ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗ୍ରାହକ ମୁଣ୍ଡରେ ମହଙ୍ଗା ବୋଝ: ଲିଟର ପିଛା ତେଲ କମ୍ପାନିଙ୍କ ୧୫ ଟଙ୍କା ଲାଭ, ଦର କମାଇବାକୁ କୁନ୍ଥକୁନ୍ଥ

Published By : Prameya | April 14, 2025 11:03 AM

ନୂଆଦିଲ୍ଲୀ,୧୪/୦୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୪  ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି । ଏବେ  ବ୍ୟାରେଲ ପିଛା ଏହାର ଦର ୬୫.୪୧  ଡଲାର ରହିଛି । ୨୦୨୧ ଏପ୍ରିଲରେ ବ୍ୟାରେଲ ପିଛା ଆଶୋଧିତ ତେଲ ଦର ୬୩.୪୦ ଡଲାର ସ୍ତରରେ ଥିଲା । ଅଶୋଧିତ ତେଲ ଦର କମିବା ଯୋଗୁ ଏବେ ତୈଳ ବିପଣନ କମ୍ପାନିଗୁଡ଼ିକର ଲାଭ ଐତିହାସିକ ରେକର୍ଡ ସ୍ତର ଛୁଇଁଛି ।  

ରେଟିଂ ଏଜେନ୍ସି ଗୁଡ଼ିକର ଆକଳନ  ମୁତାବକ, ଏବେ ତେଲ କମ୍ପାନି ପେଟ୍ରୋଲ ଲିଟର ପିଛା ୧୨ରୁ ୧୫ ଟଙ୍କା ଏବଂ  ଡିଜେଲ ଉପରେ ୬ରୁ ୧୨ ଟଙ୍କାର ଲାଭ  କମାଉଛନ୍ତି । ମାତ୍ର ଦର ହ୍ରାସ ଲାଗି ଏବେ କମ୍ପାନିଙ୍କ ମଧ୍ୟରେ ସ୍ପୃହା ନାହିଁ । ଗତ ଗୋଟିଏ ବର୍ଷ ହେବ ତେଲ କମ୍ପାନି ଗୁଡ଼ିକ ଦରରେ କୌଣସି ହ୍ରାସ କରିନାହାନ୍ତି ।  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ  ଦର କମିବା ଯୋଗୁ ଘରୋଇ ବଜାରରେ ତେଲର ଖୁଚୁରା ଦରରେ ହ୍ରାସ ହେବ ବୋଲି ଆଶା କରାଯାଉଥିଲା । ହେଲେ ସରକାର  ତେଲ ଉପରେ ୨ ଟଙ୍କାର ଉତ୍ପାଦ ଟିକସ  ବଢ଼ାଇ ଦେଲେ । ଫଳରେ କମ୍ପାନିଗୁଡ଼ିକ  ଏହାକୁ ଆଳ କରି ଦାମ କମାଇବାରୁ  ବର୍ତ୍ତିଯାଇଥିବା ବିଶେଷଜ୍ଞ କହିଛନ୍ତି । ଦୀର୍ଘ ସମୟ ହେବ କ୍ଷତିର ଆଳ ଦେଖାଇ କମ୍ପାନିଗୁଡ଼ିକ ଦାମରେ କୌଣସି  ହ୍ରାସ କରୁନ ଥିଲେ । 

ସୂଚନା ମୁତାବକ,  ଗତ ୫ ବର୍ଷରେ ଦେଶର ୭ ପ୍ରମୁଖ  ତେଳ ଏବଂ ଗ୍ୟାସ କମ୍ପାନି ମଧ୍ୟରୁ କେବଳ  ଇଣ୍ଡିଆନ ଅଏଲ ୨୦୧୯-୨୦ରେ କ୍ଷତି  ସହିଥିଲା । ଏହାବାଦ କମ୍ପାନିଗୁଡ଼ିକ  ପ୍ରତିବର୍ଷ ବମ୍ପର ଲାଭ କରୁଛନ୍ତି ।  ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ  ସେଲ୍‌ ମୁତାବକ, ଗତ ୫ ବର୍ଷରେ ତେଲ  ଏବଂ ଗ୍ୟାସ କମ୍ପାନିଗୁଡ଼ିକ ଠାରୁ କେନ୍ଦ୍ର  ସରକାର ୩୫ ଲକ୍ଷ କୋଟିର ରାଜସ୍ୱ  ଆଦାୟ କରିଛନ୍ତି । 

କେନ୍ଦ୍ର ସରକାରଙ୍କୁ  ଉତ୍ପାଦ ଟିକସ, କମ୍ପାନିଗୁଡ଼ିକର ଲାଭାଂଶ  ଏବଂ ଆୟକର ବାବଦକୁ ୨୧.୪ ଲକ୍ଷ  କୋଟିର ଆୟ ହୋଇଛି । ଏହି ଅବଧିରେ  ରାଜ୍ୟଗୁଡ଼ିକ ଭାଟ୍‌ ଏବଂ ଲାଭାଂଶ ଭାବେ  ୧୩.୬ ଲକ୍ଷ କୋଟି ଟଙ୍କା ପାଇଛନ୍ତି । ୨୦୨୩-୨୪ରେ ଦେଶର ୭ ବଡ  ତେଲ କମ୍ପାନି ୨.୨୯ ଲକ୍ଷ କୋଟି ଟଙ୍କା ଲାଭ  ହାସଲ କରିଛନ୍ତି । ରିଲାଏନ୍ସ ଗତ ୫ ବର୍ଷରେ  ୨.୮୬ ଲକ୍ଷ କୋଟି ଟଙ୍କା ଲାଭ କରିଛି ।  ୨୦୧୯-୨୦ରୁ ୨୦୨୩-୨୪ ଅବଧିରେ  ତେଲ କମ୍ପାନି ମୋଟ ୭ ଲକ୍ଷ କୋଟିରୁ  ଊଦ୍ଧ୍ୱର୍ ଲାଭ ହାସଲ କରିଥିବା ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.