ଭୁବନେଶ୍ୱର,୨୯/୦୬: ଦୁର୍ଗା  ପୂଜାରେ ପ୍ରବଳ ଭକ୍ତଙ୍କ ସମାଗମ ହେବ ।  ସହରର ଟ୍ରାଫିକ୍‌ ଯନ୍ତ୍ରଣାରେ ହଜାର  ହଜାର ଭକ୍ତ ଘାଣ୍ଟି ହେବେ । ଏହାକୁ  ଦୃଷ୍ଟିରେ ରଖି ଆସନ୍ତା ୨୭ରୁ ୨ ତାରିଖ  ପର୍ଯ୍ୟନ୍ତ ପୁଲିସ୍‌ ଟ୍ରାଫିକ୍‌ କଟକଣା ଜାରି  କରିଛି । ଅପରାହ୍ଣ ୨ଟାରୁ ରାତି ୨ଟା ଯାଏଁ  ସହର ଭିତରେ ଭାରୀଯାନ ପ୍ରବେଶରେ  ରୋକ୍‌ ଲଗାଇଛି ।

ଏନ୍‌ଏଚ୍‌ ନଂ-୧୬ରୁ ସହର  ଭିତରକୁ ଲମ୍ବିଥିବା ସମସ୍ତ ରାସ୍ତାରେ  ଭାରୀଯାନ ପ୍ରବେଶ କରିପାରିବନି ।  ଜୟଦେବବିହାର ଛକଠୁ କଳିଙ୍ଗ  ଷ୍ଟାଡିୟମ ରୁଟ୍‌ରେ ରାଜଭବନ ଯାଏ, ଜୟଦେବବିହାର ଆରପଟ ପାଶ୍ୱର୍ରେ  ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା,  ପଟିଆ ଦେଇ ନନ୍ଦନକାନନ ଯାଏଁ  ଭାରୀଯାନ ଗଡି଼ବନି । ଖଣ୍ଡଗିରି ଛକଠାରୁ  ପୋଖରୀପୁଟ ଯାଏ ଫାୟାର ଷ୍ଟେସନ  ଛକଠୁ ଗଙ୍ଗନଗର ରୁଟ୍‌ରେ ଶିଶୁଭବନ  ଛକ ଓ ସିଆରପି ଛକଠୁ ଡିଏଭି ସ୍କୁଲ୍‌  ୟୁନିଟ୍‌-୮ ରାସ୍ତା ଯାଏ ଭାରୀଯାନ  ଚଳାଚଳ କରିବନି । ଆଚାର୍ଯ୍ୟ ବିହାର ଛକଠୁ ନିକୋ ପାର୍କ ଦେଇ ଏଜି ଛକ,  ଅପରପାଶ୍ୱର୍ରେ ସୈନିକ ସ୍କୁଲ୍‌ ଦେଇ କଳିଙ୍ଗ ହସ୍ପିଟାଲ୍‌ ଛକ, ବାଣୀବାହାର  ଛକରୁ ଜନପଥରେ ଶିଶୁ ଭବନ ଏବଂ  ରସୁଲଗଡ଼ ଛକରୁ କଟକ ରୋଡ଼  ଦେଇ ଲିଙ୍ଗିପୁର ଛକ ଯାଏଁ ଗୋଟିଏ ବି  ଭାରୀଯାନ ଗଡ଼ିବନି ।  

 

ଖୋର୍ଦ୍ଧା ପିତାପଲ୍ଲୀ ଛକଠୁ ଚନ୍ଦକା  ବାରଙ୍ଗ ରାସ୍ତାକୁ ଭାରୀଯାନ ପାଇଁ  ଖୋଲାଯିବ । ଖୋର୍ଦ୍ଧା ପଟୁ ପିତାପଲ୍ଲୀ  ଛକଠାରୁ, କଟକ ପଟୁ ବାଲିକୁଦା ଛକ  ଦେଇ ଭାରୀଯାନ ଯା’ଆସ କରିପାରିବ ।  ଆବଶ୍ୟକ ପଡି଼ଲେ, ପିତାପଲ୍ଲୀ ଓ ବିରୂପା  ବ୍ରିଜଠାରୁ ଭାରୀଯାନକୁ ଅଟକାଯିବ ।  ରାବଣ ପୋଡ଼ି ବେଳେ କଟକ ପଟୁ  ଆସୁଥିବା ଗାଡ଼ି(ଭାରୀଯାନ ବ୍ୟତୀତ)  ଜୟଦେବ ବିହାରରୁ ବେହେରା ସାହି  ଦେଇ ଶାସ୍ତ୍ରୀ ନଗର, ପାୱାର ହାଉସ୍‌,  ୟୁନିଟ୍‌-୮ ଦେଇ ସିଆର୍‌ପି ଛକ ଛୁଇଁବ ।  ଖୋର୍ଦ୍ଧା ପାଶ୍ୱର୍ରୁ ଗାଡ଼ି ଗୁଡ଼ିକ ସିଆର୍‌ପି,  ଏକାମ୍ର କାନନ ରାସ୍ତା ଦେଇ ଜୟଦେବ  ବିହାରରେ ବାହାରିବ ।  ଯାତ୍ରୀବାହୀ ବସ୍‌ ପାଇଁ ପୁରୀ  ବାଇପାସ୍‌ ଖୋଲା ପୁରୀ ଆଡୁ ଆସୁଥିବା ଯାତ୍ରୀବାହୀ ବସ୍‌  ଲିଙ୍ଗିପୁର ଛକଠୁ ପୁରୀ ବାଇପାସ୍‌ ଦେଇ  ହାଇଟେକ ଛକଠାରୁ ଏନ୍‌ଏଚ୍‌-୧୬  ରାସ୍ତାରେ ବରମୁଣ୍ଡାକୁ ଯିବ । ପୁରୀକୁ  କଟକ ଯା’ଆସ କରୁଥିବା ବସ୍‌ଗୁଡି଼କ  ସହର ଭିତରକୁ ପଶି ପାରିବନି ।  ମାଷ୍ଟରକ୍ୟାଣ୍ଟିନ ଛକରୁ ବସ୍‌(ସରକାରୀ/ ବେସରକାରୀ) ଜନପଥ ଦେଇ  ବାଣୀବିହାର କି ରବିଟକିଜ, ଲିଙ୍ଗରାଜ  ମନ୍ଦିର ପଟୁ କଳ୍ପନା, ଶିଶୁଭବନ ଛକକୁ  ଯାଇପାରିବନି ।