• କଂଗ୍ରେସ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟ ନାଥ
  • ମଣିକର୍ଣ୍ଣିକା ଘାଟ ବିବାଦକୁ ନେଇ ଯୋଗୀଙ୍କ କଡ଼ା ମନ୍ତବ୍ୟ
  • କଂଗ୍ରେସ ସର୍ବଦା ପ୍ରତିବନ୍ଧକ ଭାବେ କାର୍ଯ୍ୟ କରି ଆସୁଛି
  • ଏଆଇ ଭିଡ଼ିଓ ମାଧ୍ୟମରେ ମନ୍ଦିରର ଭ୍ରମ ପ୍ରସାରିତ ହେଉଛି

ନୂଆଦିଲ୍ଲୀ : କାଶୀରେ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଣିକର୍ଣ୍ଣିକା ଘାଟ ବିବାଦକୁ ନେଇ କଂଗ୍ରେସକୁ କରିଥିଲେ ସମାଲୋଚନା । ସିଏମ୍‌ ଯୋଗୀ ଏଆଇ ଜେନେରେଟେଡ୍‌ ଭିଡ଼ିଓ ମାଧ୍ୟମରେ ମନ୍ଦିରକୁ ଭାଙ୍ଗିବାର ଭ୍ରମ ପ୍ରସାର କରିବା ଏବଂ ଲୋକଙ୍କ ବିଶ୍ୱାସକୁ ଉସୁକାଇବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ। ସେ କହିଥିଲେ - ବିକାଶ କାଶୀର ହେଉ କି ଦେଶର , କଂଗ୍ରେସ ସର୍ବଦା ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଛି। ମଣିକର୍ଣ୍ଣିକା ଘାଟର ଏଆଇ ଦ୍ୱାରା ଭିଡ଼ିଓ କରି ଲୋକଙ୍କ ଭାବନାକୁ ଉତ୍ତେଜିତ କରିବା କାମ କଂଗ୍ରେସ ସଦସ୍ୟମାନେ କରିଛନ୍ତି। ମୁଁ ସ୍ପଷ୍ଟ ଚେତାବନୀ ଦେଉଛି ଯେ, କାଶୀକୁ ବଦନାମ କରୁଥିବା ଲୋକଙ୍କ ଏହି କାର୍ଯ୍ୟର ପର୍ଦ୍ଦାଫାସ କରାଯିବ। ଲୋକଙ୍କ ବିଶ୍ୱାସ ସହ ଖେଳୁଥ‌ିବା କୌଣସି କାର୍ଯ୍ୟକୁ ସରକାର ସହ୍ୟ କରିବେ ନାହିଁ।

ଏହାସହ ମଧ୍ୟ ପଢନ୍ତୁ : ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ଉପରେ ଚଢି ଗଲା କାର , ଘଟଣା ସ୍ଥଳରେ ମୃତ୍ୟୁ ; ଦୁଇ ଗିରଫ

ଯୋଗୀ ଆଉ ମଧ୍ୟ କହିଥିଲେ - ଗତ ତିନି ଚାରି ଦିନ ଧରି ଭିତ୍ତିହୀନ ଏବଂ ମିଥ୍ୟା ଚିତ୍ର ଉପସ୍ଥାପନ କରି ଜନସାଧାରଣଙ୍କୁ ଭ୍ରମିତ କରାଯାଉଛି। କଂଗ୍ରେସ କେବଳ ଏହା ବ୍ୟତୀତ ଆଉ କିଛି ଜାଣେ ନାହିଁ। କଂଗ୍ରେସ ସର୍ବଦା ଐତିହ୍ୟକୁ ବଦନାମ କରିବା ପାଇଁ କାମ କରିଛି।  କଂଗ୍ରେସ କେବେ ବି  ଲୋକମାତା ଅହଲ୍ୟାବାଈଙ୍କର ସମ୍ମାନ କରି ନାହିଁ। କଂଗ୍ରେସ ନେତାଙ୍କ ପିଲାଳିଆମୀ ବୟାନ ଏବଂ ହାସ୍ୟାସ୍ପଦ କାର୍ଯ୍ୟ ଏବଂ ହରକତ ଦେଖି ତାଙ୍କ ଉପରେ ହସ ମଧ୍ୟ ଆସୁଛି ଏବଂ ଦୟା ମଧ୍ୟ ଆସୁଛି। ସେମାନଙ୍କର ଏହି କାର୍ଯ୍ୟ ଯେପରି - ନଅ ଶହ ମୂଷା ଖାଇ ହଜ୍ ଯାଉଥିବା ବିଲେଇ ସଦୃଶ। ଏହି ଲୋକମାନେ ସର୍ବଦା ଐତିହ୍ୟକୁ ଅସମ୍ମାନ କରିଛନ୍ତି। ଆଜି ସେମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ।

କାଶୀ ଏବଂ ଦେଶର ଐତିହ୍ୟକୁ ଅସମ୍ମାନ କରି ଆସୁଥିବା କଂଗ୍ରେସ ମଧ୍ୟ ଏହିପରି କାର୍ଯ୍ୟ କରି ଆସୁଛି। ବିଶ୍ୱନାଥଧାମର ନିର୍ମାଣ ହେଉ, ଅଯୋଧ୍ୟାରେ ପାଞ୍ଚ ଶହ ବର୍ଷ ପରେ ମନ୍ଦିର ନିର୍ମାଣ ହେଉ, ବିନ୍ଧ୍ୟବାସିନୀ ଧାମ ହେଉ କିମ୍ବା ପ୍ରୟାଗରାଜର ବିକାଶ ହେଉ, ପ୍ରତିଥର କଂଗ୍ରେସ ସଦସ୍ୟମାନେ ଭିତ୍ତିହୀନ ମନ୍ତବ୍ୟ ଏବଂ ମିଥ୍ୟା ପ୍ରଚାର କରିଛନ୍ତି।

ବିଶ୍ୱନାଥ ଧାମ ନିର୍ମାଣ ସମୟରେ, ସେମାନେ ଚରମ ସୀମା ପାର କରି ଯାଇଥିଲେ। କର୍ମଶାଳାରୁ ଭଙ୍ଗା ମୂର୍ତ୍ତିଗୁଡ଼ିକୁ ଆଣି ଏହାକୁ ବିଶ୍ୱନାଥ ଧାମରେ ଭଙ୍ଗା ମୂର୍ତ୍ତି କହି ପ୍ରଚାରିତ-ପ୍ରସାରିତ କରାଯାଇ ଥିଲା। ଐତିହ୍ୟର ସମ୍ମାନ କେମିତି ହୋଇ ଥାଏ , ଏହା ଆମକୁ କଂଗ୍ରେସକୁ ପ୍ରଚାରିବାର ଆବଶ୍ୟକତା ନାହିଁ।