ଭୁବନେଶ୍ୱର,୨୩/୦୪: ଆଜି ୨୭ଟି ବିଭାଗରେ ୪୬୨୩ଜଣଙ୍କୁ ନିଯୁକ୍ତି ଦିଆଯିବ । କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ନିଯୁକ୍ତିମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ନିଯୁକ୍ତି ମେଳା ଏବର୍ଷର ପ୍ରଥମ ନିଯୁକ୍ତି ମେଳା ଏବଂ ବିଜେପି ସରକାରଙ୍କ ୧୫ତମ ନିଯୁକ୍ତି ମେଳା ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୪୧୧୩ଜଣଙ୍କୁ ନିଯୁକ୍ତି ପ୍ରଦାନ କାରଯିବ । ସେହିପରି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩, ଇସ୍ପାତ ଓ ଖଣି ବିଭାଗରେ ୭୭, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗରେ ୭୦, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୫୨ ଏବଂ ଦକ୍ଷତା ବିକାଶ ବିଭାଗରେ ୧୪ଜଣଙ୍କୁ ନିଯୁକ୍ତି ଦିଆଯିବ ।

ଅଧିକ ପଢ଼ନ୍ତୁ:-  Heat Warning: ଦାଉ ଦାଉ ଜଳିଲା ସାରା ରାଜ୍ୟ, ୨୬ ଯାଏ ତାତିରୁ ତ୍ରାହି ନାହିଁ ,୨୫ ସହର ତାପମାତ୍ରା ୪୦ ଡିଗ୍ରୀ ପାର୍

ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୨୫ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୧୧ଟି ବିଭାଗରେ ୧୫୪୩ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଗତ ଡିସେମ୍ବର ସୁଦ୍ଧା ସରକାର ୩୯ ହଜାର ୪୫୯ଜଣଙ୍କୁ ନିଯୁକ୍ତି ଦେଇସାରିଲାଣି । ଆସନ୍ତାକାଲିର ନିଯୁକ୍ତିକୁ ମିଶାଇଲେ ସରକାର ୨୨ ମାସରେ ୪୪ ହଜାରରୁ ଅଧିକ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ।