ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସ୍ୱାସ୍ଥ୍ୟ ପାଇଁ ହାନିକାରକ ଏସିର ଥଣ୍ଡା ପବନ, ହାଡ ଦୁର୍ବଳ ହେବା ସହ ମାଂସପେଶୀରେ ସୃଷ୍ଟି କରେ ଯନ୍ତ୍ରଣା

Published By : Prameya | March 28, 2025 10:54 AM

ଭୁବନେଶ୍ୱର ୨୮/୦୩: ଆଜିକାଲି ପ୍ରାୟ ଲୋକ ଏସି ବିନା ଚଳିବା କଷ୍ଟକର ହୋଇପଡୁଛି । କିନ୍ତୁ ଜାଣନ୍ତି କି ଏସିର ନିମ୍ନ ତାପମାତ୍ରା ଶରୀରକୁ ଫମ୍ପା କରିଦେଇଥାଏ । ଏସିର ଥଣ୍ଡା ପବନ ତ୍ୱଚାରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଯେପରିକି ତ୍ୱଚାରେ ଲାଲ ରାସେସ୍‌ ହେବା ସହ ଦାଗ ଦେଖାଯାଇଥାଏ । ଏସିର ଥଣ୍ଡା ପବନ ନିଦର ଗୁଣବତ୍ତାକୁ ମଧ୍ୟ ହାନି ପହଞ୍ଚାଇଥାଏ । ବିଶେଷକରି ଏସି ସାମ୍‌ନାରେ ଶୋଉଥିବା ଲୋକମାନେ ଯେଉଁମାନେ ଠିକ୍‌ ଭାବେ ଘୋଡାଇ ହୋଇ ଶୋଇ ନଥାନ୍ତି । କିନ୍ତୁ ଅଧିକ କୁଲିଂରେ ରହିବା ମଧ୍ୟ ଶରୀର ପାଇଁ ହାନିକାରକ । ତେଣୁ ରାତିରେ ଶୋଇବା ସମୟରେ ଏସି ପରିବର୍ତ୍ତେ ପଙ୍ଖା ବ୍ୟବହାର କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । 

ହାଡ଼ ହୁଏ ଦୁର୍ବଳ :

ଏସିର ମାତ୍ରାଧିକ କୁଲିଂ ହାଡ଼କୁ ଦୁର୍ବଳ କରି ଦେଇଥାଏ । ଫଳରେ ହାଡ଼ରେ ଫ୍ୟାକ୍‌ଚର ହେବାର ଆଶଙ୍କା ବଢିଥାଏ । ସେଥିପାଇଁ କମ୍‌ ତାପମାତ୍ରାରେ ଯଥାସମ୍ଭବ କମ୍‌ ସମୟ ବିତାଇବା ଭଲ । ବିଶେଷକରି ରାତିରେ ଏସି ପରିବର୍ତ୍ତେ ପଙ୍ଖାରେ ଶୋଇବା ବେଶୀ ଭଲ ।

ମାଂସପେଶୀରେ ଯନ୍ତ୍ରଣା :

ମାଂସପେଶୀ ଯନ୍ତ୍ରଣା ଏବେ ଖୁବ୍‌ ସାଧାରଣ ହୋଇପଡିଲାଣି । ଯେଉଁଲୋକମାନେ ବେଶୀ ସମୟ ଏସିରେ ସମୟ ବିତାଇଥାନ୍ତି, ସେମାନଙ୍କଠାରେ ମାଂସପେଶୀ ଯନ୍ତ୍ରଣା ଅଧିକ ଦେଖିବାକୁ ମିଳିଥାଏ । କାରଣ ଏସିର ମାତ୍ରାଧିକ କୁଲିଂ ମାଂସପେଶୀରେ ଯନ୍ତ୍ରଣା ସୃଷ୍ଟି କରିଥାଏ । 

ଥଣ୍ଡା ଓ କାଶ ଆଶଙ୍କା :

ଏସିର ନିମ୍ନ ତାପମାତ୍ରା ଥଣ୍ଡା ଓ କାଶର ସମସ୍ୟାକୁ ବଢାଇଥାଏ । ତେଣୁ ରାତିରେ ଏସିରେ ନ ଶୋଇବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ ।

ହୋଇପାରେ ତ୍ୱଚାରେ ଆଲର୍ଜି :

ଏସିର ଥଣ୍ଡା ପବନ ତ୍ୱଚାରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଯେପରିକି ତ୍ୱଚା ରୁକ୍ଷ ହେବା, ତ୍ୱଚା ଲାଲ୍‌ ହେବା, ଓ ବିଭିନ୍ନ ଦାଗ ଆଦି କରିଥାଏ । ଏହା ସହିତ ମାତ୍ରାଧିକ ଥଣ୍ଡା ପବନ ନିଦର ଗୁଣବତ୍ତାକୁ ନଷ୍ଟ କରିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.