ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପୁଅ ଅଭିମନ୍ୟୁଙ୍କ ସରିଲା ନିର୍ବନ୍ଧ, ସାମ୍ନାକୁ ଆସିଲା ଫଟୋ

Published By : Tapas Panda | June 8, 2025 8:58 PM

Image courtesy: indiatv

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ସାନ ପୁଅ ଅଭିମନ୍ୟୁଙ୍କ ନିର୍ବନ୍ଧ ରବିବାର ଭୋପାଳରେ ସମ୍ପନ୍ନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କ x ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ବନ୍ଧର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଖାରଗୋନର ସେଲଡାର ବାସିନ୍ଦା ଡା. ଇଶିତା, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପରିବାରର ବୋହୂ ହେବେ। ଉଭୟ ପରିବାରର ନିକଟ ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

 ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅ ଡାକ୍ତର ଅଭିମନ୍ୟୁ ଏବଂ ଖାରଗୋନର ସେଲଡା ନିବାସୀ ଦିନେଶ ଯାଦବ (ପଟେଲ)ଙ୍କ ଝିଅ ଡକ୍ଟର ଇଶିତାଙ୍କ ନିର୍ବନ୍ଧ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଭୟ ପରିବାରର ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରଥମେ ଯଥାବିଧି ପୂଜା କରାଯାଇଥିଲା । ଏହା ପରେ, ଉଭୟ ମୁଦି ବଦଳ କରିଥିଲେ ଏବଂ ପରସ୍ପରକୁ ନୂତନ ଜୀବନ ପାଇଁ ଶୁଭକାମନା ଜଣାଇଥିଲେ।

 ସୂଚନାଯୋଗ୍ୟ, ଅଭିମନ୍ୟୁ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅ । ତାଙ୍କର ବଡ଼ ଭାଇ ଏବଂ ବଡ଼ ଭଉଣୀ ପୂର୍ବରୁ ବିବାହିତ ।ଡା. ଇଶିତା ଏମବିବିଏସ ଡିଗ୍ରି ହାସଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଏବଂ ବିଜେପି ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ଉପସ୍ଥିତ ଲୋକମାନେ ନବବିବାହିତ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.