ଭୁବନେଶ୍ୱର,୦୨/୦୮: କମିସନରେଟ ପୁଲିସର ଏସିପି ଓ ଇନ୍‌ସପେକ୍ଟର ସ୍ତରରେ ଛୋଟିଆ  ଅଦଳବଦଳ ହୋଇଛି । ଚନ୍ଦକା ଥାନା ଅଧିକାରୀ ତଥା ଏସିପି(ଇନଚାର୍ଜ)  ଭାବେ କାର୍ଯ୍ୟରତ ବିଶ୍ୱଜିତ୍‌  ମନବୋଧଙ୍କୁ ଡିସିପି ଅଫିସକୁ  ବଦଳି ହୋଇଛି । ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଚନ୍ଦକା ଥାନା ଅଧିକାରୀ ଭାବେ ଅବସ୍ଥାପିତ  କରାଯାଇଛି ।  

ସେହିପରି କ୍ୟାପିଟାଲ ଥାନା  ଅଧିକାରୀ ଦୟାନିଧି ନାୟକଙ୍କୁ  ନନ୍ଦନକାନନ ଥାନାକୁ ବଦଳି ହୋଇଛି ।  ଡିସିପି ଅଫିସରେ କାର୍ଯ୍ୟରତ ତଥା ବର୍ତ୍ତମାନ କ୍ୟାପିଟାଲ ଥାନାର ଇନଚାର୍ଜ  ରାଧାକାନ୍ତ ସାହୁଙ୍କୁ କ୍ୟାପିଟାଲ ଥାନା  ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।  ପ୍ରକାଶ ଥାଉକି, କିଛିଦିନ ତଳେ  ବଡ଼ଗଡ଼ଠାରେ ଘଟିଥିବା ଏକ  ଦୁର୍ଘଟଣାରେ ଦୟାନିଧି ଗୁରୁତର  ହୋଇଥିଲେ । ସେ ହସ୍ପିଟାଲରେ  ଚିକିତ୍ସିତ ହେଉଥିଲେ । ଏହାରି  ମଧ୍ୟରେ ତାଙ୍କୁ ନନ୍ଦନକାନନ ବଦଳି  କରାଯାଇଛି