ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ ବେଳେ ପାକିସ୍ତାନର ମିଛର ପର୍ଦ୍ଦାଫାସ୍ କରିଥିବା କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି। ୭୭ତମ ଗଣତନ୍ତ୍ର ଦିବସର ଅବସରରେ କର୍ଣ୍ଣେଲ ସୋଫିଆଙ୍କୁ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯିବ। କର୍ଣ୍ଣେଲ ସୋଫିଆ ମେ’ରେ ପାକିସ୍ତାନ ବିରୋଧରେ କରାଯାଇ ଥିବା ‘ଅପରେସନ ସିନ୍ଦୂର’ ବେଳେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ହେବାକୁ ଥିବା ପ୍ରେସ୍ କନଫରେନ୍ସର ଦାୟିତ୍ୱ ସମ୍ଭାଳି ଥିଲେ। ତାଙ୍କ ବ୍ୟତୀତ , ୱିଙ୍ଗ କମାମ୍ଡର ଭ୍ୟୋମିକା ସିଂହ ମଧ୍ୟ ପାକିସ୍ତାନର ପୋଲ୍ ଖୋଲି ଥିଲେ।

ଏପ୍ରିଲ ମାସରେ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ ଜମ୍ମୁ –କାଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ କରିଥିଲା, ଯେଉଁଥିରେ ୨୬ ଜଣ ଭାରତୀୟ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇ ଥିଲା। ଆତଙ୍କବାଦୀମାନେ ସେମାନଙ୍କ ଧର୍ମ ବିଷୟରେ ପଚାରିବା ପରେ ଗୁଳି ଚଳାଇ ଥିଲେ, ଯାହାକି ପାକିସ୍ତାନ ବିରୁଦ୍ଧରେ କ୍ରୋଧ ଭାବ ସୃଷ୍ଟି କରିଥିଲା । ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ବିରୁଦ୍ଧରେ ମେ ୬ ମେ ରାତିରେ ଅପରେସନ ସିନ୍ଦୂରର ଆରମ୍ଭ କରି ଦେଇ ଥିଲା । ଏହି ସମୟରେ, ପାକିସ୍ତାନ ଓ ପିଓକେରେ ଅନେକ ଆତଙ୍କବାଦୀ ଘାଟି ଉପରେ ବିମାନ ଆକ୍ରମଣ କରାଯାଇ ଥିଲା, ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଦୁଇ ଦେଶ ମଧ୍ଯରେ ଚାରି ଦିନ ଧରି ଉତ୍ତେଜନା ଜାରି ରହିଥିଲା । ଏହି ସମୟରେ ଭାରତୀୟ ସେନା ପକ୍ଷରୁ ସମଗ୍ର ଘଟଣାକ୍ରମ ବିଷୟରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ କର୍ଣ୍ଣେଲ ସୋଫିଆ କୁରେଶୀ ଓ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହଙ୍କୁ ନିୟୋଜିତ କରାଯାଇ ଥିଲା। ସେମାନେ ବର୍ଣ୍ଣନା କରି କହିଥିଲେ ଯେ, ଭାରତ କିପରି ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଥିଲା। ସେତେବେଳେ କର୍ଣ୍ଣେଲ କ୍ୟୁରେଶୀ ଓ ଭ୍ୟୋମିକା ସିଂହଙ୍କୁ ଖୁବ୍ ପ୍ରଶଂସା କରାଯାଇ ଥିଲା। ସେମାନେ ପାକିସ୍ତାନର ମିଛକୁ ପର୍ଦ୍ଦାଫାସ କରିଥିଲେ।