ନୂଆଦିଲ୍ଲୀ : ବାଂଲାଦେଶରୁ ଆସିଲା ପୁଣି ଏକ ଖବର। ସେଠାରେ ପେଟ୍ରୋଲ ପମ୍ପରେ କାମ କରୁଥିବା ଜଣେ ହିନ୍ଦୁ ଯୁବକଙ୍କ ଉପରେ ଚଢି ଗଲା କାର। କାର ଚାଳକ ପେଟ୍ରୋଲ ଭରି ଟଙ୍କା ନଦେଇ ଫେରାର ହେବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ତାକୁ ରୋକିବାକୁ ଚେଷ୍ଟା କରୁଥିବା ସେହି କର୍ମଚାରୀଙ୍କ ଉପରେ ଚଢାଇ ଦେଲା କାର୍। ଘଟଣା ସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇ ଥିଲା। ହେଲେ ଏବେସୁଦ୍ଧା କୌଣସି ସ୍ପଷ୍ଟ ହୋଇ ପାରି ନାହିଁ ଯେ, ରାଜବାଡି ଜିଲ୍ଲାରେ ଶୁକ୍ରବାର ଘଟି ଥିବା ଏହି ଘଟଣାର ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ୍ କରି କରାଯାଇ ଥିବା , ସଦ୍ୟ ହିଂସା ସହ କୌଣସି ସଂପର୍କ ଅଛି ନା ନାହିଁ।
ଏହାସହ ମଧ୍ୟ ପଢନ୍ତୁ : ଭାରତ ସହ ସଂପର୍କ ଖରାପ ହେଲେ ସବୁ ବିଗିଡ଼ି ଯିବ : ଟ୍ରମ୍ପଙ୍କୁ ତାଙ୍କ ନିଜ ଦଳର ସାଂସଦ କରାଇଲେ ସତର୍କ
‘ଦ ଡେଲି ଷ୍ଟାର’ ଖବରକାଗଜ ପୁଲିସ ଅଧିକାରୀଙ୍କ ଅନୁସାରେ ,ପ୍ରକାଶିତ ଖବରରେ କହିଛି , ମୃତକଙ୍କ ନାଁ ରିପନ ଶାହା (୩୦) । ସେ ଗୋଲନ୍ଦା ସ୍ଥିତ କରିମ ପେଟ୍ରୋଲ ପମ୍ପରେ କାମ କରୁଥିଲେ। ନ୍ୟୁଜ୍ ପୋର୍ଟାଲ ‘ବିଡିନ୍ୟୁଜ୍ ୨୪ ଡଟ୍ କମ୍’ରେ ରାଜବାଡି ସଦର ପୁଲିସ ପ୍ରମୁଖ ଖୋନଦାକର ଜିୟାଉର ରେହମାନଙ୍କ ଅନୁସାରେ ପ୍ରସାରିତ ଖବରରେ କୁହାଯାଇଛି ଯେ, ଆମେ ହତ୍ୟା ମାମଲା ରୁଜୁ କରିବୁ। ପେଟ୍ରୋଲ ମୂଲ୍ୟ ଦେବାକୁ ମନା କରିବାରୁ କର୍ମଚାରୀ ଗାଡ଼ି ସାମ୍ନାରେ ଠିଆ ହୋଇ ଯାଇଥିଲେ ଏବଂ ସେ ତାଙ୍କ ଚଢାଇ ଫେରାର ହୋଇ ଯାଇ ଥିଲା।
ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବିକ ,ଶୁକ୍ରବାର ସକାଳେ ପାଖାପାଖି ସାଢେ ଚାରିଟା ବେଳେ ଏକ କଳା ଏସୟୁଭିରେ ବସି ଥିବା ଲୋକ ପେଟ୍ରୋଲ ପମ୍ପ ପହଞ୍ଚି ଥିଲେ ଏବଂ ୫ ହଜାର ଟକା (ପାଖାପାଖି ୩,୭୧୦ ଟଙ୍କା)ର ପେଟ୍ରୋଲ ଭରିଥିଲେ। ସେ କହିଥିଲେ ଯେ, ଯେବେ ଏସୟୁଭି ଚାଳକ ପେଟ୍ରୋଲର ମୂଲ୍ୟ ନଦେଇ ସେଠାରୁ ଯିବାକୁ ଚେଷ୍ଟା କଲା,ତ ରିପନ ତା (ଗାଡ଼ି) ଆଗରେ ଠିଆ ହୋଇ ଗଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ , ଏସୟୁଭି ଚାଳକ ରିପନଙ୍କୁ ଦଳି ଦେଇ ସେଠାରେ ଫେରାର ହୋଇଗଲା। ସେ କହିଥିଲେ ଯେ, ପେଟ୍ରୋଲ ପମ୍ପର ଅନ୍ୟ ଜଣେ କର୍ମଚାରୀ ଜାକିର ହୁସୈନ ମଧ୍ୟ ଏସୟୁଭିର ପଛରେ ଦୌଡ଼ି ଥିଲେ , ସେ ରକ୍ତ ଜୁଡୁବୁଡୁ ରିପନର ମୃତଦେହ ରାଜରାସ୍ତାରେ ପଡ଼ିଥିବାର ପାଇଥିଲେ। ତାଙ୍କର ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ହୋଇଥିଲା।