ନୂଆଦିଲ୍ଲୀ, ୨୪/୨ : ଗେମ୍ସ ଭିଲେଜରେ କଣ୍ଡୋମ ସଙ୍କଟ । ଆଥଲେଟଙ୍କୁ ଅଣ୍ଟିଲାନି କଣ୍ଡୋମ । ୩ ଦିନରେ ସାରିଦେଲେ ୧୦ ହଜାର ମାଗଣା କଣ୍ଡୋମ । ଓ୍ବିଣ୍ଟର ଅଲିମ୍ପିକ୍ସରୁ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର । ଇଟାଲୀରେ ଅନୁଷ୍ଠିତ ହୋଇଥିବା ଶୀତକାଳିନ ଅଲିମ୍ପିକ୍ସରେ ଭାଗ ନେଇଥିବା ୨୯ ଶହ ଆଥଲେଟ ପାଇଁ ଉପଲବ୍ଧ ରହିଥିବା ପାଖାପାଖି ୧୦ ହଜାର କଣ୍ଡୋମକୁ ମାତ୍ର ୩ ଦିନରେ ସାରି ଦେଇଥିଲେ । ଖେଳ ଆରମ୍ଭ ହେବାର ମାତ୍ର ୩ ଦିରେ ଶେଷ ହୋଇଯାଇ ଥିବାବେଳେ ଏବେ ଆୟୋଜକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।
କାହିଁକି ଅଭାବ ହେଲା କଣ୍ଡୋମ୍ ?
ଏ ଖବର ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । ମାତ୍ର ୨୦୨୪ ମସିହାରେ ପ୍ୟାରିସରେ ଯେତେବେଳେ ଅଲିମ୍ପିକ୍ସ ଆୟୋଜନ କରାଯାଇଥିଲା ସେତେବେଳେ ୨ ଲକ୍ଷରୁ ଅଧିକ କଣ୍ଡୋମ ଯୋଗାଯାଇଥିଲା । ମାତ୍ର ଏଥର ଆୟୋଜକ ମାତ୍ର ୧୦ ହଜାର ରଖିଥିଲେ । ମିଲାନ ଆୟୋଜକମାନେ କମ୍ ପରିମାଣର ରଖିଥିଲେ ଯାହାକି ଆବଶ୍ୟକତା ତୁଳନାରେ ବହୁତ କମ୍ । ଏହା ବ୍ୟତୀତ ଖେଳାଳିମାନେ ଏକାଠି ରହୁଥିବାରୁ ସୁରକ୍ଷିତ ଯୌନ ସମ୍ପର୍କ ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ ଅଲିମ୍ପିକ୍ସରେ ଏଭଳି ସୁବିଧା ଯୋଗାଇଦେବା ଏକ ପୁରୁଣା ପରମ୍ପରା।
ଯୋଗାଇ ଦେବାକୁ ପ୍ରତିଶୃତି
ଏହି ଅପ୍ରତ୍ୟାଶିତ ସ୍ଥିତି ପରେ ଆୟୋଜକ କମିଟି ତରଫରୁ ଖୁବଶୀଘ୍ର ନୂତନ ଷ୍ଟକ୍ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ଏହି ଯୋଗାଣ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ୨୦୨୧ ଟୋକିଓ ଅଲିମ୍ପିକ୍ସରେ କରୋନା କଟକଣା ଯୋଗୁଁ ଖେଳାଳିଙ୍କ ମଧ୍ୟରେ ଶାରୀରିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଥିଲା, କିନ୍ତୁ ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ସେଭଳି କୌଣସି ପ୍ରତିବନ୍ଧକ ନାହିଁ।