​​​​​​​ଫିରିଙ୍ଗିଆ,୪।୧୦  : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗସ୍ତରେ ଜିଲାପାଳ ଆସି ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି I  ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା କେଳାପଡା  ପଞ୍ଚାୟତର ଅମୃତ ସରୋବର, ହାଟ , ଅଙ୍ଗନୱାଡି କେନ୍ଦ୍ର, ଜାଜେଶପାଙ୍ଗା ପେବର ରାସ୍ତା, ନିର୍ମାଣଧିନ ପଞ୍ଚାୟତ ସୁବିଧା କେନ୍ଦ୍ର,ସାଡିଙ୍ଗିଆ ପଞ୍ଚାୟତ  ଦୁର୍ଗମ ଅଞ୍ଚଳ ଜିଲ୍ଲାପାଳ ବୁଲି ଦେଖିଥିଲେ

ରକିଆ ମୁଣ୍ଡା ସ୍କୁଲ ଉନ୍ନତିକରଣ, ପାଙ୍ଗା ଉପରସାହି ପଞ୍ଚାୟତ ମାଲାଠାରେ ନୂତନ କୋଠା ନିର୍ମାଣ,ପାଙ୍ଗା ଠାରେ ନୂତନ ମେଡିକାଲ ଗୃହ ନିର୍ମାଣ ବୁଲି ଦେଖିଥିଲେ I ତେବେ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ସହକାରୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା, ଏପିଓ ସୁମନ୍ତ ଉଠାଣ ସିଂ  ପ୍ରମୁଖ ଉପସ୍ଥିତ ଥିଲେ I