କଟକ, ୦୧/୧୦: କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ପ୍ରତାପନଗରୀ ପୂଜା ମଣ୍ଡପରେ ମା'ଙ୍କ ଦର୍ଶନ କରି ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ କଟକ ଚଉଳିଆଗଞ୍ଜରେ ମା'ଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଏବଂ କଲ୍ୟାଣ କାମନା କରିଛନ୍ତି ।
କହିରଖୁ କି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କେନ୍ଦୁଝର ଗସ୍ତରେ ଯାଇ ବିଭିନ୍ନ ପୂଜା ମଣ୍ଡପ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଚାର୍ଟାର ବିମାନରେ ଆସି ରାଇସୁଆଁ ସ୍ଥିତ ଏୟାରଷ୍ଟ୍ରିପ୍ରେ ଅବତରଣ କରିବା ରାଇସୁଆଁ ବାସଭବନରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧ, କାମନା କରି ମା’ ଦୂର୍ଗାଙ୍କ ଆଶୀର୍ବାଦ ନେଇଛନ୍ତି । ଏହାସହିତ ରାଜ୍ୟବାସୀଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ମା’ଙ୍କ ଶରଣାପନ୍ନ ହୋଇଥିଲେ । ପରେ ଝୁମ୍ପୁରା ଦୁର୍ଗାପୂଜାରେ ସାମିଲ ହେବାପରେ କେନ୍ଦୁଝର ସହରର ବିଭିନ୍ନ ପୂଜାକମିଟିର ନିମନ୍ତ୍ରଣ କ୍ରମେ ମା’ଙ୍କୁ ଦର୍ଶନ କରିଥିଲେ । ବିଭିନ୍ନ ଦୁର୍ଗାମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ କମିଟି କର୍ମକର୍ତ୍ତା ଓ ସ୍ଥାନୀୟ ଭକ୍ତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।