ମୁମ୍ୱାଇ : ତାମିଲ ସିନେମାରେ ଏବେ ଥାଲାପତି ବିଜୟଙ୍କ ଯାଦୁ ଆଉ ଦେଖିବାକୁ ମିଳିବ ନାହିଁ, କାରଣ ସେ ରାଜନୀତିକୁ ଆସିଛନ୍ତି। ବିଜୟ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟରେ ଏବେ ତାଙ୍କ ସରକାର ଚାଲିବ। ଥାଲାପତିଙ୍କୁ ନାୟକ ସଜାଇବା ପଛରେ ତାଙ୍କର ପ୍ରଶଂସକଙ୍କର ବହୁତ ବଡ଼ ହାତ ରହିଛି। ହେଲେ ତାମିଲ ସିନେମାରୁ ତାଙ୍କର ପ୍ରସ୍ଥାନ ଏକ ବହୁତ ବଡ଼ ଧକ୍କା ମଧ୍ୟ।
ଥାଲାପତି ବିଜୟ ତାଙ୍କର ଫିଲ୍ମ କ୍ୟାରିୟରରେ ତାମିଲ ସିନେମାକୁ ଅନେକ ବଡ଼ ବଡ଼ ହିଟ୍ ଫିଲ୍ମ ଦେଇଛନ୍ତି। ଯେଉଁଥି ପାଇଁ ତାଙ୍କର ଲକ୍ଷ ଲକ୍ଷ ଶୁଭେଚ୍ଛୁ ଓ ପ୍ରଶଂସକ। ଗତ ୧୦ ବର୍ଷରେ ବିଜୟଙ୍କ ପ୍ରାୟ ପ୍ରତି ଫିଲ୍ମ ବଡ଼ ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଛି। ଯେବେ ଗତ ଥର ଥାଲାପତି ଫିଲ୍ମ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ (GOAT)ରେ ନଜର ଆସିଥିଲେ, ସେତେବେଳେ ସେ ମଧ୍ୟ ବହୁ ଅର୍ଥ କମାଇ ଥିଲେ।
A history is made..
— venkat prabhu (@vp_offl) May 18, 2026
From a thought… to a vision… to this moment.
Happy to have met our honourable CM @TVKVijayHQ na today and present the very first manifestation of #GOAT. ❤️❤️❤️
This is only the beginning.
TN07CM2026 pic.twitter.com/VxwvFOKTo4
ଫିଲ୍ମ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମକୁ ଭେଙ୍କଟ ପ୍ରଭୁ ନିର୍ଦ୍ଦେଶନା ଦେଇ ଥିଲେ, ଯିଏ ତାମିଲ ସିନେମାର ଜଣେ ବଡ଼ ବ୍ୟକ୍ତିତ୍ୱ। ସେ ବିଜୟଙ୍କ ସହ ମିଶି ଦୁଇଟି ବଡ଼ ଫିଲ୍ମ କରିଥିଲେ। ଏବେ ସେ ଅଭିନେତାରୁ ନେତା ହୋଇଥିବା ବିଜୟଙ୍କୁ ଭେଟିବାକୁ ଯାଇଥିଲେ ଏବଂ ତାଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପାଇଁ ଶୁଭେଚ୍ଛା ଦେଇଥିଲେ।
ଭେଙ୍କଟ ପ୍ରଭୁ ଥାଲାପତି ବିଜୟଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ନେଇ ଯାଇଥିଲେ। ସେ ସିଏମଙ୍କୁ ସ୍ପେଶାଲ ନମ୍ୱର ପ୍ଲେଟ୍ ( TN07CM2026) ଗିଫ୍ଟ ଦେଇ ଥିଲେ , ଯେଉଁଥିରେ ବିଜୟଙ୍କ ସିଏମ ଓ ୨୦୨୬କୁ ସାମିଲ କରାଯାଇଛି। ବିଶେଷ କଥା ଏହା ଯେ, ଏହି ନମ୍ୱର ପ୍ଲେଟ୍ ବିଜୟଙ୍କ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମରେ ମଧ୍ୟ ତାଙ୍କ ଗାଡ଼ିରେ ଲାଗିଥିବା ନଜର ଆସି ଥିଲା। ଭେଙ୍କଟ ପ୍ରଭୁ ବିଜୟଙ୍କ ସିଏମ ହେବା କଥା ପୂର୍ବରୁ ହିଁ ଭାବି ନେଇଥିଲେ, ଏବଂ ଏବେ କଥା ପୂରଣ ହୋଇ ଯାଇଛି , ତ ସେ ଏହି ନମ୍ୱର ପ୍ଲେଟକୁ ବିଜୟଙ୍କୁ ଉପହାର ଦେବାକୁ ଭାବିଲେ।
ନିର୍ଦ୍ଦେଶକ ବିଜୟଙ୍କ ସହ ସାକ୍ଷାତକୁ ନେଇ ଲେଖିଛନ୍ତି –ଇତିହାସ ହୋଇ ସାରିଛି । ଗୋଟିଏ ବିଚାରରୁ ଭିଜନ ଯାଏ ଏବଂ ଏବେ ଏକ କ୍ଷଣ ଯାଏ । ଆମର ମାନନୀୟ ସିଏମ ବିଜୟଙ୍କୁ ଭେଟି ବହୁତ ଭଲ ଲାଗିଲା ଏବଂ ଆଜି ଆମେ ଗୋଟ୍ ରେ ଆମର ସର୍ବ ପ୍ରଥମ କଳ୍ପନାକୁ ତାଙ୍କୁ ପ୍ରେଜେଣ୍ଟ କରୁଛୁ। ଏହା ତ କେବଳ ଆରମ୍ଭ।
ଥାଲାପତି ବିଜୟ ସିଏମ ତ ହୋଇଛନ୍ତି , କିନ୍ତୁ ସେ ଏବେ ବି ଶେଷଥର ପାଇଁ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ତାଙ୍କର ଶେଷ ଫିଲ୍ମ ଜନ ନାୟଗନ ଖୁବ୍ ଶୀଘ୍ର ରିଲିଜ ହେବାର ସମ୍ଭାବନା ଦେଖାଯାଉଛି। ଅନେକ ରିପୋର୍ଟ ଅନୁସାରେ , ଫିଲ୍ମକୁ ଜୁନ୍ କିମ୍ୱା ଜୁଲାଇରେ ରିଲିଜ କରାଯିବ ବୋଲି କୁହାଯାଇଛି।
ଆହୁରି ମଧ୍ୟ ପଢନ୍ତୁ : ୫୧ ବର୍ଷ ବୟସରେ ପୂରା ଫିଟ୍ ବିଜୟ , ଖାଆନ୍ତି ଏହି ଦେଶୀ ଖାଦ୍ୟ