ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶୀତରେ ଥରୁଛି ଶିମିଳିପାଳ, ୫ ଡିଗ୍ରୀକୁ ଖସିଲା ପାରଦ

Published By : Harapriya Sethi | November 29, 2024 8:56 AM

କରଞ୍ଜିଆ, ୨୯/୧୧: ଖସୁଛି ପାରଦ ବଢୁଛି ଶୀତ । ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ । ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ।୫ ଡିଗ୍ରୀକୁ ଖସିଲା ପାରଦ । ଶିମିଳିପାଳ ଅଭୟାରଣ୍ୟର ଉପରବାରାକାମୁଡା ଠାରେ ସର୍ବନିମ୍ନ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଶିମିଳିପାଳ ପାଦଦେଶରେ ଅବସ୍ଥିତ ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ସୁକ୍ରୁଳୀ ଅଞ୍ଚଳରେ ଘନକୁହୁଡ଼ି ସାଙ୍ଗକୁ ଶୀତର ପ୍ରକୋପ ବୃଦ୍ଧି ପାଇଛି ।

ଶୀତ ବଢିବା କାରଣରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବୟଷ୍କ ଲୋକ ମାନଙ୍କୁ ହାଡ ଭଙ୍ଗା ଶୀତ କଷ୍ଟ ଦେଉଛି । ଅଧିକ କୁହୁଡି କାରଣରୁ ଯାତାୟତରେ ବାଧା ସୃଷ୍ଟି ହେଉଛି । ଲୋକେ ଗାଡ଼ିର ଲାଇଟ ଲଗାଇ ଯାନବାହନ ଚଳାଚଳ କରୁଛନ୍ତି । ଶୀତ କାରଣରୁ ଅନେକ ସ୍ଥାନରେ ଲୋକେ ନିଆଁ ଜାଳି ବସୁଥିବାର ଦେଖିବାକୁ ମିଳିଛି । ଚା ଦୋକାନ ଗୁଡ଼ିକରେ ଶିତୁଆ ସକାଳରେ ଲୋକଙ୍କ ଭିଡ ଜମୁଛି । ଗରମ ଗରମ ଚାର ମଜା ନେଇ ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁଛନ୍ତି ଲୋକେ ।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.