ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୫୦୦ ବର୍ଷ ପୂର୍ବେ ଯାହା ବାବର କରିଥିଲେ, ତାହା ଆଜି ବାଂଲାଦେଶ ଓ ସମ୍ଭଲରେ ହେଉଛି: ଯୋଗୀ

Published By : Harapriya Biswal | December 5, 2024 5:28 PM

ନୂଆଦିଲ୍ଲୀ,୫।୧୨: ୫୦୦ ବର୍ଷ ପୂର୍ବେ ବାବର ଯାହା କରିଥିଲେ, ଆଜି ତାହା ବାଂଲାଦେଶ ଓ ସମ୍ଭଲରେ ହେଉଛି। ଘଟଣାର ପ୍ରକୃତି ଓ ଡିଏନ୍‌ଏ ଗୋଟିଏ। ସେ କହିଛନ୍ତି, ସମ୍ଭଲ ଓ ବାଂଲାଦେଶର ଘଟଣା ଗୋଟିଏ ଭଳି ଓ ଦୁଇ ଘଟଣାରେ ସାମିଲ ଲୋକଙ୍କ ଡିଏନ୍‌ଏ ଗୋଟିଏ। ଏଭଳି କିଛି କହିଛନ୍ତି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମ ବେଳେ ଯୋଗୀଙ୍କ ଏହି ବୟାନ ଦେଇଛନ୍ତି। ରାମ କଥା ପାର୍କରେ ରାମାୟଣ ମେଳାର ଉଦଘାଟନ ଅବସରେ ଯୋଗୀ କହିଛନ୍ତି, ମନେପକାନ୍ତୁ ୫୦୦ ବର୍ଷ ପୂର୍ବରୁ ଅଯୋଧ୍ୟା କୁମ୍ଭରେ ବାବରର ଲୋକେ କ’ଣ କରିଥିଲେ? ସମ୍ଭଲରେ ମଧ୍ୟ ଏଭଳି ହୋଇଛି,ବାଂଲାଦେଶରେ ମଧ୍ୟ ଏଭଳି ଚାଇଛି। ତିନୋଟିର ସ୍ବଭାବ ଓ ଡିଏନ୍‌ଏ ଗୋଟିଏ ଭଳି ରହିଛି। ଯଦି କୌଣସି ମାନ୍ୟତା ରହିଛି ବାଂଲାଦେଶରେ ଏଭଳି ହେଉଛି ତେବେ ସେଠାର ତତ୍ତ୍ବ ଏଠାରେ ମଧ୍ୟ ଆପଣଙ୍କୁ ଚାହିଁକି ବସିଛନ୍ତି। ସେ ସାମାଜିକ ଏକତାକୁ ଭାଙ୍ଗିବାର ପୁରା ଚେଷ୍ଟା କରୁଛନ୍ତି। ଏହି କଥା କହୁଥିବା କିଛି ଲୋକ ଏଭଳି ଅଛନ୍ତି, ଯାହାଙ୍କର ବିଦେଶରେ ସମ୍ପତ୍ତି ରହିଛି। ଯଦି ଏଠାରେ କୌଣସି ସଙ୍କଟ ଆସିଛି, ତେବେ ସେ ପଳାଇବେ ଓ ଅନ୍ୟମାନଙ୍କୁ ମାରିବା ପାଇଁ ଏଠାରେ ଛାଡି ଦେବେ।’

ଯୋଗୀ ଆହୁରି କହିଛନ୍ତି, ଡକ୍ଟର ରାମ ମନୋହର ଲୋହିୟା ଯାହା କହିଥିଲେ, ଯେଉଁ ପର୍ଯ୍ୟନ୍ତ ଭାରତର ଆସ୍ଥା ତିନି ଆରାଧ୍ୟ ଦେବ ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣ ଓ ଭଗବାନ ଶିବଙ୍କ ପ୍ରତି ରହିବ, ସେ ପର୍ଯ୍ୟନ୍ତ ଭାରତର କେହି କିଛି କରିପାରିବେନି।  ଏମାନେ ସମାଜବାଦୀ, ଲୋହିଆଙ୍କ ନାଁରେ ରାଜନୀତି କରିବେ, କିନ୍ତୁ ଲୋହିଆଙ୍କ ଗୋଟିଏ ବି ଆଦର୍ଶକୁ ନିଜ ଜୀବନରେ ଗ୍ରହଣ କରିବେନି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ରାମଙ୍କର ନୁହେଁ, ସେ ଆମ କାହାର ନୁହେଁ। ଆମେ ପ୍ରଭୁ ଶ୍ରୀରାମଙ୍କୁ ନିଜର ଆଦର୍ଶ ବୋଲି ମାନୁ, ଯଦି କିଛି ପ୍ରେରଣା ଆମେ ପ୍ରଭୂଙ୍କ ଉଚ୍ଚ ଆଦର୍ଶରୁ ନେଇପାରିବୁ ତେବେ ଆମର ଜନ୍ମ ଓ ଜୀବନ ଉଭୟ ଧନ୍ୟ ହୋଇଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.