲ ଏବଂ ଉପହାର ଆଦାନପ୍ରଦାନ ସହିତ ଏହି ବୈଠକଗୁଡ଼ିକ ସୂଚାଇ ଦେଉଛି ଯେ, ରାଜ୍ୟରେ ରାଜନୈତିକ ଗତିଶୀଳତା ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ଏକ ବୃହତ ରାଜନୈତିକ ଖେଳ ଚାଲିଛି । ଆମେ କହୁଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ କଥା । ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଏବଂ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ସାକ୍ଷାତ କରିଛନ୍ତି ଯାହା ବେଶ୍ ଚର୍ଚ୍ଚାରେ ରହିଛି ।
ଫ୍ଲୋର ଟେଷ୍ଟ ପୂର୍ବରୁ ବିଜୟଙ୍କ ବଡ଼ ଚାଲ୍- ଏହି ବୈଠକ ପଛର ମୁଖ୍ୟ କାରଣ ମେ ୧୩ ତାରିଖରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ବୋଲି ଚର୍ଚ୍ଚା ହେଉଛି । ବିଜୟଙ୍କ ଦଳ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୭ଟି ଆସନ ପାଇଛି ଏବଂ ବହୁମତ ହାସଲ କରିବା ପାଇଁ ଆହୁରି ୧୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ, ପୂର୍ବରୁ ଡିଏମକେ ମେଣ୍ଟର ଅଂଶ ଥିବା କଂଗ୍ରେସ, ଭିସିକେ, ଆଇୟୁଏମଏଲ ଏବଂ ବାମ ଦଳଗୁଡ଼ିକର ୧୩ ଜଣ ବିଧାୟକଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।
ଏହା ବି ପଢନ୍ତୁ...ତାମିଲନାଡ଼ୁ ସରକାରରେ ଜ୍ୟୋତିଷଙ୍କ ଏଣ୍ଟ୍ରି: ନିଜ ଜ୍ୟୋତିଷଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ଥଲାପତି
ହଠାତ୍, ବୟାନବାଜିରୁ ଏକ 'ସୌଜନ୍ୟମୂଳକ ସାକ୍ଷାତ'- ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ସମ୍ପ୍ରତି ଡିଏମକେ ସରକାର ଉପରେ ତାମିଲନାଡୁକୁ ୧ ଲକ୍ଷ କୋଟି ଋଣରେ ବୁଡ଼ାଇ ଦେଇଥିବା ଅଭିଯୋଗ କରିଥିଲେ । ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ, ଡିଏମକେ ଭିତରେ ଅନେକ ଶକ୍ତି କେନ୍ଦ୍ର ଅଛି । ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଏହାର ଜବାବ ଦେଇଥିଲେ । ତେବେ ଆଶ୍ଚର୍ଯ୍ୟଜନକ ଭାବରେ, ଦୁଇ ନେତା ମାତ୍ର ୨୪ ଘଣ୍ଟା ମଧ୍ୟରେ ସାକ୍ଷାତ କରିଥିଲେ । ରାଜନୈତିକ ଉତ୍ତେଜନା ହଠାତ୍ ସୌଜନ୍ୟରେ ପରିଣତ ହୋଇଥିଲା ।
ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ବିଜୟ- ମୁଖ୍ୟମନ୍ତ୍ରୀ ବିଜୟ ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଆଲୱାରପେଟ ବାସଭବନରେ ପହଞ୍ଚିଲେ । ଯେଉଁଠାରେ ଷ୍ଟାଲିନ ତାଙ୍କୁ ସ୍ୱାଗତ କରିଥିଲେ । ଷ୍ଟାଲିନ ଏବଂ ତାଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ତାଙ୍କ ସହିତ ହାତ ମିଳାଇଲେ, ତାଙ୍କୁ ଆଲିଙ୍ଗନ କରିଥିଲେ ଭିତରକୁ ପାଛୋଟି ନେଇଗଲେ। ଦୁଇ ନେତା ରେଶମ ଶାଲ ଏବଂ ଫୁଲତୋଡା ଆଦାନପ୍ରଦାନ କରିଥିଲେ, ଯେତେବେଳେ ଉଦୟନିଧି ବିଜୟଙ୍କୁ ଡିଏମକେର ୭୫ ବର୍ଷର ରାଜନୈତିକ ଯାତ୍ରାର ବର୍ଣ୍ଣନା ବହନ କରୁଥିବା ଏକ ପୁସ୍ତକ ମଧ୍ୟ ପ୍ରଦାନ କରିଥିଲେ । ବିଜୟ ତାଙ୍କର ଗସ୍ତକୁ କେବଳ ରାଜନୈତିକ ସଭାରେ ସୀମିତ ରଖି ନଥିଲେ । ସେ ଦ୍ରାବିଡ଼ କାଝାଗମ ନେତା କେ. ବୀରମଣିଙ୍କୁ ଭେଟିଥିଲେ ଏବଂ ଦ୍ରାବିଡ଼ ନେତା ପେରିୟାର ଇ.ଭି. ରାମାସାମିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପେରିୟାର ଥିଡାଲ ପରିଦର୍ଶନ କରିଥିଲେ । ପୂର୍ବରୁ, ବାମପନ୍ଥୀ ଦଳଗୁଡ଼ିକରୁ ସମର୍ଥନ ପାଇବା ପରେ, ସେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସେମାନଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ।
ଏହା ବି ପଢନ୍ତୁ...ତାମିଲନାଡୁରେ ଫ୍ଲୋର ଟେଷ୍ଟ ପୂର୍ବରୁ AIADMK ଦୁଇ ଫାଳ, ମୁଖ୍ୟମନ୍ତ୍ରୀ ବିଜୟଙ୍କ TVKକୁ ଗୋଟିଏ ଗୋଷ୍ଠୀର ସମର୍ଥନ
ନୂଆ ରାଜନୈତିକ ସଂସ୍କୃତି ସୃଷ୍ଟି କରୁଛନ୍ତି କି ବିଜୟ ? ସିପିଆଇ ନେତାମାନେ ଏହି ପଦକ୍ଷେପକୁ ତାମିଲନାଡୁରେ ଏକ ନୂତନ ରାଜନୈତିକ ସଂସ୍କୃତିର ଆରମ୍ଭ ଭାବରେ ପ୍ରଶଂସା କରିଛନ୍ତି । ସମସ୍ତଙ୍କ ନଜର ଏବେ ମେ ୧୩ ତାରିଖରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ରହିଛି । ଯେଉଁଠାରେ ବିଜୟଙ୍କ ବିରୋଧୀମାନଙ୍କୁ "ବନ୍ଧୁ" କରିବାରେ ରଣନୀତି କେତେ ସଫଳ ହେବ ତାହା ସ୍ପଷ୍ଟ ହେବ ।