ମାଲକାନଗିରି, ୨୦।୪ (ଆପ୍ର): ମାଲକାନଗିରି ଜିଲ୍ଲା ସଦର ସ୍ଥିତ ମାଲକାନଗିରି ମହିଳା ମହା ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ କିଛି ଅଧ୍ୟାପିକା ଓ କର୍ମଚାରୀ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ।
ସୂଚନା ଅନୁଯାୟୀ ଜିଲ୍ଲା ସଦର ମହକୁମା ସ୍ଥିତ କୁମ୍ଭାର ସାହିରେ ରହୁଥିବା ଜନୈକା ଯୁବତୀ ଗତ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ଆଣି ଉର୍ତ୍ତିର୍ଣ ହୋଇଥିଲେ। ତେବେ ଯୁବତୀଙ୍କ ପିତା ମାତା ଉଭୟ ଶାରିରୀକ କ୍ଷିନ୍ନକ୍ଷମ ହୋଇଥିବା ବେଳେ ମା’ ଘରେ ଘରେ ବୁଲି ବାସନ ମାଜି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଭରଣପୋଷଣ କରନ୍ତି। ସେହିପରି ପିତା ମଧ୍ୟ ଭିନ୍ନକ୍ଷମ ହୋଇଥିବାରୁ କୌଣସି କାର୍ଯ୍ୟ କରି ପାରୁନାହାନ୍ତିା ଏଭଳି ସ୍ଥିତିରେ ଝିଅର ପାଠପଢାରେ ଡୋରି ବାନ୍ଧିବାକୁ ନିଷ୍ପତ୍ତି ନେଇଥିଲୋ । କିନ୍ତୁ ଝିଅର ପ୍ରବଳ ଇଛା ଶକ୍ତି ଥିବାରୁ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ତୁରନ୍ତ ସହାୟତାର ହାତ ବଢାଇଥିଲେ। ଝିଅଟି କିପରି ଉଚ୍ଚ ଶିକ୍ଷା ପାଇବ ସେଥିପାଇଁ ତୁରନ୍ତ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କୁ ରେଡକ୍ରସ ତରଫରୁ ସମସ୍ତ ବାର୍ଷିକ ଫିସ୍ ଦେଇ ଝିଅଟିର ନାମ ଲେଖାଇଥିଲେ। କିଛି ସାମାଜିକ କର୍ମୀ ମଧ୍ୟ ଝିଅଟିକୁ ସାହାଯ୍ୟ କରିଥିଲେ।
ବର୍ତ୍ତମାନ ମହିଳା ମହାବିଦ୍ୟାଳୟରେ କିଛି ଅଧ୍ୟାପିକା ଓ କର୍ମଚାରୀ ଝିଅଟିକୁ ଗରୀବ ଶ୍ରେଣୀର ହୋଇଥିବାରୁ ବିବିନ୍ନ କଟୁକଥା କହୁଛନ୍ତିା ଏଥିପାଇଁ ଝିଅ କଲେଜ ଯିବାକୁ ଡରୁଥିବା ସହ କଲେଜ ପାଠ ପଡିବି ନାହିଁ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ। ଏହି ମହାବିଦୟାଳୟରେ ଦୁଇଟି ଗୋଷ୍ଠୀ ରହିଛି। ଟିଉସନକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ଲାଗିଛି। ଉଭୟ ଗୋଷ୍ଠୀର ଅଧ୍ୟାପକ ଅଧ୍ୟାପିକାମାନେ ନିଜ ନିକଟକୁ ଟିଉସନ ଆସୁନଥିବା ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା ଦେଉଥିବା ମଧ୍ୟ ଅଭିଯୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଜିଲ୍ଲାପାଳ ଶ୍ରୀ ପାଟିଲ ଘଟଣାକୁ ଗୁରୁତର ସହ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଦାୟିତ୍ଵ ଦେଇଥିବା ନେଇ ସୂଚନା ମିଳିଛି।