ପ୍ରମୂଖ ଖବର
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ପ୍ରଯୁକ୍ତି ବିଦ୍ୟା ପେଣ୍ଠସ୍ଥଳ ହେବ ଓଡ଼ିଶା; ଆସିବ ନୂଆ ଫିନ୍‌ଟେକ୍‌, ଜିସିସି ନୀତି

Published By : Manoj | August 23, 2025 8:38 AM

ଭୁବନେଶ୍ୱର, ୨୩/୦୮:  ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶା ଏକ ପ୍ରମୁଖ  ଯୋଗଦାନକାରୀ ରାଜ୍ୟ ଭାବେ  ଉଭା ହୋଇଛି । ବିକଶିତ ଭାରତର  ଅଭିବୃଦ୍ଧି ଇଞ୍ଜିନ ହେବା ଦିଗରେ  ରାଜ୍ୟ ଅଗ୍ରସର ହେଉଛି । ଏକ  ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ  ଟେକ୍ନୋଲୋଜି ନିବେଶର ପେଣ୍ଠସ୍ଥଳ ଭାବେ ଉଭା ହେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।  

ସମନ୍ୱିତ ବିଶ୍ୱ ଆର୍ଥିକ  ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍‌  ( ଆଇ-ଜିଏଫ୍‌ଟିସିଏଚ୍ )  ‘ଭାରତନେତ୍ର’କୁ ମୁଖ୍ୟମନ୍ତ୍ରୀ  ଶ୍ରୀ ମାଝୀ ଶୁକ୍ରବାର ସଂଧ୍ୟାରେ ଉଦ୍‌ଘାଟନ କରିଥିଲେ । ଗ୍ଲୋବାଲ  ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି  ନେଟୱର୍କ (ଜିଏଫ୍‌ଟିଏନ୍‌) ସିଙ୍ଗାପୁର,  ନ୍ୟାସନାଲ ୟୁନିଭର୍ସିଟି ଅଫ୍‌ ସିଙ୍ଗାପୁର (ଏନ୍‌ୟୁଏସ୍‌), ଏସିଆନ  ଇନଷ୍ଟିଚ୍ୟୁଟ ଅଫ୍‌ ଡିଜିଟାଲ ଫାଇନାନ୍ସ  (ଏଆଇଡିଏଫ୍‌) ସହଯୋଗରେ  ‘ଭାରତନେତ୍ର’କୁ ସ୍ଥାପନ କରାଯାଇଛି । ଡିଜିଟାଲ ନବସୃଜନ  ଓ ଫିନ୍‌ଟେକ୍‌ କ୍ଷେତ୍ର ଲାଗି ଦକ୍ଷ  ମାନବ ସମ୍ବଳ ସୃଷ୍ଟି ଦିଗରେ ଏହି  ସେଣ୍ଟର ପ୍ରମୁଖ ଭୂମିକ ଗ୍ରହଣ କରିବ ବୋଲି ଆଶା କରାଯାଉଛି ।  




ମୁଖ୍ୟମନ୍ତ୍ରୀ କହିଲେ, ନୂଆ ପଦକ୍ଷେପ ରାଜ୍ୟର  ଆର୍ଥିକ କ୍ଷେତ୍ରର ଭବିଷ୍ୟତ ଏବଂ ଡିଜିଟାଲ  ଅର୍ଥନୀତିରେ ବିଶ୍ୱ ଲିଡର୍‌ ହେବା ଲାଗି ଭାରତ  ସ୍ଥିତିକୁ ଦୃଢ଼ କରିବ । ଭାରତ ବିଶ୍ୱ ଲିଡର ହେବା  ଦିଗରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ।  ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୭ ହଜାର  ଛାତ୍ରଛାତ୍ରୀଙ୍କୁ ଦକ୍ଷତା ତାଲିମ ଦିଆଯିବ । ଏସିଆନ  ଇନଷ୍ଟିଚ୍ୟୁଟ ଅଫ୍‌ ଡିଜିଟାଲ ଫାଇନାନ୍ସ ଏବଂ  ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସିଙ୍ଗାପୁର ପକ୍ଷରୁ  ସାର୍ଟିଫିକେଟ କୋର୍ସ ପ୍ରଦାନ କରାଯିବ ।  

ଏହି ନୂତନ ହବ୍‌ ସହ ସ୍ୱତନ୍ତ୍ର ସେଣ୍ଟର ଅଫ୍‌  ଏକ୍ସଲେନ୍ସ ଦ୍ୱାରା ରାଜ୍ୟ ସରକାର ଷ୍ଟାର୍ଟଅପ୍‌ ଏବଂ  ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବେ । ଏହି ପ୍ରକଳ୍ପ  ଅଧୀନରେ ଏକ ଗ୍ଲୋବାଲ କାପାବିଲିଟି ସେଣ୍ଟର  (ଜିସିସି) ମଧ୍ୟ ସ୍ଥାପନ ଲକ୍ଷ୍ୟ ରହିଛି । ଏହାଦ୍ୱାରା  ରାଜ୍ୟରେ ବିଶ୍ୱ ସ୍ତରୀୟ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ  ରାଜ୍ୟରେ ନିବେଶ କରିବାକୁ ଆକୃଷ୍ଟ ହେବେ ।  

ରାଜ୍ୟର ଡିଜିଟାଲ ଭିତ୍ତିଭୂମି ଦୃଢ଼ୀକରଣ  ସମ୍ପର୍କରେ ଶ୍ରୀ ମାଝୀ କହିଲେ, ଭୁବନେଶ୍ୱର ଓ  ସିଙ୍ଗାପୁର ମଧ୍ୟରେ ସଂଯୋଗ ସ୍ଥାପନ ଲାଗି ଏକ କେବଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରାଯାଉଛି ।  ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଆଇ ନୀତି ଲାଗୁ  କରିଛି । ଏହି ଧାରାକୁ ଆଉ ପାଦେ ଆଗକୁ ନେବା  ଲାଗି ରାଜ୍ୟ ସରକାର ନୂଆ ଫିନ୍‌ଟେକ୍‌ ଏବଂ  ଜିସିସି ନୀତି ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହା  କେନ୍ଦ୍ର ସରକାରଙ୍କ ୧ ଲକ୍ଷ କୋଟିର ନିବେଶରେ  ୩ କୋଟି ନୂଆ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟକୁ ଯୋଗଦାନ  ଦେବାକୁ ସକ୍ଷମ ହେବ । 

ଶିଳ୍ପ ପାଇଁ କୁଶଳୀ ଶ୍ରମ ଶକ୍ତି ସୃଷ୍ଟି ଲାଗି ରାଜ୍ୟ  ପ୍ରସ୍ତୁତ । ଓଡ଼ିଶା ପ୍ରତିବର୍ଷ ୧.୫ ଲକ୍ଷ ଇଞ୍ଜିନିୟରିଂ  ସ୍ନାତକ ସୃଷ୍ଟି କରୁଛି । ନୂଆ ସେଣ୍ଟର ଅଫ୍‌  ଏକ୍ସଲେନ୍ସ ଏବଂ ଡିପ୍‌ ନ୍ୟୁଟ୍ରାଲ ନେଟ୍‌ୱାର୍କ ଲ୍ୟାବ୍‌  ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯାଉଛି । ଓଡ଼ିଶାକୁ ପୂର୍ବ  ଭାଗର ରିସର୍ଚ୍ଚ କ୍ୟାପିଟାଲ ଭାବେ ଗଢ଼ି ତୋଳିବା  ରାଜ୍ୟ ସରକାରଙ୍କ ଲକ୍ଷ୍ୟ । 

ନିକଟରେ ମଞ୍ଜୁରି ଦିଆଯାଇଥିବା ୨  ସେମିକଣ୍ଡକ୍ଟର ୟୁନିଟ୍‌ ରାଜ୍ୟକୁ ନୂଆ ପରିଚୟ  ଦେବ । ରାଜ୍ୟ ଚିପ୍‌ ଡିଜାଇନ ଏବଂ ସେମିକଣ୍ଡକ୍ଟର  କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡିବ । ଏଠାରେ  ଗ୍ଲୋବାଲ୍‌ କାପାବିଲିଟି ସେଣ୍ଟର ସ୍ଥାପନ ହେବ  ଯାହା ଗ୍ଲୋବାଲ ଫିନ୍‌ଟେକ୍‌ ଏବଂ ଟେକ୍ନୋଲୋଜି  କମ୍ପାନୀଗୁଡ଼ିକୁ ନିବେଶ କରିବାକୁ ଆକୃଷ୍ଟ କରିବ ।  ନ୍ୟାସନାଲ ମିଶନରେ ଓଡ଼ିଶା ଏ କ୍ଷେତ୍ରରେ ନେତୃତ୍ୱ  ନେବ ।  

ଏହି ଅବସରରେ ଶ୍ରୀ ମାଝୀ ଭାରତନେତ୍ର  ହାକାଥନ୍‌ର ଶୁଭାରମ୍ଭ କରିଥିଲେ । ରାଜ୍ୟ ଆଇଟି  ଏବଂ ଇଲେକଟ୍ରୋନିକ୍ସ ମନ୍ତ୍ରୀ ମୁକେଶ ମହାଲିଙ୍ଗ  କହିଲେ, ଚଳିତ ବର୍ଷ ୨୩ ବିଲିୟନ ଡଲାର ନୂଆ  ନିବେଶ ସହ ନବସୃଜନର ଏକ ପ୍ରମୁଖ ସ୍ଥଳ  ଭାବେ ଉଭା ହେଉଛି । ବିଶ୍ୱ ସ୍ତରୀୟ ଭିତ୍ତିଭୂମି  ସହ ରାଜ୍ୟ ସରକାର ନିବେଶକଙ୍କୁ ସବୁ ପ୍ରକାର  ସୁଯୋଗ ପ୍ରଦାନ କରୁଛନ୍ତି ।  

ଜିଏଫ୍‌ଟିଏନ, ସିଙ୍ଗାପୁରର ସିଇଓ ସ୍ୱପ୍ନେନ୍ଦୁ  ମହାନ୍ତି କହିଲେ, ନୂଆ ପଦକ୍ଷେପ ଏସିଆ ପ୍ରଶାନ୍ତ ମହାସାଗରୀୟ ଫାଇନାନ୍ସିଆଲ ଟେକ୍ନୋଲୋଜି ହବ୍‌  ପାଇଁ ରାସ୍ତା ଖୋଲିବ । ବିଶ୍ୱର ଆର୍ଥିକ ଇକୋସିଷ୍ଟମ ସହ ଓଡ଼ିଶାକୁ ଯୋଡ଼ିବାରେ ଏହା ସହାୟତା କରିବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବଜାଜ୍‌ ଆଲିଆଞ୍ଜ ସିଏମ୍‌ଡି ତପନ ସିଙ୍ଘଲ, ରାଜ୍ୟ ଆଇଟି  ସଚିବ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.